
ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ – ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କଲାଏହି ଦୃଶ୍ୟ ! ବୁଢା ବାପା ମାଆ କୁ କାନ୍ଧରେ ୪୦ km ବୋହି କି ନେଲା ପୁଅ, ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…
ବନ୍ଧୁଗଣ ଆପଣ ନିୟମିତ ଭାବରେ ଅନେକ ଖବର ସଂସ୍ପର୍ଶରେ ଆସୁଥିବେ। ସେଥି ମଧ୍ୟରୁ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ ଆଉ ସମସ୍ତଙ୍କୁ ଦୁଃଖିତ କରାଇଥାଏ। କାରଣ ଘଟଣାଟି ଅତ୍ୟନ୍ତ ସମ୍ବଦନଶୀଳ ହୋଇଥାଏ।ଆଉ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ।ଏହା ଆମକୁ ବିଚଳିତ କରି ଦେଇଥାଏ।
ବାସ୍ତବିକ ଭାବରେ ଏହା ସତଯେ ମଣିଷ ଜୀବନରେ ଅନେକ ଦୁଃଖ ସମସ୍ୟା ବେଳେବେଳେ ଏମିତି ରୂପ ନେଇଥାଏ ଯେଉଁଥିରୁ ବାହାରିବା ବହୁତ୍ କଷ୍ଟ ହୋଇପଡେ। କିନ୍ତୁ କିଛି ଘଟଣାର ରୂପରେଖ ଏମିତି ହୋଇଥାଏ ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିି ଯାଏ।
ସେହିଭଳି ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।ଏହି ଘଟଣାଟି ହେଉଛି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର।ଏହି ଜିଲ୍ଲାର ଜଣେ ଆଦିବାସୀ ବ୍ୟକ୍ତି ତାଙ୍କ ବାପା ମାଆ ଙ୍କୁ କାନ୍ଧରେ ନେଇ ୪୦ କିମି ପାଦରେ ଚାଲି ଚାଲି ଯାଇଛନ୍ତି ନ୍ୟାୟ ପାଇବା ପାଇଁ।
#WATCH: Tribal man in Odisha’s Mayurbhanj travels 40 kms on foot carrying his parents seeking justice in an alleged fake case against him. pic.twitter.com/ULn6KGLLba
— ANI (@ANI) September 1, 2017
ତାଙ୍କ ନାମରେ ରୁଜୁ ହୋଇଥିବା ମିଛ ମୋକଦ୍ଦମା ବା କେଶ୍ ର ଉପଯୁକ୍ତ ବିଚାର, ନ୍ୟାୟ ଆଶାରେ ସେ ଏହିଭଳି କାର୍ଯ୍ୟ କରି ଲୋକ ଲୋଚନକୁ ଆସିଛନ୍ତି।ତେବେ ଏହି ବ୍ୟକ୍ତି ଜଣଙ୍କର ନାମ ହେଉଛି କାର୍ତ୍ତିକ ସିଂହ ଏବଂ ତାଙ୍କର ଘର ହେଉଛି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ମୋରଡା ଅଞ୍ଚଳରେ।
ସୂଚନା ଅନୁସାରେ କାର୍ତ୍ତିକ ସିଂହଙ୍କ କହିବା ଅନୁଯାୟୀ ମୋରଡା ପୋଲିସ୍ ତାଙ୍କ ନାମରେ ଏକ ମିଛ କେଶ୍ ରୁଜୁ କରି ତାଙ୍କୁ ଏଥିରେ ଫଶାଇ ତାଙ୍କୁ ୨୦୦୯ ମସିହାରେ ୧୮ ଦିନ ଧରି ଜେଲ୍ ରେ ପୁରାଇ ରଖିଥିଲେ।ଆଉ ଏହି ଘଟଣା ପରେ ତାଙ୍କୁ ତାଙ୍କ ଗ୍ରାମରେ ପରିତ୍ୟକ୍ତ କରି ଦେଇଥିଲେ।ଏହା ତାଙ୍କୁ ତାଙ୍କ ସମାଜରେ ଏକ ସାମାଜିକ କ୍ଷତି ଘଟାଇଥିଲା। ଯଦିଓ କାର୍ତ୍ତିକ ସିଂହ ଜଣେ ଶିକ୍ଷିତ ବ୍ୟକ୍ତି କିନ୍ତୁ ତାଙ୍କ ପାଖରେ ରୋଜଗାର ର କୌଣସି ପନ୍ଥା ନଥିଲା। ଜେଲ୍ ଯିବା ପରେ ସେ ଯେତେବେଳେ ସେଠାରୁ ଫେରିଲେ ସେତେବେଳେ ତାଙ୍କୁ ଆଉ କାମ ମଧ୍ୟ କେହି ଦେଲେ ନାହିଁ।
ସେ କାମ ଅନୁସନ୍ଧାନରେ ମଧ୍ୟ ବାହାରକୁ ବାହାରକୁ ଯାଇ ପାରୁ ନଥିଲେ କାରଣ ଘରେ ତାଙ୍କ ବୃଦ୍ଧ ବାପା ମାଆ ଙ୍କ ଦେଖାଶୁଣା ତାଙ୍କୁ ହିଁ କରିବାକୁ ପଡ଼ୁଥିଲା। ତେଣୁ ଏବେ ସେ ନ୍ୟାୟ ପାଇବା ପାଇଁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ନିଜ ବାପା ମାଆ ଙ୍କୁ କାନ୍ଧରେ ଟୋକେଇ ରେ ବସାଇ ୪୦ କିମି ଚାଲିଚାଲି ଯାଇଛନ୍ତି। ତାଙ୍କର ଆଶା ଅଛିକି ତାଙ୍କ ବାପା ମାଆ ଙ୍କ ମୃତ୍ୟୁ ପୂର୍ବରୁ ସେ ଏହା ପ୍ରମାଣ କରିବାକୁ ଚାହୁଁଛନ୍ତି କି ତାଙ୍କ ନାମରେ ମୋରଡା ପୋଲିସ୍ ପକ୍ଷରୁ ହୋଇଥିବା କେଶ୍ ମିଛ ଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।