
recipe -ତୁଳା ପରି ନରମ ସୁଜି+ନଡ଼ିଆ ଚକୁଳି(ମାତ୍ର ୧୦ ମିନଟ)ରେ କରନ୍ତୁ ଏହି ଘରୋଇ ସରଳ ଉପାୟ….
ଆପଣ ସାଧାରଣତଃ ବିରି ବା ଅଟା ଚାଉଳ ଚକୁଳି ଖାଇବାକୁ ପାଉଥିବେ। ତେବେ ଆଜି ଆମେ ଆପଣଙ୍କୁ ସୁଜି ଓ ନଡ଼ିଆରେ ମିଶାଇ ଏକ ନିଆରା ସ୍ୱାଦର ଚକୁଳି ପିଠା ତିଆରି ଶିଖାଇବୁ। ଯାହ ତୁଳା ପରି ନରମ ଓ ଖାଇବାକୁ ବହୁତ ସ୍ଵାଦିଷ୍ଟ। ଏହାକୁ ଆପଣ ଖୁବ୍ ସହଜରେ ଏବଂ ଅଳ୍ପ ସମୟ ମଧ୍ୟରେ ବନେଇ ପାରିବେ। ତେବେ ଆସନ୍ତୁ ସୁଜି ଚକୁଳି ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ ଓ ପ୍ରସ୍ତୁତି ପ୍ରଣାଳୀ ବିଷୟରେ।
ଆବଶ୍ୟକ ସାମଗ୍ରୀ:-
୧୦୦ ଗ୍ରାମ କଟା ନଡ଼ିଆ,୨୦୦ ଗ୍ରାମ ସୁଜି, ଲୁଣ ଓ ବେକିଙ୍ଗ ପାଉଡର
ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଏକ ଗ୍ରାଇଣ୍ଡର ନିଅନ୍ତୁ। ଏବେ ଏଥିରେ ୧୦୦ ଗ୍ରାମ କଟା ନଡ଼ିଆ ଦିଅନ୍ତୁ ଆପଣ ଚାହିଁଲେ ୧୦୦ ଗ୍ରାମ ନଡ଼ିଆକୁ କୋରି ମଧ୍ୟ ଦେଇ ପାରିବେ। ଏବେ ଏଥିରେ ୨୦୦ ଗ୍ରାମର ସୁଜି ଦିଅନ୍ତୁ।
ଏହାପରେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ନିଅନ୍ତୁ। ଯେମିତି ଏହା ଭଲ ଭଲ କରି ପେଷ୍ଟ ହୋଇଥିବ ଏବଂ ଏଥିରେ ଖଦଡ ଅଂଶ ନଥିବ। ସେହିଭଳି ଏହାକୁ ଗ୍ରାଇଣ୍ଡିଙ୍ଗ କରନ୍ତୁ।
ଏହା ପରେ ଏହାକୁ ଏକ ଖାଲି ପାତ୍ରକୁ କାଢି ରଖନ୍ତୁ। ଏବେ ଏଥିରେ ଆବଶ୍ୟକ ମୁତାବକ ଲୁଣ ଦିଅନ୍ତୁ। ଏବଂ ଏଥିରେ ଟିକିଏ ବେକିଂ ସୋଡା ପାଉଡର ପକାନ୍ତୁ। ଆପଣ ଏଠାରେ କେକ ତିଆରି କରିବା ପାଇଁ ଯେଉଁ ବେକିଙ୍ଗ ପାଉଡର ବ୍ୟବହାର କରନ୍ତି ତାହାକୁ ପକାନ୍ତୁ।
ଏବେ ଏହି ସବୁକୁ ଭଲ ଭାବରେ ଭଲ ଭାବରେ ମିଶ୍ରଣ କରନ୍ତୁ। ଏହା ଯେମିତି ଅଧିକ ପାଣିଆ ହେବନି କି ଅଧିକ ବହଳିଆ ହେବ ନାହିଁ। ଏବେ ଏହାକୁ ୧୦-୧୫ ମିନିଟ ପର୍ଯ୍ୟନ୍ତ କଭର କରି ଛାଡି ଦିଅନ୍ତୁ।
୧୦-୧୫ ମିନିଟ କଭର କରି ନେବା ପରେ ସୁଜି ପାଣିକୁ କିଛି ମାତ୍ରାରେ ଶୋଷି ନେଇଥିବ ତେବେ ଏଥିରେ ପୁଣି ଥରେ ଆଉ ଟିକିଏ ପାଣି ଦେଇ ଯେମିତି ଆମେ ଦୋଶା,ବିରି ଚକୁଳି ଚାଉଳ ଚକୁଳି ଆଦି ପାଇଁ ପିଠଉ ପ୍ରସ୍ତୁତ କରୁ ସେମିତି କରନ୍ତୁ।
ଏହାପରେ ଗ୍ୟାସ ଅନ କରି ଏଥିରେ ଏକ ନନଷ୍ଟିକ୍ ତାୱା ନିଅନ୍ତୁ। ତାୱା ଟିକିଏ ଗରମ ହେବା ପରେ ଆପଣ ଏଥିରେ ଟିକେ ତେଲ ଘଷି ଦିଅନ୍ତୁ। ଏହାପରେ ଏଥିରେ ଗୋଟିଏ ବଡ ଚାମଚ ପିଠଉ ଦେଇ ମେଲି ନିଅନ୍ତୁ।
ଏହାକୁ ୧୦-୧୫ ସେକେଣ୍ଡ ପର୍ଯ୍ୟନ୍ତ କଭର କରିନିଅନ୍ତୁ।ଗ୍ୟାସକୁ ମିଡ଼ିଅମ୍ ଫ୍ଲେମରେ ରଖନ୍ତୁ। ତେବେ ୧୦-୧୫ ମିନିଟ ପରେ କଭରକୁ କାଢି ଚକୁଳିକୁ ଓଲଟାଇ ଦିଅନ୍ତୁ। ତେବେ ଆପଣ ଏହାକୁ ଚାହିଁଲେ ବିନା ତେଲରେ ମଧ୍ୟ କରି ପାରିବେ। ଏହାକୁ ଘରେ ନିଶ୍ଚିତ ଭାବେ ଥରେ ପ୍ରସ୍ତୁତ କରନ୍ତୁ। ଏହା ଖୁବ୍ ନରମ ଏବଂ ସ୍ଵାଦିଷ୍ଟ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।