ସବୁ ସମୟ ଖବର ସାଥିରେ

ଦେଖନ୍ତୁ ଭିଡ଼ିଓ । ହଠାତ ରୋଷେଇ ଘରୁ ବାହାରିଲା ଭୟଙ୍କର ବିଷଧର ୩ଟି ନାଗ ସାପ, ପୁରା ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ….

0 157

ଆମ ପରିବେଶରେ ଅନେକ ଜୀବଜନ୍ତୁମାନେ ବାସ କରିଥାନ୍ତି ଏବଂ ସେମାନଙ୍କ ପାଇଁ ଆମ ପରିବେଶ ସନ୍ତୁଳିତ ଅବସ୍ଥାରେ ରହିଥାଏ । କାରଣ ପଶୁ ପକ୍ଷୀ ମାନେ ମଧ୍ୟ ସୃଷ୍ଟିର ଏକ ରଚନା ଏବଂ ଆମ ପରିବେଶ ପାଇଁ ସେମାନଙ୍କର ମଧ୍ୟ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ଲୋକମାନେ ଅନେକ ଜୀବଜନ୍ତୁ ମାନଙ୍କୁ ପୋଷି କରି ରଖିଥାନ୍ତି କିନ୍ତୁ ସାପ ଏମିତି ଏକ ଜୀବ ଯାହାକୁ ଦେଖିଲେ ଲୋକମାନେ ହଠାତ୍ ଭୟଭୀତ ହୋଇଯାଆନ୍ତି । ସେଥିପାଇଁ ଜୀବହତ୍ୟା ନକରିବାକୁ କୁହାଯାଇଛି , ଏହାକୁ ନମାନିଲେ କଠିନରୁ କଠିନ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି ।

ବିଶେଷ ଭାବରେ ସାପ ମାନେ ବହୁତ ଅପରିଷ୍କାର ବା ଘରକୁ ଲାଗିଥିବା ବୁଦା ରେ ଅଧିକ ମାତ୍ରାରେ ଦେଖାଯାଇଥାନ୍ତି । କେବେ କେବେ ଘରେ ମଧ୍ୟ ସାପ ମାନେ ପ୍ରବେଶ କରିଥାନ୍ତି , ଯାହା ଲୋକମାନଙ୍କ ପାଇଁ ବହୁତ ଭୟଙ୍କର ହୋଇଥାଏ । ଆପଣଙ୍କ ଘରେ ଯଦି ଏମିତି ସମସ୍ୟା ଦେଖାଯାଏ , ତେବେ ଆପଣ ଭୟଭୀତ ନହୋଇ ତୁରନ୍ତ ସ୍ନେକ ରେକ୍ସ୍ୟୁ ଟିମକୁ ଖବର ଦିଅନ୍ତୁ । ସେମାନେ ସଠିକ ସମୟରେ ପହଞ୍ଚି ସାପକୁ ସୁରକ୍ଷିତ ଭାବରେ ଉଦ୍ଦାର କରିଥାନ୍ତି , ମଣିଷ ର ମଧ୍ୟ କୌଣସି କ୍ଷତି ହୋଇ ନଥାଏ ।

 

ପୂର୍ବରୁ ସାପ କୁ ଧରିବା ପାଇଁ ସାପ ଧରାଳୀ ମାନେ ରହିଥିଲେ , କିନ୍ତୁ ବର୍ତ୍ତମାନ ସ୍ନେକ ରେକ୍ସ୍ୟୁ ଟିମ ମାନେ ସାପ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ସାପ ଧରାଳୀ ବିଷୟରେ କହିବୁ , ଯିଏ ଗୋଟିଏ ନୁହଁ ବରଂ 3 ଟି ସାପକୁ ଏକ ସଙ୍ଗରେ ଜଣଙ୍କ ଘରୁ ଉଦ୍ଧାର କରିଛନ୍ତି । ଯହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାର କେନ୍ଦୁଆପଡା ଗ୍ରାମରେ ।

ଗୋଟିଏ ଘରେ 3 ଟି ସାପ ଏକ ସଙ୍ଗରେ ପଶିଯାଇଥିଲେ , ଘର ଲୋକମାନେ ସାପ ଗୁଡିକ ଦେଖି ବହୁତ ଡରିଯାଇଥିଲେ । ଘରର ସଦସ୍ୟମାନେ ତୁରନ୍ତ ସ୍ନେକ ରେସ୍କ୍ୟୁ ଟିମକୁ ଖବର ଦେଇଥିଲେ । କିନ୍ତୁ ସେମାନଙ୍କର ଆସିବାରେ ବିଳମ୍ୱ ହେବାରୁ ପାଖ ନିକଟସ୍ଥ ଜଣେ ତାଲିମ ପ୍ରାପ୍ତ ସାପ ଧରାଳୀ ଆସି ସେହି ବିଷାକ୍ତ ସାପ 3ଟି କୁ କୌଶଳର ସହ ଧରିବାରେ ସକ୍ଷମ ହୋଇଥିଲେ । ଏହାପରେ ସେହି ବିଷାକ୍ତ ସାପ 3ଟି କୁ ସୁରକ୍ଷିତ ଭାବରେ ଡବାରେ ପୁରାଇ ଉଦ୍ଧାର କରିଥିଲେ ।

ଏହି ଦୃଶ୍ୟକୁ ଦେଖିବା ପାଇଁ ସେଠାରେ ପ୍ରବଳ ଭିଡ ଲାଗିଥିଲା , ଲୋକମାନେ ମଧ୍ୟ ସାପ ତିନୋଟିକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆପଣ ମାନେ କୈଣସି ବି ସ୍ଥାନରେ ସାପ ଦେଖୁଛନ୍ତି ତେବେ ଆପଣ ଭୟଭୀତ ନହୋଇ ତୁରନ୍ତ ସ୍ନେକ ରେସ୍କ୍ୟୁ ଟିମକୁ ଖବର ଦିଅନ୍ତୁ । ନିଜେ ସାପକୁ ଧରିବାର ଦୁଃସାହସ କରନ୍ତୁ ନାହିଁ ।