
ଦେଖନ୍ତୁ Exclusive: ଭିଡିଓ- ଚଉଦ ବର୍ଷର ପିଲା ମଶାଣିରେ କରୁଛି ଶବ ଦାହ..( video )ଦେଖିଲେ ଆଖିରୁ ଲୁହ ଆସିଯିବ !
ଦୁନିଆରେ ଏମିତି ମଧ୍ୟ ପିଲା ଅଛନ୍ତି ଯୋଉଁମାନେ ଦୁଇ ଓଳି ଭଲ ଖାଇବାକୁ ପାଆନ୍ତି ନାହିଁ | ସେମାନଙ୍କର ସମସ୍ତ ସ୍ବପ୍ନ ଧୂଳିସାତ ହୋଇଯାଏ | ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ପେଟର ଭୋକ କିଛି ପଇସା ରୋଜଗାର କରିବା ପାଇଁ ବାଧ୍ୟ କରିଥାଏ |ପରିସ୍ଥିତି ଆଗରେ ସମସ୍ତ ଇଛାକୁ ଜାଳି ଜାଳି ସମାଧି ଦିଆଯାଏ | ଆଜି ଆମେ ଆପଣଙ୍କୁ ଏମିତି ଏକ ରାଉଲକେଲାର କୁନି ପୁଅ ଜୀବନର ସଙ୍ଘର୍ଷ ବିଷୟରେ କହିବାକୁ ଯାଉଛୁ |
ମସାଣିକୁ ଯେବେ ଶବ ଆସେ ସେତେବେଳେ ରାମ ନାମର ଶବ୍ଦ ଶୁଭି ଥାଏ ସେତେବେଳେ ରୋଜଗା ପାଇଁ ଆଶା ଜନ୍ମେ, ପରିଶ୍ରମ କରି ପାରିଶ୍ରମିକ ପାଇବାର |ଶ୍ମାଶନରେ ଶବ ଜଳିଲେ ହିଁ ଘରର ଚୁଲି ଜଳିବ |ଶ୍ମାଶନରେ ମୃତ ଦେହର ଶବ ଜଳିଲେ ହିଁ ଘରେ ମାଆ ଓ ଭାଇ ଭଉଣୀଙ୍କ ପାଇଁ ଖାଦ୍ୟ ଯୋଗାଡ଼ ହେବ |ବାପା ଆର ପାରିକୁ ଗଲା ପରେ ଏହି ମସାଣି ହିଁ ପାଲଟିଛି ଏହି କୁନି ପୁଅ ପାଇଁ ରୋଜଗାରର ଏକମାତ୍ର ପାର୍ଥିବ | ଆଉ ଏଇଠି ହିଁ ଶବ ଦାହରେ ସହଯୋଗ କରି ଯାହା ପରିଶ୍ରମକ ମିଳେ ସେହିଥିରେ ତାର ପରିବାର ଚାଲୁଚି |
ଏହି ପିଲାର ନାମ ହେଉଛି ଅର୍ଜୁନ ନାୟକ, ବୟସ ମାତ୍ର ଚଉଦରୁ ପନ୍ଦର ହେବ | ଏହାର ଘରର ଅବସ୍ଥା କହିଲେ ନ ସରେ | ବାପା ଥିଲା ବେଳେ ଏହି ମଶାଣିରେ ଶବ ଦାହ କରି ଯାହା ରୋଜଗାର କରୁଥିଲେ ସେଥିରେ ଘର ଚଳୁଥିଲା | ହେଲେ ବାପାଙ୍କ ଦେହାନ୍ତ ପରେ ଘର ଚଳେଇବାର ଦାୟିତ୍ୱ ଏହି କୁନି ପୁଅର କାନ୍ଧରେ ପଡିଛି |ମାଆ ଅସୁସ୍ଥ ଥିବା ବେଳେ ବଡ ଭାଇ ଟ୍ରକରେ ହେଲ୍ପର ଅଛନ୍ତି ଓ ସାନ ତିନି ଭାଇ ଭଉଣୀ ପାଠ ପଢୁଛନ୍ତି |ତେଣୁ ସେମାନଙ୍କ ଭବିଷ୍ୟତ ଗଢିବାକୁ ପାଠରେ ଡୋରି ବାନ୍ଧିଚି ଅର୍ଜୁନ ଏବଂ ନିଜେ ସ୍କୁଲକୁ ଯାଏ ନାହିଁ |ସବୁଦିନ ଦୁଇ ଶହରୁ ତିନି ଶହ ଟଙ୍କା ହୁଏ ଓ ବୃଦ୍ଧା ଆଶ୍ରମର ଶବ ଆସିଲେ ସେ ସାହାଯ୍ୟ କରନ୍ତି ବୋଲି କହିଛନ୍ତି | ସେ ଝୁଣା, କର୍ପୁର ଓ କାଠ ଆଦି ଆଣିବାରେ ସାହାଯ୍ୟ କରନ୍ତି |
ସେ ସ୍କୁଲରେ ସାର୍ଟିଫିକେଟ ଦେଇଥିଲେ କିନ୍ତୁ ସ୍କୁଲରେ ମନା କରିଥିଲେ ସେଥି ପାଇଁ ସେ ସ୍କୁଲ ଯାଇ ପାରୁ ନାହାନ୍ତି ବୋଲି କହିଛନ୍ତି |ରାଉଲକେଲା ବ୍ୟାସ ବିହାର ସ୍ଥିତ ଶ୍ମାଶନରେ ଚାରି ବର୍ଷ ହେଲା ଅର୍ଜୁନ ଶବ ଦାହ କରୁଛନ୍ତି | ଅର୍ଜୁନର ବୟସ କମ ଥିବାରୁ ଶବ ଦାହରେ ଯୋଗ ଦେବାକୁ ଟ୍ରଷ୍ଟ ମନା କରିଛି |ତେଣୁ ଶବ ସତ୍କାର ବେଳେ କିଛି ସାହାଯ୍ୟ କରି ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଯାହା କିଛି ମିଳେ ସେହିଥିରେ ହିଁ ପରିବାର ପୋଷଣ କରିଥାନ୍ତି ଅର୍ଜୁନ | ତା ଛଡା ଶବ ଦାହ ବେଳେ ଲୁଣ, ଝୁଣା, କର୍ପୁର ଇତ୍ୟାଦି ଆଣି ଦେଇଥାଏ ଓ ଯାହା ଦୁଇ ପଇସା ଭଲ ରୋଜଗାର ହୋଇଥାଏ |
ଏମିତିରେ କେବେ କେବେ ତିନି ଶହରୁ ଚାରି ଶହ ଟଙ୍କା ରୋଜଗାର ହୋଇଥାଏ |ଏପରିକି ବୃଦ୍ଧା ଆଶ୍ରମରୁ ଶବ ଆସିଲେ ମାଗଣାରେ ସବୁ ଜିନିଷ ଯୋଗାଇ ଦେଇଥାଏ ଏବଂ ଏହା ହେଉଛି ଏହି କୁନି ପୁଅର ମହାନତା | ପାଠ ପଢିବା ପାଇଁ ପ୍ରବଳ ଇଚ୍ଛା ଥିଲେ ମଧ୍ୟ ପଢି ପାରୁନାହାନ୍ତି କାରଣ ପଢିବାକୁ ଗଲେ ପେଟର କ୍ଷୁଧା ବଢ଼ିଯିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।