ସବୁ ସମୟ ଖବର ସାଥିରେ

ଆଶ୍ଚର୍ଯ୍ୟ ଲଜ୍ୟାଜନକ ଘଟଣା ! ଶ୍ରୀ ମନ୍ଦିର ଭିତରକୁ ଚପଲ ପିନ୍ଧି ପସିଗଲେ ଏହି ବ୍ୟକ୍ତି …ଏପରି ବ୍ୟକ୍ତି ଙ୍କୁ କି ଦଣ୍ଡ ମିଳିବା ଦରକାର କମେଣ୍ଟ କରନ୍ତୁ ?

0 74

ମହାପ୍ରଭୁ ଜଗନ୍ନାଥ । ଓଡ଼ିଆ ଠାକୁର , ଓଡ଼ିଶା ର ଠାକୁର , ସାରା ବିଶ୍ବ ବ୍ରହ୍ମାଣ୍ଡ ଙ୍କ ଠାକୁର । ସେଇଥିପାଇଁ ତାଙ୍କୁ ଜଗତର ନାଥ ଜଗନ୍ନାଥ ବୋଲି କୁହାଯାଏ । ପୁରୀ ବଡ଼ଦାଣ୍ଡ ଶ୍ରୀମନ୍ଦିର ରେ ରତ୍ନ ସିଂହାସନରେ ବିଜେ କରିଥାନ୍ତି ଚତୁର୍ଦ୍ଧା ମୂର୍ତ୍ତି । ବଡ଼ ଭାଇ ବଳଭଦ୍ର , ଭଉଣୀ ସୁଭଦ୍ରା ସହିତ ବଡ଼ ଠାକୁର ଜଗନ୍ନାଥ ଓ ସୁଦର୍ଶନ ପୁରୀ ଶ୍ରୀ ମନ୍ଦିରରେ କୋଟି କୋଟି ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି ।

ତେବେ ଆପଣମାନେ ଜାଣିଥିବେ ଶ୍ରୀମନ୍ଦିର ଖୋଲି୍ବା ଦିନ ଠାରୁ ପ୍ରତ୍ୟେକ ଦିନ କିଛି ନାଁ କିଛି ଅପ୍ରିତିକର ଘଟଣା ଶ୍ରୀମନ୍ଦିର ପରିସରରେ ଘଟୁଛି । ଆଉ ଏବେ ସେହିପରି ଗୋଟିଏ ଘଟଣା ଘଟିଛି । ଗତ ଶୁକ୍ରବାର ଦିନ ମଧ୍ୟ ଦୋଳପୂର୍ଣ୍ଣମୀ ଅବସରରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା ।

 

ସିଂହଦ୍ୱାର ଆଗରେ ଟାଣ ଖରାରେ ଦୀର୍ଘ ସମୟ ଧରି ଅପେକ୍ଷାରତ ଭକ୍ତଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ଶେଷରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିରକୁ ପଶିଥିଲେ । ଠାକୁରଙ୍କ ନୀତି ବିଳମ୍ବରୁ ବାହାରେ ଅସମ୍ଭବ ଭିଡ଼ ଲାଗିଥିବା ଅଭିଯୋଗ ହୋଇଥିବାବେଳେ ଭକ୍ତଙ୍କ ଲାଗି ଚାରିଦ୍ୱାର ଖୋଲାଯାଉ ନଥିବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି କହିଥିଲେ ସେବାୟତ । ତେବେ ଶୀଘ୍ର ସ୍ଥିତି ନିୟନ୍ତ୍ରଣ ହେବାରୁ ବଡ଼ ଅଘଟଣ ଟଳିଗଲା ।

ତେବେ କୋଭିଡ୍ କଟକଣା କୋହଳ ହେବା ପରେ ଆଜି ରବିବାର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏଣିକି ଆଜିଠୁ ସପ୍ତାହର ସବୁ ଦିନ ଭଳି ପ୍ରତି ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଏସବୁ ଭିତରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚପଲ ପିନ୍ଧି ଜଣେ ଭକ୍ତ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ରୋଷଘର ନିକଟ ପର୍ଯ୍ୟନ୍ତ ଚାଲି ଯାଇଥିଲେ। ସେହି ସମୟରେ ଜଣେ ରୋଷ ପାଇକ ଏହା ଦେଖି ଆଶ୍ୱର୍ଯ୍ୟ ହୋଇ ତାଙ୍କୁ ଧରି ସିଂହଦ୍ୱାର ବାହାରକୁ ନେଇ ଆସିଥିଲେ।

ଘଟଣାକୁ ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ କହିଛନ୍ତି, ‘ମୁଁ ଜଣେ ହିନ୍ଦୁ। ହୋସ୍‌ରେ ମୁଁ ଏସବୁ କରିନାହିଁ। ମୋ ମୁଣ୍ଡ ଠିକ୍‌ ନାହିଁ। କାଲି ହୋଟେଲ୍‌ରେ ଚପଲ ଛାଡ଼ିକି ଶ୍ରୀମନ୍ଦିରକୁ ଆସିବି। ମୋର୍‌ ଭୁଲ୍‌ ହୋଇଯାଇଛି ଓ ଏଥିପାଇଁ ମୁଁ କ୍ଷମାପ୍ରାର୍ଥନା କରୁଛି।’

ଉକ୍ତ ବ୍ୟକ୍ତିଙ୍କୁ ଧରିଥିବା ରୋଷ ପାଇକ ଜଣକ ଘଟଣାକୁ ନେଇ କହିଛନ୍ତି, ‘ବ୍ୟକ୍ତି ଜଣକ ରୋଷ ଆଡ଼େ ବୁଲୁଥିବା ଦେଖିବାକୁ ପାଇଥିଲି। ଏହା ଦେଖିବା ପରେ ମୁଁ ତାଙ୍କୁ ଧରି ବାହାରକୁ ଆଣିଥିଲି। ଗୋଡ଼ରୁ ଚପଲ କାଢ଼ି ହାତରେ ଏହାକୁ ଧରି ସେ ବାହାରକୁ ଆସିଥିଲେ। ଠିକ୍‌ ଭାବେ ଚେକିଂ ହେଉନଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା।’ ଘଟଣାପରେ କଡ଼ାକଡ଼ି ଚେକିଂ କରାଯାଇ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବା ନେଇ ସାଧାରଣରେ ଦାବି ହୋଇଛି।

ସୂଚନାଥାଉ କି, କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ସାନିଟାଇଜ କରିବା ପାଇଁ ଗତ ଦୁଇ ବର୍ଷ ଧରି ରବିବାର ଦିନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହୁଥିଲା l ଏଣିକି ଆଜିଠୁ ସପ୍ତାହର ସବୁ ଦିନ ଭଳି ପ୍ରତି ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର। ଗତ 12 ତାରିଖରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।