ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – ମଦୁଆ ପୁଅକୁ ସାବାଡ୍ କରିବା ପାଇଁ ପୁଅ ଆଖିରେ ଲଙ୍କା ଗୁଣ୍ଡ ବୋଳିଲା ମା…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 49

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ସୋସିଆଲ ମିଡିଆରେ କେତେବେଳେ ଜଣେ ମାର ଭଲ ପାଇବା ସ୍ନେହ ଆଦର ଦେଖିବାକୁ ପାଉଥିବେ ତ ଆଉ କେତେବେଳେ ମା ପିଲାକୁ ଶାସନ କରୁଥିବାର ଦେଖିବାକୁ ପାଇବେ। ତେବେ ବର୍ତ୍ତମାନ ସମୟରେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେହି ଭିଡିଓରେ ମାଆ ଟି ତା ୧୫ ବର୍ଷର ପୁଅକୁ ଏମିତି କଠୋର ଶାସନ କରୁଛି ଯାହାକୁ ଆପଣ କେବେ ବି ଦେଖି ନଥିବେ।

ମା ନିଜ ପୁଅ ମୁଁହରେ ବୋଳିଦେଲା ଲଙ୍କା ଗୁଣ୍ଡ। ଏଭଳି ଏକ ଦଣ୍ଡ ଦେଉଛନ୍ତି ନିଜେ ଜନ୍ମଦାତ୍ରୀ ମାଆ। ଅତି ନିର୍ଦ୍ଦୟ ହୋଇ ପଡିଛନ୍ତି ଲଜନ୍ମଦାତ୍ରୀ ମାଆ । ନିଶାଖୋର ପୁଅକୁ ବାଟକୁ ଆଣିବା ଲାଗି ମାଆ ନେଲା ଏପରି ଏକ ଚରମ ପଦକ୍ଷେପ ।

ଭିଡିଓରେ ଦେଖିବାକୁ ମିଳୁଛି ପୁଅକୁ ଏକ ବିଜୁଳି ଖୁଣ୍ଟିରେ ତାର ହାତ ଗୋଡ ବାନ୍ଧି ଦିଆ ଯାଇଛି ପିଲାଟିର ହାତକୁ ଜଣେ ମହିଳା ଧରିଛନ୍ତି ଏବଂ ନିଜେ ଜନ୍ମଦାତ୍ରୀ ମାଆ ତା ପୁଅ ମୁଁହରେ ବୋଳି ପକାଉଛି ଲଙ୍କା ଗୁଣ୍ଡ।ନିର୍ଦ୍ଦୟ ଭାବେ ବାଡେଇବା ସହ ପୁଅ ଆଖିରେ ମାଆ ପୂରେଇ ଦେଇଥିଲା ଲଙ୍କା ଗୁଣ୍ଡ।

ତେବେ ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲା ଅନ୍ତର୍ଗତ ଗାନ୍ଧୀନଗର ଦେଖିବାକୁ ମିଳିଛି ଏହି ଘଟଣା । ଯେଉଁଠି ମାଆ ଗଞ୍ଜେଇ ଟାଣୁଥିବା ପୁଅକୁ ସାବାଡ କରିବା ଲାଗି ଏହି ଚରମ ନିଷ୍ପତ୍ତି ନେଇଛି । ସୂଚନା ଅନୁଯାୟୀ ପୂର୍ବରୁ ମାଆ ଜଣକ ପୁଅକୁ ନିଶା ନ ଟାଣିବା ପାଇଁ ବାରଣ କରିଥିଲେ।

 ମାତ୍ର ପୁଅ ଜଣକ ମାଙ୍କ କଥାକୁ ନ ଶୁଣି ଲୁଚି ଲୁଚି ଗଞ୍ଜେଇ ଟାଣି ଚାଲିଥିଲେ। ଦିନକୁ ଦିନ ପୁଅ ଏହି ନିଶା ଛାଡିବା ପରିବର୍ତ୍ତେ ଏହାକୁ ଅଧିକ ନିଶାଗ୍ରସ୍ତ ହେବାକୁ ଲାଗିଥିଲା । ତେବେ ଅନ୍ୟ କିଛି ରାସ୍ତା ନ ପାଇ ଶେଷରେ ବାଧ୍ୟ ହୋଇ ମାଆ ନିଜର ୧୫ ବର୍ଷର ପୁଅ ସହ ଏହିଭଳି କରିଥିବା ଜଣାପଡିଛି ।

ପୁଅଟି କଷ୍ଟରେ ଚିତ୍କାର କରିବାରେ ଲାଗିଛି କାନ୍ଦିବାରେ ଲାଗିଛି କିନ୍ତୁ ମାର ଛାତିକି ପଥର କରି ଅବାଟକୁ ଚାଲି ଯାଇଥିବା ପୁଅକୁ ବାଟକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ମା ଆଖିରୁ ଟିକିଏ ବି ଝରିନି ଲୁହ। କାହିଁକି ନା ମା ଜାଣିଛି ପୁଅ ତାର ଅବାଟକୁ ଚାଲି ଯାଇଛି। ତାକୁ ବାଟକୁ ଆଣିବା ପାଇଁ ହେଲେ ଏପରି ସାବାଡ୍ କରିବାକୁ ପଡ଼ିବ।

ପୁଅକୁ ଅତି ନିର୍ଦ୍ଦୟ ଭାବରେ ମାଡ ମାରି ଓ ଲଙ୍କା ଗୁଣ୍ଡ ବୋଳିବା ସହିତ ମା ମଝିରେ ମଝିରେ ମା ପୁଅକୁ ପଚାରୁଛି ଆଉ କେବେ ଗଞ୍ଜେଇ ଟାଣିବୁ ପୁଅ ଜୀବନ ବିକଳରେ ମନା କରୁଛି।ଏପଟେ ଏହି ଭିଡିଓ ଏବେ ସାମାଜିକ ଗଣ ମାଧ୍ୟମରେ ବହୁ ମାତ୍ରାରେ ସେୟାର କରାଯାଉଛି। ଏଥି ସହିତ ଏହି ମହିଳା ଜଣକ ଏପରି ନିଷ୍ପତିକୁ ପ୍ରଶଂସା ମଧ୍ୟ କରାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।