
ଦେଖନ୍ତୁ ଭିଡିଓ : ହେ ଭଗବାନ ! କାଳବୈଶାଖୀ ପବନରେ ଉଡିଗଲେ ମଣିଷ…..
ପ୍ରକୃତି ଆମ ପାଇଁ ସବୁବେଳେ ହିତ ସାଧନ କରିଥାଏ, ଆମେ ଯେତେବେଳେ ବି ପ୍ରକୃତି କୋଳକୁ ଯାଉ ତା ପାଖରୁ ବହୁତ କିଛି ନେଇ ଆସୁ ।ତେବେ ସମୟ ଅନୁସାରେ ମଣିଷ ବି ବଦଳିବାରେ ଲାଗୁଛି ସେ ନିଜର ଉନ୍ନତି ଓ ପ୍ରଗତି କରିବା ପାଇଁ ପ୍ରତିକ୍ଷେତ୍ର ରେ ପ୍ରକୃତିକୁ ନଷ୍ଟ କରିବାରେ ଳାଗୁଛି ।ତେବେ ଧୀରେ ଧୀରେ ଏବେ ପ୍ରକୃତି ନିଜର ସହନ ଶିଳତା ହରେଇ ବସିଲାଣି ସେ ବି ତାଣ୍ଡବ କରିବା ଆରମ୍ଭ କର ଦେଲାଣି ।
ସେଥିପାଇଁ ଏବେ ବହୁତ ସମୟରେ ଓ ଅଦିନରେ ବନ୍ୟା, ବାତ୍ୟା ଓ ଦୁର୍ବିପାକ ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ମାନ ଦେଖିବାକୁ ମିଳୁଛି ।ତେବେ ସେହି ସବୁ ପାକୃତିକ ବିପର୍ଯ୍ୟୟରେ ବହୁତ ଧନ ଜୀବନ ନଷ୍ଟ ହେଇ ଯାଉଛି ।
ତେବେ ଏହା ମଣିଷ ର ଲୁକର୍ମର ଫଳ ଅଟେ,ସବୁ ପରେ ଓଡ଼ିଶା ଏମିତି ଗୋଟିଏ ରାଜ୍ୟ ଯେଉଁଠି ବର୍ଷକୁ କେତେ ଯେ ପ୍ରାକୃତିକ ବିପର୍ଯ୍ୟୟ ହେଉଛି ତାହାର କିଛି ହିସାବ ନାହିଁ ।ପ୍ରତିବର୍ଷ 5ରୁ 6 ଥର ବାତ୍ୟା ଏଠାରେ ନିଶ୍ଚିତ ହେଇଥାଏ, କିନ୍ତୁ ଏଥିରେ ବହୁତ ଗରିବ ଲୋକ ମାନେ ନିଜର ସବୁକିଛି ହରେଇ ଦିଅନ୍ତି ।
ତେବେ ଧନୀ ଲୋକମାନେ ନିଜର ସ୍ଥିତିକୁ ସୁଧାରି ନେବେ କିନ୍ତୁ ଗରିବ ଦିନ ମଜୁରିଆ ମାନେ ହିଁ ବହୁତ ହଇରାଣ ହୁଅନ୍ତି ଏପରି ସ୍ଥିତିରେ ।ତେବେ ଆମେ ଆଜି ଆପଣଙ୍କୁ ଏମିତି ଗୋଟିଏ ଦୃଶ୍ୟ ଦରଖିବୁ ଯେଉଁଠି ମଣିଷ ପ୍ରକୃତି ଆଗରେ ହାର ମାନୁଛି ଆଉ ନିଜ ଜୀବନ ବଞ୍ଚେଇବାକୁ କେତେ ସଂଘର୍ଷ କରୁଛି ।ତେବେ ଘଟଣା ହେଉଛି “ଫନି” ବାତ୍ୟା ସମୟରେ ଆଉ ଏହି ବାତ୍ୟାରେ ଏମିତି କିଛି କ୍ଷତି ହେଇଥିଲା ଯାହାର କଳନା ଆଜିଯାଏ ବି ଠିକରେ ହେଇ ପାରିନାହିଁ ।
ତେବେ ସେହି ସମୟର ଏହି ଭିଡ଼ିଓଟି ଏଥିରେ ଆପଣ ଦେଖି ପାରିବେ ବାତ୍ୟା ସମୟରେ ବହୁତ ଜୋରରେ ପବନ ହେଉଛି ,ଯାହାକୁ ପାର କରି କୁଆଡେ ଯିବା ଦୁରରର କଥା ।ତେବେ ସେହି ଭିତରେ କିଛି ଲୋକ ଫାଶୀ ଯାଇଛନ୍ତି ଯେଉଁ ମାନଙ୍କୁ ଉଦ୍ଧାର କରି ଏକ ସୁରକ୍ଷିତ ସ୍ଥାନକୁ ଅଣା ଯାଉଛି ମାତ୍ର ସେହି ସେତିକି ରାସ୍ତା ପାର କରିବା ସମ୍ଭବ ହେଇ ପାରୁ ନାହିଁ ।ଲୋକମାନେ କିଛି ରାସ୍ତା ହାତ ଧରା ଧରି ହେଇ ଆସୁଛନ୍ତି ପୁଣି ଗାଡି ରଶିକୁ ଧରି ବସି ଯାଉଛନ୍ତି ।ତେବେ ପବନର ବେଗ ଏତେ ଜୋରରେ ରହିଛି ଯେ ଅଳ୍ପ କେତେ ସମୟର ରାସ୍ତା ପାର ହେବାକୁ ଅନେକ ସମୟ ଓ କଷ୍ଟ କରିବାକୁ ପଡୁଛି ।
ତେବେ ଏବେ ବି ସେହି ବାତ୍ୟାର ଦୃଶ୍ୟ ଦେଖିଲା ବେଳକୁ ସେହି ସମୟର ଦୁଃଖ ଗୁଡିକ ଆଖି ଆଗକୁ ଚାଲି ଆସୁଛି ।ଆଉ ଏବେ ବି ବାତ୍ୟା ଆସିବାର ସୂଚନା ମିଳିଥିଲା ଆଉ ଏହି ବାତ୍ୟା ବି କେତେ କଣ କରିବ ତାହାର କିଛି ହିସାବ ନାହିଁ ।ତେବେ ସବୁ ପରେ ବି ମଣିଷ ନିଜର ଅହଂକାର ଭାବ ଓ ଅଧିକ ପାଇବା ପାଇଁ ସବୁବେଳେ ଚେଷ୍ଟା କରୁଛି ଆଉ ଶେଷରେ ତାର ପରିଣାମ ବି ଭୋଗିବାକୁ ପଡୁଛି ପକୃତିର ପ୍ରହାର ଯୋଗୁଁ ।
ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।