
ପୁରୁଣାରୁ ପୁରୁଣା କାଛୁ, କୁଣ୍ଡିଆ କିମ୍ବା ଚର୍ମ ରୋଗକୁ ସବୁଦିନ ପାଇଁ ଦୂର କରନ୍ତୁ…ଏହି ଉପାୟ ଦ୍ୱାରା..
ସାଧାରଣତଃ କାଛୁ କୁଣ୍ଡିଆ ଅଧିକାଂଶ ଲୋକଙ୍କୁ ହୋଇ ଥାଏ | ଦେହରେ କୁଣ୍ଡେଇ ହେଲେ ବା ଚର୍ମ ରୋଗ ହେଲେ ଆମେ ବିରକ୍ତ ହୋଇ ଯାଇ ଥାଉ | ଏହାର ବିଭିନ୍ନ କାରଣ ରହିଥାଏ ହୁଏ ତ ଏହା କାଛୁ କୁଣ୍ଡିଆ ଜନିତ ହୋଇ ପାରେ ଅଥବା ଯଦି କୌଣସି ବ୍ୟକ୍ତି ଅପରିଷ୍କାର ରହୁ ଥିବେ ସେହି କାରଣରୁ ମଧ୍ୟ ହୋଇ ଥାଏ | ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣାଇ ବାକୁ ଯାଉଅଛୁ ଯାହା ଦ୍ୱାରା ଆପଣ ନିଜର ଚର୍ମ ରୋଗକୁ ଏକା ଥରକେ ଭଲ କରି ପାରିବେ |
ଏହା ସମ୍ପୂର୍ଣ ରୂପେ ଏକ ଆୟୁର୍ବେଦିକ ଉପଚାର ଅଟେ ଯାହାର କୌଣସି ସାଇଡ ଏଫେକ୍ଟ ନାହିଁ | ଏବଂ ଏହା ଏକ ପ୍ରାକୃତିକ ଉପଚାର ଅଟେ | ଆପଣ ଏହାକୁ ଘରୋଇ ସାମଗ୍ରିରେ ବନାଇ ପାରିବେ | ଆଜି ଆମେ ଆପଣଙ୍କୁ ତିନୋଟି ଉପଚାର ବିଷୟରେ କହିବୁ |
ଉପଚାର :-1ଏହି ଉପଚାର ପାଇଁ ଆପଣଙ୍କୁ ମାତ୍ର ଦୁଇଟି ଜିନିଷର ଆବଶ୍ୟକତା ଅଛି | ସେଗୁଡିକ ହେଲା ନିମ୍ବ ପତ୍ର ଓ ଖଇର | ଆପଣ ପ୍ରଥମେ କିଛି ନିମ୍ବପତ୍ର ନେଇ ତାହାକୁ ବାଟି ତାହାର ରସ ବାହାର କରି ନିଅନ୍ତୁ | ସେଥିରେ ଏକ ଖଇରର ଖଣ୍ଡ ଆଣି ତାହାକୁ ଭଲ ଭାବେ ଏହି ନିମ୍ବପତ୍ରର ରସ ସହିତ ଗୋଳାଇ ଦିଅନ୍ତୁ | ଆପଣଙ୍କୁ ଖଇର କୌଣସି ପାନ ଦୋକାନରେ ମିଳି ଯିବ | ଏହି ମିଶ୍ରଣକୁ ଆପଣଙ୍କ କାଛୁ କୁଣ୍ଡିଆ ଓ ପାଣିକନ୍ଦା ସ୍ଥାନରେ ଲଗାନ୍ତୁ |ଏହାକୁ ଶୋଇଲା ବେଳେ ଲଗାଇ ସକାଳୁ ଉଠି ଥଣ୍ଡା ପାଣିରେ ଧୋଇ ଦେବେ |
ଉପଚାର :-2ଦ୍ୱିତୀୟ ଉପଚାର ପାଇଁ ଆପଣଙ୍କୁ ଦରକାର ପଡିବ ଏକ କଞ୍ଚା ହଳଦୀ ଓ ଏକ ହରିଡ଼ା | ହରିଡ଼ା ଆପଣଙ୍କ ତେଜ ରାତି ଦୋକାନରେ ସହଜରେ ମିଳିଯିବ | ପ୍ରଥମେ ଏହି କଞ୍ଚା ହଳଦୀକୁ ବାଟି ସେଥିରୁ କିଛି ରସ ବାହାର କରି ନିଅନ୍ତୁ | ଏହା ପରେ ଆପଣଙ୍କ ହରିଡ଼ାକୁ କାଟି ତାହାର ମଞ୍ଜି ବାହାର କରି ଦେବାକୁ ପଡିବ | ଏହି ହରିଡ଼ାକୁ ଖଣ୍ଡ ଖଣ୍ଡ କରି ଏହି ହଳଦୀ ରସରେ ପକାନ୍ତୁ | ଏହାପରେ ଏହି ମିଶ୍ରଣକୁ ଆପଣଙ୍କୁ ଏକ ଲୁହା କଡେଇକୁ ଗରମ କରି ସେଥିରେ ଫୁଟାଇବାକୁ ପଡିବ | ମନେ ରଖନ୍ତୁ ଏହା ପାଇଁ ଲୁହା କଡେଇର ଆବଶ୍ୟକତା ରହିଛି | ଏହି ମିଶ୍ରଣଟି ଫୁଟି ଫୁଟି ବହଳିଆ ହେବା ପର୍ଯ୍ୟନ୍ତ ଫୁଟାଇବେ | ଏହା ବହଳିଆ ହୋଇ ଗଲା ପରେ ଏହାକୁ ଥଣ୍ଡା କରି ନିଜର ପାଣିକାଛୁ ଓ କୁଣ୍ଡିଆ ସ୍ଥାନରେ ଲଗାନ୍ତୁ | ଏହାକୁ ରାତିରେ ଶୋଇଲା ବେଳେ ଲଗାଇ ସକାଳୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ |
ଉପଚାର :-3ଏହି ଉପଚାର ପାଇଁ ଆପଣଙ୍କୁ ବିଶେଷ କିଛି ଜିନିଷର ଆବଶ୍ୟକତା ନାହିଁ | ଆପଣଙ୍କୁ କେବଳ କଞ୍ଚା କ୍ଷୀର ନେବାକୁ ପଡିବ | ଏକ କପଡ଼ାକୁ ଏହି କ୍ଷୀରରେ ବୁଡାଇ କାଛୁ କୁଣ୍ଡିଆ ସ୍ଥାନରେ କନାଟିକୁ ହାଲକା ଭାବେ ଲଗାନ୍ତୁ | ଏହିପରି ଦିନକୁ ତିନିଥର କରନ୍ତୁ | ଏବଂ ଏହାକୁ ୮ ଦିନ କରିବାକୁ ପଡିବ | ଦେଖିବେ ଆପଣଙ୍କ କାଛୁ କୁଣ୍ଡିଆ ସବୁଦିନ ପାଇଁ ଭଲ ହୋଇ ଯିବ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।