ସବୁ ସମୟ ଖବର ସାଥିରେ

🛑EXCLUSIVE : ଦରବୁଡ଼ା ଅଜା ପାଇଁ ନାତୁଣୀ ହେଲା 7 ମାସର ଗର୍ଭାବତୀ ! ଏହାକୁ ଦେଖି ଲୋକ କାବା…ଦେଖନ୍ତୁ Video

0 13

ଆଜିର ଦୁନିଆରେ ପାପୀ ମାନଙ୍କ ଅଭାବ ନାହିଁ। ଏମିତି ଏ ପାପୀ ମାନେ ସମ୍ପର୍କର ମୂଲ୍ୟକୁ ମଧ୍ୟ ବୁଝନ୍ତି ନାହିଁ। ପୁଣି ଥରେ ଦେଖିବାକୁ ମିଳିଛି ଲଜ୍ୟା।ଅଜା ନାତୁଣୀ ସମ୍ପର୍କରେ ଲାଗିଲା କଳଙ୍କ। ନାତୁଣୀକୁ ଗର୍ଭବତୀ କଲା ଅଜା। ଜୋର୍ ଜବରଦସ୍ତି ବିଲକୁ ନେଇ ନାତୁଣୀକୁ ଦୁଷ୍କର୍ମ କଳା ସଇତାନ ଅଜା। ସୈତାନ୍ ଅଜା ୧୬ ବର୍ଷର ନାବାଳିକା ନାତୁଣୀକୁ କଲା ଦୁଷ୍କର୍ମ। ଆଉ ଏବେ ୧୬ ବର୍ଷର ନାତୁଣୀ ୭ ମାସର ଗର୍ଭବତୀ।
ହଁ ଆଜ୍ଞା ଏମିତି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧୀନ ଗୋବିନ୍ଦପୁର ଗ୍ରାମରେ। ଜଣେ ୧୬ ବର୍ଷ ବୟସର ନାବାଳିକାକୁ ଦୁଷ୍କର୍ମ କରିଛି ସେହି ଗ୍ରାମର ୬୫ ବର୍ଷୀୟ ବୃଦ୍ଧ ଛୋଟା ଓରଫ୍ ରାଜୀବ ମଳିକ ଯିଏକି ନାବାଳିକାଙ୍କର ସମ୍ପର୍କୀୟ ଅଜା ଅଟନ୍ତି। କିନ୍ତୁ ଅଜାଙ୍କ ଭିତରେ ଲୁଚି ରହିଥିଲା ଏକ ସଇତାନ ଅଜା। ଆଉ ଏହି ସୈତାନ୍ ଅଜା ନାବାଳିକା ନାତୁଣୀର ସର୍ବନାଶ କରିବା ପାଇଁ ପଛାଇ ଯାଇ ନଥିଲା। ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ନାବାଳିକା ଝିଅକୁ ଏକୁଟିଆ ପାଇବା ପରେ ତାକୁ ଦୁଷ୍କର୍ମ କରି ଧମକ ଦେଇଥିଲେ ଏକଥା କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି। ଥରେ ନୁହେଁ ବାରମ୍ବାର ନାବାଳିକାଙ୍କ ସହ ଖରାପ ସମ୍ପର୍କ ରଖୁଥିଲେ ଏହି ସଇତାନ ଅଜା ଜଣକ।

ତେବେ ନାବାଳିକାଙ୍କ ମା ୫ ବର୍ଷ ହେବ ଆରପାରିକୁ ଚାଲି ଯାଇଛନ୍ତି। ଆଉ ପେଟ ପୋଷିବା ପାଇଁ ବାପା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଇଥିଲେ। ଆଉ ଘରେ ଥିଲେ ତିନି ଝିଅ। ଏହାର ସୁଯୋଗ ନେଇ ସେହି ଗାଁର ରାଜୀବ ମଳିକ ମଝିଆ ଝିଅ ସହିତ ବାରମ୍ବାର ସମ୍ପର୍କ ରଖୁଥିଲା। ନାବାଳିକା ଝିଅଟି ଭାତ ଖାଇବା ପାଇଁ ଆଳୁ ପୋଡ଼ିବା ପାଇଁ ଯାଇଥିବା ବେଳେ ପଛ ପଟରୁ ଆସି କୁଣ୍ଢେଇ ପକାଇଥିଲେ ରାଜୀବ ମଳିକ।

ଆଉ ଏହା ପରେ ଜୋର୍ ଜବରଦସ୍ତି ଦୁଷ୍କର୍ମ କରିଥିଲା ରାଜୀବ ମଳିକ। ଆଉ ଏହା ପରେ ଜୀବନରୁ ମାରି ଦେବାର ଧମକ ଦେଇ ବାରମ୍ବାର ସମ୍ପର୍କ ରଖୁଥିଲା ଏହି ସୈତାନ୍ ରାଜୀବ ମଳିକ। ନାବାଳିକା ଯୁବତୀ ମଧ୍ୟ ଡରି ଡରି କହାକୁ କିଛି କହୁ ନଥିଲେ।ହେଲେ କଥାରେ ଅଛି ପାପ କେବେ ଲୁଚି ରହେନା ଯେବେ ନା ଯେବେ ସତ ତ ପଦାକୁ ଆସିବାର ଥିଲା। ଆଉ ସେ ସତ ହେଉଛି ନାବାଳିକାଙ୍କ ପେଟରେ ବଢ଼ୁଥିବା ୭ ମାସର ଗର୍ଭ। ତେବେ ସବୁ କଥା ଜଣା ପଡ଼ିବା ପରେ ନାବାଳିକା ଓ ତାଙ୍କ ବାପା ଆଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏବଂ ନ୍ୟାୟ ଦାବୀ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏଭଳି ସୈତାନ୍ ଅଜାକୁ କି ପ୍ରକାର ଶାସ୍ତି ମିଳୁଛି। ଆଉ ନାବାଳିକା ଝିଅଟି କେବେ ନ୍ୟାୟ ପାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।