
ଓଃ କି ଡ୍ୟାନ୍ସ ! ପୁଣି ମାର୍କେଟ କୁ ଆସିଲା Naveen ଙ୍କ ନୂଆ Video Song…. ସୋସିଆଲ ମିଡିଆରେ ନିଆଁ ଭଳି ହେଉଛି ଭାଇ ରାଲ….
ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ଘଟଣା ର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ପ୍ରକାର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ହଟକେ ଏବଂ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି ,ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ୍ ହିଟ୍ ହେବାର ଲାଗିଛି। ଆଉ ଯେଉଁ ମ୍ୟୁଜିକ୍ ଭିଡିଓ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଉପରେ ଆଧାରିତ ହୋଇଛି । ତେବେ ବହୁତ ସମୟରେ ବହୁତ ମ୍ୟୁଜିକ ଭିଡିଓ ଏହି ବିଶିଷ୍ଠ ବ୍ୟକ୍ତି ବିଶେଷ ଙ୍କୁ ନେଇ ରେକର୍ଡ କରା ଯାଇଛି କିନ୍ତୁ ଏହି ଭିଡିଓ ଟି ବହୁତ ଅଲଗା ଏବଂ କୌତୁହଳ ପୂର୍ଣ୍ଣ ହୋଇଛି ।
ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ନିଜର ଶାସନ ପଦ୍ଧତି କୁ ନେଇ ତଥା ତାଙ୍କର ଭିନ୍ନ ଷ୍ଟାଇଲ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି।ତାଙ୍କର ୟୁନିକ ଷ୍ଟାଇଲ ଲୋକ ଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ, ତାଙ୍କୁ ଅତି ଚତୁର ଓ ଧୀର ସ୍ଥିର ଶାସକ ବୋଲି ମଧ୍ୟ କୁହାଯାଏ।
ତାଙ୍କର ଜନ କଲ୍ୟାଣ କାରୀ ଯୋଜନା ଏବଂ ବିକାଶ ର ଧାରାକୁ ସୁଚାଇ ଏବଂ ନିର୍ମଳ ଭାବମୂର୍ତ୍ତିକୁ ବର୍ଣ୍ଣନା କରି ପ୍ରସ୍ତୁତ ହୋଇଛି ଏହି ସୁନ୍ଦର ଭିଡିଓ ଟି । ଆଉ ଯେଉଁ ଗୀତ ର ଟାଇଟେଲ୍ ରହିଛି ନବୀନ ରଜା ଏବଂ ଏହି ଗୀତରେ ସଂଗୀତ ଇଣ୍ଡଷ୍ଟ୍ରି ର ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ନିଜେ ଅଭିନୟ କରି ଏହାକୁ ଅଧିକ ସୁନ୍ଦର ଏବଂ ମନ ମୁଗ୍ଧକର କରିଛନ୍ତି । ଯେଉଁ ଭିଡିଓ ଦେଖିଲେ ଆପଣ ମଧ୍ୟ ଖୁସି ରେ ଝୁମି ଯିବେ ।
ତେବେ ବର୍ତ୍ତମାନ ସମୟରେ ମ୍ୟୁଜିକ ଭିଡିଓ ଏବଂ ଓଡିଆ ଆଲବମ୍ ର ଲୋକପ୍ରିୟତା ବେଶ୍ ଅଧିକ ରହିଛି । କିଛି ନୂଆ ଆର୍ଟିଷ୍ଟ ତାଙ୍କର ଏହି ସୃଜନଶିଳତା ଦେଖାଇ ନୂଆ ତରିକାରେ ଭିଡିଓ ସବୁ ପ୍ରସ୍ତୁତ କରି ଦର୍ଶକ ଙ୍କୁ ଏହା କିପରି ଛୁଇଁ ପାରିବ ତାହା କରୁଛନ୍ତି । ଆଉ ଲୋକମାନେ ମଧ୍ୟ ଏହି ସବୁ ଭିଡିଓ ଏବଂ ଗୀତ କୁ ବେଶ୍ ପସନ୍ଦ କରିବା ସହିତ ଭଲ ପାଇବା ମଧ୍ୟ ଦେଉଛନ୍ତି । ଓଡିଆ ଆଲବମ୍ ଏବେ ଇଣ୍ଡଷ୍ଟ୍ରି ରେ ଜଗତରେ ତାର ପାରଦର୍ଶିତା ଦେଖାଉଛି । ଗୋଟିଏ ପରେ ଗୋଟିଏ ହୀଟ୍ ଗୀତ ଭେଟି ଦେଉଛନ୍ତି ଯୁବ ଆର୍ଟିଷ୍ଟ ମାନେ । ସୁନ୍ଦର ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ୟ ହୃଦୟସ୍ପର୍ଶି ହେଉଛି ।
ଯାହା ଏହି ସବୁ ଭିଡିଓ କୁ ଅନ୍ସ ଇଣ୍ଡଷ୍ଟ୍ରି ସହିତ ଟକ୍କର ଦେବାକୁ ସକ୍ଷମ ହୋଇ ପାରୁଛି । ଅନେକ ଲୋକପ୍ରିୟ ଭିଡିଓ ଗୀତ ଯୁବପିଢିଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ଏବେ ସାମ୍ନା କୁ ଆସୁଛି । ଯେମିତି ଏବେ ନବୀନ ରଜା ଭିଡିଓ ପ୍ରସ୍ତୁତ ହେଇଛି । ଏହି ଗୀତକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ତପୁ ନାୟକ ଲିରିକ୍ ଦେଇଥିବା ବେଳେ ଜାପାନୀ ଭାଇ ଏହାର ମ୍ୟୁଜିକ୍ କରିଛନ୍ତି ।ବିଜେଡି ନେତା ଆକାଶ ଦାସ୍ ନାୟକ, ଜାପାନୀ ଭାଇ , ତାରୀଣି ପ୍ରସାଦ ନାୟକ , ରାଜା ଏବଂ ରକି । ଆଉ ଏହାର ନିର୍ଦ୍ଦେଶନା ଦେଇଛନ୍ତି ବିବେକା କୁମାର ।