ସବୁ ସମୟ ଖବର ସାଥିରେ

ପିଲାଙ୍କୁ ଛାଡ଼ି ପଳାଇଲା ମା, ଜରାଜୀର୍ଣ୍ଣ ଅବସ୍ଥାରେ ରହୁଛି ଚାରି ଛୁଆ। …ଏହି ଦୁଃଖଦାୟକ ଭିଡିଓ ଦେଖିବା ପରେ ଆପଣଙ୍କ ଆଖିରୁ ଲୁହ ଆସିଯିବ…ଦୟାକରି ସାହାର୍ଯ୍ୟ କରନ୍ତୁ

0 106

ଆପଣ ମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି। ଆଉ ସମାଜରେ କିଭଳି ପ୍ରକାର ଘଟଣା ସବୁ ଘଟୁଛି। ଆଉ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ। କିନ୍ତୁ ସେହି ଘଟଣା ଗୁଡ଼ିକ ମଧ୍ୟରୁ କିଛି ଏମିତି ଘଟଣା ଘଟିଥାଏ ଯାହା ଦେଖିଲେ ବା ଶୁଣିଲେ ଆପଣଙ୍କ ଆଖି ରେ ଲୁହ ଆସିଯିବ। ଆପଣ ମାନେ ସମସ୍ତେ ଜାଣିଥିବେ ପିଲା ମାନଙ୍କ ପାଇଁ ତାଙ୍କ ବାପା ଓ ମା ସବୁକିଛି ହୋଇଥାନ୍ତି। ଆଉ ଯଦି ବାପା ମା ନଥାନ୍ତି ତେବେ ଆପଣ ମାନେ ଜାଣି ପାରୁଥିବେ ସେହି ପିଲାମାନଙ୍କର ଅବସ୍ଥା କେମିତି ଥିବ। ସେମାନେ ବାପା ମା ଙ୍କ ଅନୁପସ୍ଥିତି କୁ କିପରି ଅନୁଭବ କରୁଥିବ। ବିଶେଷ କରି ଛୋଟ ପିଲାମାନେ ଜାଣି ପାରିବେ ନାହିଁ ତାଙ୍କର ବାପା ମା ନାହାନ୍ତି ବୋଲି।

ତେବେ ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଯାହା ପ୍ରକୃତରେ ଆଖି ରେ ଲୁହ ଆସିଯିବ। ତେବେ ସମାଜ ସବୁବେଳେ ସମାଜରେ ବାସ କରୁଥିବା ଲୋକମାନଙ୍କୁ ନେଇ ଗଠନ ହୋଇଥାଏ। ସମାଜର ବିକାଶ ସେହି ସମାଜର ବାସ କରୁଥିବା ଲୋକଙ୍କ ମୌଳିକ ବିକାଶ ରୁ ଜଣାପଡ଼େ। ଆଜି ଆମେ ଆପଣ ମାନଙ୍କୁ ଏମିତି ଘଟଣା ସମ୍ପର୍କରେ କହିବୁ ଯାହା ଆପଣଙ୍କୁ ମଧ୍ୟ ଦୁଃଖ ଲାଗିବ। ଘଟଣାଟି ହେଉଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ବରଦାପାଳ ପଞ୍ଚାୟତ ରକୁସୁମମିତା ଗ୍ରାମ ର। ଏହି ଗ୍ରାମରେ ବାସ କରନ୍ତି ଶ୍ରୀଧର ମୁଣ୍ଡା।

ପେଟ ପାଟଣା ପାଇଁ ଗୁଜୁରାଟ ରେ ଦାଦନ ଶ୍ରମିକ ରୂପେ କାମ କରୁଛନ୍ତି। ଘର କହିଲେ ଏକ ଝୁମ୍ପୁଡ଼ି। ସେହି ଝୁମ୍ପୁଡ଼ି ରେ ରହନ୍ତି ଶ୍ରୀଧରଙ୍କ ପତ୍ନୀ, ଚାରି ଛୁଆ, ଆଉ ବୁଢ଼ା ବାପ। ହେଲେ ଚଳିତ ବର୍ଷ ବାହୁଡ଼ା ଯାତ୍ରା ଠାରୁ ଶ୍ରୀଧରଙ୍କ ସ୍ତ୍ରୀ କୁଆଡ଼େ ପଳେଇ ଯାଇଥିବା ବେଳେ ଶ୍ରୀଧର ରହିଛନ୍ତି ଗୁଜୁରାଟ ରେ। ଘରେ ବୁଢ଼ା ବାପା ଜଙ୍ଗଲରୁ କାଠ ସଂଗ୍ରହ କରି ସ୍ଥାନୀୟ ବଜାରରେ ବିକ୍ରି ଯାହା ପାଇଥାଏ ସେଥିରେ ଚଳାଇଥାନ୍ତି ପରିବାର। ଖାଲି ଟଙ୍କା ହେଲେ ତ ପରିବାର ଚଳିବନି, ପରିବାର ଚଳେଇବା ପାଇଁ କେହି ଜଣେ ରହିବା ଦରକାର।ତାଙ୍କର ଚାରି ଛୁଆ ମଧ୍ୟରୁ ତିନି ଜଣ ଝିଅ ଓ ଜଣେ ପୁଅ।

ବଡ଼ ଝିଅ ଟିର ବୟସ ୧୦ ବର୍ଷ ହୋଇଥିବା ବେଳେ ସଭା ସାନ ପୁଅଟିର ବୟସ ବର୍ଷକରୁ କମ୍। ତିନି ଭାଇ ଭଉଣୀ କୁ ବଞ୍ଚାଇ ରଖିବା ପାଇଁ ବଡ଼ ଝିଅ ଟି ହଜେଇ ଦେଇଛି ତାର ଶୈଶବକୁ। ନିଜ ହାତରେ ଭାଇ ଭଉଣୀ ଙ୍କ ରୋଷେଇ କରି ଖାଇବା ପାଇଁ ଦେଉଛି। ଆଉ ସାନ ପୁଅଟି ମାର କ୍ଷୀର ନପାଇ ଜରାଶୀର୍ଣ୍ଣ ଅବସ୍ଥାରେ। ଏମାନେ ମେଡିକାଲ, ପ୍ରୋଟିନ ଯୁକ୍ତ ଖାଦ୍ୟ କଣ ଜାଣି ନଥିବେ। ବୁଢ଼ା ବାପା ଜଣକ ଲାଗିଛନ୍ତି ଖାଦ୍ୟ ଅନ୍ୱେଷଣରେ। ଏଭଳି ଦୃଶ୍ୟ ଦେଖି ଯେକୌଣସି ସମ୍ବେଦନଶୀଳ ବ୍ୟକ୍ତି ଙ୍କ ଆଖିରେ ଲୁହ ଆସିଯିବ।କିନ୍ତୁ ଏହିସବୁକୁ ଯିଏ ସମାଧାନ କରିବା କଥା ସିଏ ପୁଞ୍ଜିବାଦ ଉହାଡ଼ରେ ଆତ୍ମସମର୍ପଣ କରିଛି।