ସବୁ ସମୟ ଖବର ସାଥିରେ

ଏ ଆତ୍ମା କାନ୍ଦୁଛି ! ଶିକ୍ଷକ ଚୟନ ପ୍ରକିୟାରେ ବ୍ୟାପକ ଦୁର୍ନୀତି ନେଇ ଗର୍ଜି ଉଠିିଲେ ଛାତ୍ରୀ ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 46

ଆଜିର ଦୁନିଆରେ ଚାକିରୀଟିଏ ପାଇବା ଖୁବ୍ କଷ୍ଟ ହୋଇ ପଡ଼ିଛି।ସରକାରୀ ଚାକିରି ପାଇବା ତ ଏକ କାଠିକର ପାଠ ହୋଇ ପଡିଲାଣି। ଯଥେଷ୍ଟ ଜ୍ଞାନର ଅଧିକାରୀ ହୋଇବି ଲୋକେ ଏଠି ଚାକିରୀ ନ ପାଇ ବେକାର ହୋଇ ବୁଲୁଛନ୍ତି। ଦିନକୁ ଦିନ ଯେପରି ଦୁର୍ନୀତି ବଢି ଚାଲିଛି ସାଧାରଣ ପରିବାରର ପିଲାମାନେ ଯେତେ ପରିଶ୍ରମ କଲେ ମଧ୍ୟ ଚାକିରି ଖଣ୍ଡେ ପାଇବା କଷ୍ଟକର ହୋଇ ପଡୁଛି।

ତେବେ ନିକଟରେ ରାଜ୍ୟରେ ଶିକ୍ଷକ ନିଯୁକ୍ତି ପରୀକ୍ଷାକୁ ନେଇ ଯେଉଁ ଭଳି ଭାବେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ତାହା ଏକ ବଡ ପ୍ରସଙ୍ଗ ପାଲଟିଛି। ପରୀକ୍ଷା ଗୁଡିକ ଠିକ ଭାବେ ଆୟୋଜନ କରା ଯାଉନାହିଁ ଏବଂ ଭିତରେ ବହୁତ ଦୁର୍ନୀତିମୂଳକ କାର୍ଯ୍ୟ ମଧ୍ୟ ହେଉଛି । ଯାହାକୁ ନେଇ ଉତ୍ତ୍ୟକ୍ତ ହେଉଛନ୍ତି ପରୀକ୍ଷାର୍ଥୀ । ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର ଅବ୍ୟବସ୍ଥାକୁ ନେଇ ସ୍ଵର ଉତ୍ତୋଳନ କରିଛନ୍ତି ପିଲାମାନେ ।

ଶିକ୍ଷକ ଚୟନ ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତିକୁ ନେଇ ରାଜରାସ୍ତାରେ ଗର୍ଜିଲେ ଆଶାୟୀ।ଚଳିତ ବର୍ଷ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଶିକ୍ଷକ ଆଶାୟୀ ସଂଘର ଆଶାୟୀ ସଦସ୍ୟମାନେ। ତେବେ ଆଶାୟୀମାନେ ବିଭିନ୍ନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇ ତଦନ୍ତ କରିବାକୁ ଆଶାୟୀମାନେ ଦାବି କରିଛନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷକ ଚୟନ ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ।ଏ ନେଇ ରାଜ ରାସ୍ତାକୁ ଓହ୍ଲାଇ ଗର୍ଜି ଉଠିଛନ୍ତି ଆଶାୟୀ ଶିକ୍ଷକ। ଶିକ୍ଷକ ଚୟନ ବେ ପ୍ରକ୍ରିୟାକୁ ନେଇ ଗତ ମାର୍ଚ୍ଚ ମାସରେ କରା ଯାଇଥିବା ସିବିଟି ଏଣ୍ଟ୍ରାନ୍ସ ଟେଷ୍ଟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ପରୀକ୍ଷାକାରୀ ସଂସ୍ଥାର ସ୍ୱଚ୍ଛତା ଉପରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମିତି ଏକ ଅଭିଯୋଗରେ ତାତିଛନ୍ତି ଆଶାୟୀ ପ୍ରାର୍ଥୀମାନେ।

ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀ ମାନେ ନିଯୁକ୍ତି ପାଇ ନଥିବା ବେଳେ ଦୁର୍ନୀତି କରି ଅନେକ ଚାକିରୀ ପାଇଥିବାର ଅଭିଯୋଗ ହୋଇଛି। ଏ ନେଇ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ଭେଟିଥିଲେ ମଧ୍ୟ କିଛି ପ୍ରତିକ୍ରିୟା ମିଳି ପାରିନାହିଁ। ଏ ନେଇ ରାଜ ରାସ୍ତାକୁ ଓହ୍ଲାଇ ଗର୍ଜି ଉଠିଛନ୍ତି ଆଶାୟୀ।

ତେବେ ଶିକ୍ଷକ ଚୟନ ପ୍ରକିୟାରେ ବ୍ୟାପକ ଦୁର୍ନୀତିକୁ ନେଇ ଜଣେ ଶିକ୍ଷକ ଆଶାୟୀ ସଂଘର ସଦସ୍ୟ ସିଧା ସଳଖ ଏହି ଦୁର୍ନୀତିରେ ଗଭର୍ମେଣ୍ଟ୍ ଇନଭୋଲ ଅଛି ବୋଲି ଯୁକ୍ତି ଦେଇଛନ୍ତି। ସରକାର ଗାଇଡ ଲାଇନ କରୁଛନ୍ତି ସତ କିନ୍ତୁ ନିଜେ ଏହାକୁ ଫୋଲୋ କରୁ ନାହାଁନ୍ତି ବୋଲି ଯୁବତୀ ଜଣକ କହିଛନ୍ତି।

ତେବେ ଯେଉଁ ମାନେ ଉଚିତ୍ ପରିଶ୍ରମ କରିଛନ୍ତି ସେମାନଙ୍କୁ ଉଚିତ୍ ଫଳ ମିଳି ପାରିନାହିଁ। ସେମାନେ ଆଜି କାନ୍ଦୁଛନ୍ତି, ସେମାନଙ୍କ ଆତ୍ମା ଆଜି କାନ୍ଦୁଛି। ତେବେ ଏ ଆତ୍ମାକୁ ଶାନ୍ତି ଦେବା ପାଇଁ ସେମାନେ ସରକାରଙ୍କୁ ଅଭିଯୋଗ କରିଛନ୍ତି ଆଶାୟୀ ମାନେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।