ସବୁ ସମୟ ଖବର ସାଥିରେ

ଦେଖନ୍ତୁ Shocking ଭିଡିଓ- ଷ୍ଟ୍ରଙ୍ଗରୁମ ଭିତରେ ଇଏ କିଏ ? ପୋଲିସ୍ ଦେଉଛି ସୁରକ୍ଷା ..ଦେଖନ୍ତୁ ଏହି ଦୃଶ୍ୟ କୁ ଭଲକରି…

0 28

ରାତି ପାହିଲେ ପୌର ଭୋଟ ର ଗଣତି ହେବାକୁ ଯାଉଛି କିନ୍ତୁ ତା ପୂର୍ବରୁ ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗ ରୁମ ସାମ୍ନାରେ ଉତ୍ତେଜନା ଦେଖା ଗଲାଣି | ଜୈନିକ ଯୁବକ ବେକ ରେ ପରିଚୟ ପତ୍ର ଝୁଲାଇ ଷ୍ଟ୍ରଙ୍ଗ ରୁମ ଭିତରେ ପଶି ଥିବାର ଅଭିଯୋଗ ହୋଇଛି | ସୂଚନା ଅନୁଯାଇ ଭୁବନେଶ୍ୱର ର ବିଜେବି କଲେଜ ର ଷ୍ଟ୍ରଙ୍ଗ ରୁମ କୁ ଜଣେ ଯୁବକ ପଶି ଯାଇ ଥିଲେ ଯାହା ଫଳରେ ସେହି କଲେଜ ସାମ୍ନାରେ ଉତ୍ତେଜନା ଦେଖିବା ପାଇଁ ମିଳି ଥିଲା |

ସେହି ଯୁବକ ଜଣଙ୍କ ଅନୈତିକ ଭାବରେ ଷ୍ଟ୍ରଙ୍ଗ ରୁମ କୁ ପଶି ଯାଇ ଥିଲେ, ଯାହା ଫଳରେ ସେହି ବ୍ୟକ୍ତି ଙ୍କୁ ଲୋକ ମାନେ ବିରୋଧ କରି ପ୍ରଶ୍ନ ଉଠାଇ ଥିଲେ ଯେ ଏ କିଭଳି ଭାବେ ଷ୍ଟ୍ରଙ୍ଗ ରୁମ କୁ ପଶିଲା କିନ୍ତୁ ସେହି ସମୟରେ ପୋଲିସ ସେହି ବ୍ୟକ୍ତି ଜଣଙ୍କୁ ଲୋକ ମାନଙ୍କ ଠାରୁ ସୁରକ୍ଷା ଦେଉ ଥିଲେ |


ସେ 19 ନମ୍ବର ୱାର୍ଡ ର ଶାସକ ଦଳର ପିଲା ବୋଲି ମଧ୍ୟ ଜଣା ପଡ଼ିଛି ଏବଂ ତାଙ୍କ ପକେଟ ରୁ କିଛି ବୁଥ ର ନମ୍ବର ଏବଂ ପୋଲିଂ ପସେଣ୍ଟେଜ ମଧ୍ୟ ମିଳି ଥିଲା | ଏହାପରେ ଲୋକେ ତାଙ୍କୁ ସନ୍ଦେହ କରି ଥିଲେ ଏବଂ ପରେ ପୁଣି ତାଙ୍କୁ କିଛି ପଚରା ଉଚରା ଆରମ୍ଭ କରି ଥିଲେ | କିନ୍ତୁ ବ୍ୟକ୍ତି ଜଣଙ୍କ ନିଜର ନିର୍ଦ୍ଧିଷ୍ଟ ପରିଚୟ ଦେଇ ପାରି ନଥିଲେ,

ଯାହା ଫଳରେ ଲୋକ ମାନେ ସନ୍ଦେହ କରି ଥିଲେ ଆଉ ସେମାନଙ୍କର ଶିକାର ସେ ପାଲଟି ଯାଇ ଥିଲେ ଆଉ କିଛି ଲୋକ ମିଶି ବ୍ୟକ୍ତି ଜଣଙ୍କୁ ମାଡ଼ ମଧ୍ୟ ମାରି ଥିଲେ | ଲଗାତାର ଧରି ଲୋକ ମାନେ ଯେଉଁ ପରିସ୍ଥିତି ରେ ପରିଶ୍ରମ କରିଛନ୍ତି ତାହା କିପରି ଭାବେ ଏଭଳି ବିଫଳ ହେଲା ତାହାକୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି |

ଷ୍ଟ୍ରଙ୍ଗ ରୁମ ଏକ ସୁରକ୍ଷିତ ଜାଗା ଯେଉଁଠି ସିସି ଟିଭି ମଧ୍ୟ ଲାଗିଛି, କିନ୍ତୁ ଷ୍ଟ୍ରଙ୍ଗ ରୁମ ର ସିସି ଟିଭି 4 ମିନିଟ ପର୍ଯ୍ୟନ୍ତ ପୁରା ବନ୍ଦ ହୋଇ ଯାଇ ଥିଲା, ଆଉ ତାପରେ ହଠାତ ଲୋକ ମାନେ ଉତ୍ୟପ୍ତ ହୋଇ ଥିଲେ | ଅନ୍ୟ ପଟେ ପୋଲିସ ସେହି ବ୍ୟକ୍ତି ଜଣଙ୍କୁ ବଞ୍ଚାଇବାକୁ ଯାଇ ଲୋକ ମାନଙ୍କ ଉପରେ ଲାଠି ଚାର୍ଜ କରିଛି | ଲୋକ ମାନଙ୍କର ଉତ୍ତେଜନା ଏଭଳି ଭାବେ ବଢ଼ି ଥିଲା କି ଲୋକ ମାନଙ୍କୁ ବୁଝେଇବା ପାଇଁ ଏଭିଏମ ଏବଂ ପୋଲିସ ଅଧିକାରୀ ଙ୍କ ଉଦ୍ୟମ ଜାରି ରହିଛି | ରାତି ପାହିଲେ ଭୋଟ ର ଗଣତି ହେବ କିନ୍ତୁ ତା ପୂର୍ବରୁ ଏଭଳି ଏକ ଦୃଶ୍ୟ ସମସ୍ତଙ୍କ ଚିନ୍ତା ର କାରଣ ପାଲଟି ଯାଇଛି ଏବଂ ଏହି ଘଟଣା ଟି ଏବେ ଖୁବ ଚର୍ଚ୍ଚା ରେ ରହିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।