ସବୁ ସମୟ ଖବର ସାଥିରେ

🛑EXCLUSIVE :ଜିତୁ ଙ୍କ ଫୁସ୍ ଫୁସ୍ ରେ ଲାଗିଛି ପୋକ । କାଖ ତଳେ ନାହିଁ ମାଂସ, ଅଜଣା ରୋଗରେ କଷ୍ଟ ଭୋଗୁଛନ୍ତି ଜିତୁ। ଦେଖନ୍ତୁ ଏହି ଲୁହ ଭରା video !

0 20

ଦୁନିଆରେ ଏମିତି ଲୋକ ମାନେ ଅଛନ୍ତି ଯୋଉଁ ମାନେ ଦୁଇ ଗଣ୍ଡା ଭଲରେ ଖାଇବାକୁ ପାଇ ନ ଥାନ୍ତି | ଏବଂ ସେମାନଙ୍କର ପରିସ୍ଥିତି ଏମିତି ହୋଇ ଥାଏ ଯେ କୌଣସି ରୋଗ ଦେଖାଇବା ପାଇଁ ସେମାନଙ୍କ ପାଖରେ ପଇସା ମଧ୍ୟ ନ ଥାଏ | ନିଜର ସାଧ୍ୟ ଅନୁସାରେ ରୋଗ ପାଇଁ ଚିକିସ୍ଥିତ ହୋଇ ପାରି ନ ଥାନ୍ତି | ପାଠ ପଢା ପାଇଁ ଅର୍ଥ ବାଧକ ସାଜେ | ଭଗବାନ କଣ ପାଇଁ ଯେ ଏମାନଙ୍କୁ ଏମିତି କଷ୍ଟ ଦିଅନ୍ତି ତାହା ଜାଣି ହୁଏନା | ବୋଝୋ ଉପରେ ନଳିତା ବିଡ଼ା ପରି ସେମାନଙ୍କ ଜୀବନ ହୋଇ ଯାଇ ଥାଏ |
ଆଜି ଆମେ ଆପଣଙ୍କୁ ଏମିତି ଏକ ଗରିବ ଘରର ପିଲାଙ୍କ ବିଷୟରେ ଜଣାଇବାକୁ ଯାଉଅଛୁ | ଯିଏ କି ପାଠ ପଢି ନିଜ ଗୋଡ଼ରେ ଛିଡା ହୋଇ ପରିବାରକୁ ପ୍ରତି ପୋଷଣ କରିବା ପାଇଁ ଚାହୁଁ ଥିବା ବେଳେ ତାଙ୍କୁ ହୋଇଛି ଏକ ଅଜଣା ରୋଗ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଗଜପତି ଜିଲ୍ଲା କଲୋମା ଗାଁରେ ଜିତୁ ନାମକ ଜଣେ ଯୁବକ ଯିଏ କି ଦଶମ ପାଠ ପଢା ପରେ ମେଘାଳୟ ଯାଇ ଥିଲେ ପାଠ ପଢିବା ପାଇଁ | କିନ୍ତୁ ସେଠାକୁ ଯିବାର ୩ ମାସ ପରେ ତାଙ୍କୁ ହଠାତ କାଶ ହେବା ଆରମ୍ଭ ହୋଇ ଥିଲା | ଏହା ଦେଖି ତାଙ୍କର ପ୍ରିନସିପାଲ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ | ସେଠାରେ ଡାକ୍ତର ମାନେ କହି ଥିଲେ ଯେ ତାଙ୍କର ଫୁଫଫୁସରେ ପାଣି ଜମିବା ସହିତ ପୋକ ଲାଗିବାର ଦେଖା ଯାଉଛି |

ତେଣୁ ଏ ନେଇ ତାଙ୍କ ବଡ ଭାଇ ସେଠାକୁ ଯାଇ ଥିଲେ | ଏହା ପରେ ତାଙ୍କର ମେଘାଳୟର ଶିଲଙ୍ଗରେ ତାଙ୍କର ୩ ଥର ଅପେରସନ ହୋଇ ଥିଲା | ତାପରେ ସେ ଡିସ୍ଚାର୍ଜ ହୋଇ ଘରକୁ ଫେରି ଆସି ଥିଲେ | ଏବେ ପୁଣି ତାଙ୍କର କାଖ ତଳ ସ୍ଥାନରେ ଗାତ ହୋଇ ଯିବା ସହ ଫୁସଫୁସ ବାହାରକୁ ଦେଖା ଯାଉଛି ଓ ସେହି ସ୍ଥାନରେ ପୋକ ଲାଗିଛି | ଏମିତି ରୋଗକୁ ଡାକ୍ତର ମାନେ ମଧ୍ୟ ବୁଝି ପାରି ନ ଥିଲେ ଏବଂ ଏହା ପାଇଁ ଭଲ ଚିକିତ୍ସା ଆବଶ୍ୟକ ବୋଲି କହି ଥିଲେ |

କିନ୍ତୁ ଅର୍ଥରେ ବଧକତା ପାଇଁ ସେ ଏବେ ଘରେ ରହି କେବଳ ଡ୍ରେସିଂ ହେଉଛନ୍ତି | ତାଙ୍କର ଯନ୍ତ୍ରଣା କହିଲେ ନ ସାରେ | ପଠ ପଢ଼ିବାର ସ୍ବପ୍ନ ତାଙ୍କର ଅଧୁରା ହୋଇ ରହି ଯାଇଛି | ଏବେ ତାଙ୍କ ଘରେ ଅର୍ଥର ଏତେ ଅଭାବ ଯେ ମେଘାଳୟ ଡାକ୍ତରଙ୍କ ପାଖକୁ ଯିବାକୁ ମଧ୍ୟ ଅର୍ଥ ନାହିଁ |

ଏଥି ପାଇଁ ସେମାନେ ସରକାରଙ୍କ ସାହାଯ୍ୟ ଲୋଡୁ ଛନ୍ତି ଓ ଗଣ ମାଧ୍ୟମ ଦ୍ୱାରା କିଛି ଅର୍ଥ ସାହାଯ୍ୟ କରିବା ପାଇଁ ତାଙ୍କ ମାଆ ନେହୁରା ହେଉଛନ୍ତି | ଯଦି ଆପଣଙ୍କ ମଧ୍ୟରୁ କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ 8848741273 ନମ୍ବରରେ ସମ୍ପର୍କ କରିବା ପାଇଁ ଅନୁରୋଧ କରିଛନ୍ତିଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।