ସବୁ ସମୟ ଖବର ସାଥିରେ

ଦେଖନ୍ତୁ ଏହି ଝିଅ ପୁଅ ମାନଙ୍କୁ ରାତି ଅଧରେ ଏପରି କହୁଛନ୍ତି ଦେଖିଲେ ଆପଣ ବି ହେବେ ଅବାକ… ଦେଖନ୍ତୁ Video

0 10

ଆଜିର ଆଧୁନିକ ଯୁଗରେ ଟେକ୍ନୋଲୋଜିର ବହୁଳ ବ୍ୟବହାର କରାଯାଉଛି। ଆଉ ଏହି ଟେକ୍ନୋଲୋଜିର ସବୁଠାରୁ ବଡ ଦାନ ହେଉଛି ସୋସିଆଲ ମିଡ଼ିଆ।କହିବାକୁ ଗଲେ ବର୍ତ୍ତମାନର ଦୁନିଆ ସୋସିଆଲ ମିଡିଆର ଦୁନିଆ ଅଟେ। ଲୋକେ ନିଜର ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ସୋସିଆଲ ମିଡିଆରେ ସମୟ ବିତାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି।ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏକ୍ଟିଭ୍ ରହୁଛନ୍ତି ଏହି ସୋସିଆଲ ମିଡିଆରେ।
ତେବେ ଲୋକେ ସୋସିଆଲ ମିଡିଆରେ ନିଜ ମନ ପସନ୍ଦର ଭିଡିଓ ଦେଖିବା ସହିତ ନିଜ ଇଚ୍ଛା ମୁତାବକ ଭିଡିଓ କରି ଅପଲୋଡ଼ ମଧ୍ୟ କରି ଦେଉଛନ୍ତି। କିନ୍ତୁ ସେହି ସବୁ ଭିଡ଼ିଓ ମଧ୍ୟରୁ କିଛି ଭିଡିଓ ଲୋକଙ୍କୁ ଖୁବ୍ ପସନ୍ଦ ଆସିଥାଏ। ଲୋକେ ତାକୁ ବହୁ ମାତ୍ରାରେ ଦେଖିବା ସହ ସେୟାର ଓ ଲାଇକ କରିଥାନ୍ତି ଯାହା ପରବର୍ତ୍ତୀ ସମୟରେ ଖୁବ୍ ଭାଇରାଲ ହୋଇଥାଏ।
ତେବେ ଆଜିର ଲେଖାରେ ଆମେ ଆପଣଙ୍କୁ ଏକ ସୋସିଆଲ ମିଡ଼ିଆର ସେମିତି ଏକ ଭାଇରାଲ ଭିଡ଼ିଓ ବିଷୟରେ କହିବାକୁ ଯାଉଛୁ ଯେଉଁ ଭିଡ଼ିଓରେ ଜଣେ ଯୁବତୀ ପୁଅଙ୍କ ବିଷୟରେ କିଛି ଏପରି କହିଛନ୍ତି ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି।ତେବେ ଆସନ୍ତୁ ଜାଣିବା ଯୁବତୀ ଜଣକ ପୁଅ ମାନଙ୍କ ବାବଦରେ କଣ କହୁଛନ୍ତି।ଭିଡ଼ିଓରେ ଯୁବତୀ ଜଣକ କହିଛନ୍ତି ଯେ ଅନେକେ କହନ୍ତି ପୁଅଙ୍କ ଜୀବନରେ ଦୁଃଖ ନାହିଁ । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ।

ଯୁବତୀ ଜଣକ କହିଛନ୍ତି ” କିଏ କହିଲା ପୁଅଙ୍କ ଜୀବନରେ ଦୁଃଖ ନାହିଁ । ଘର ଛାଡ଼ିକି ଦୂର ସହରକୁ ଯାଆନ୍ତି ନିଜ ଘରର ଖୁସି ପାଇଁ। ୧୨ ଘଣ୍ଟା ଡିଉଟି କରି ୨୪ ଘଣ୍ଟା ଓଭର୍ ଡିଉଟି କରନ୍ତି ନିଜ ଘରର ଖୁସି ପାଇଁ।ପୁଣି ନିଜ ଦରମା ୧୦୦୦୦ ହେଲେ ନିଜେ ୨୦୦୦ ରଖି ପରିବାରକୁ ୮୦୦୦ ପଠାଇ ଦେଇଥାଏ ନିଜ ପାରିବାରର ଖୁସି ପାଇଁ। ନିଜ ଘରକୁ ମାସେ ଦୁଇ ମାସରେ ଥରେ ବୁଲିବାକୁ ଆସନ୍ତି ସିଏବି କୁଣିଆ ହୋଇ ନିଜ ଘରର ଖୁସି ପାଇଁ।ଯେଉଁ ପୁଅଟି ଘରେ ଥିଲା ବେଳେ ନିଜ ହାତରେ ପାଣି ଗ୍ଲାସଟିଏ ଉଠାଇ ପାଣି ପିଏନାହିଁ ସେ ପୁଣି ବାହାରେ ନିଜେ ରୋଷେଇ କରି ଖାଇଥାଏ ଆଉ ନିଜେ ବାସନ ମଧ୍ୟ ଧୋଇଥାଏ।

ତେବେ ଯୁବତୀଙ୍କ କହିବା ଅନୁଯାୟୀ ଗୋଟେ ପୁଅଟିଏ ନିଜ ଦୁଃଖକୁ ସବୁବେଳେ ନିଜ ମଧ୍ୟରେ ହିଁ ସୀମିତ ରଖିଥାଏ । କେବେ କାହା ଆଗରେ କିଛି ପ୍ରକାଶ କରେ ନାହିଁ । ତଥାପି ଲୋକେ କହନ୍ତି ପୁଅଙ୍କ ଜୀବନରେ କିଛି କଷ୍ଟ ନାହିଁ। କିନ୍ତୁ ପ୍ରକୃତରେ ପୁଅମାନଙ୍କ ହୃଦୟରେ ବହୁତ କଷ୍ଟ ରହିଛି ଯାହା ସେମାନେ ନିଜ ଭିତରେ ଚାପି ରଖିଥାନ୍ତି।

କେବଳ ତାଙ୍କ ପରିବାରର ଖୁସି ପାଇଁ। ତେବେ ଯୁବତୀ ଜଣକ ପୁଅ ମାନଙ୍କ ପାଇଁ ଏଭଳି ମନ୍ତବ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।