ସବୁ ସମୟ ଖବର ସାଥିରେ

ଦେଖନ୍ତୁ EXCLUSIVE :ଭିଡିଓ ମୁଁ କିନ୍ନର ବୋଲି ଯେବେ ଜାଣିଲି… ,,,ଶୁଣନ୍ତୁ କିନ୍ନର ଆଇଶା ପଣ୍ଡା ଙ୍କ ମୁହଁରୁ ତାଙ୍କ ଜୀବନର କରୁଣ କାହାଣୀ…

0 29

ପୃଥିବୀ ରେ ଭଗବାନ ମନୁଷ୍ୟକୁ ତିନୋଟି ପକ୍ଷରେ ଗଢ଼ିଛନ୍ତି । ନାରୀ, ପୁରୁଷ, ଓ କିନ୍ନର । ମଣିଷ ସମାଜ ନିଜ ମିଛ ଅହଂକାର ଓ ଗର୍ବ ପାଇଁ କିନ୍ନର ମାନଙ୍କୁ ତଡି ଦେଇଥାଏ । କିନ୍ନର ଙ୍କୁ ଆଦିଶକ୍ତି ର ଅର୍ଦ୍ଧ ନାରେଶ୍ୱରୀ ଙ୍କ ରୂପ ମଧ୍ୟ କୁହାଯାଏ । କିନ୍ତୁ ସେମାନେ ଆମ ହସ ସୁଖ ରେ ସାମିଲ ହୋଇ ତାଙ୍କ ଆଶୀର୍ବାଦ କରନ୍ତି । କିନ୍ନର ଙ୍କ ଅଭିଶାପ ଓ ଆଶୀର୍ବାଦ ଏହି ଦୁଇଟି ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ ।

ଜଣେ ସଂଘର୍ଷ ମୟୀ କିନ୍ନର ଯିଏ ଅଶୋକ ପଣ୍ଡା ରୁ ବର୍ତ୍ତମାନ ଆଇଶା ପଣ୍ଡା ହୋଇ ଯାଇଛନ୍ତି । ଆଇଶା କଟକ ଜିଲ୍ଲାର ବାଙ୍କୀ ରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ତାଙ୍କ ପରିବାର ରେ ତିନି ବଡ଼ ଭାଇ ଏବଂ ବାପା ମାଆ ଅଛନ୍ତି ତେବେ ସେ ବି. କମ ପାସ କରିଛନ୍ତି । ତେବେ ସେ କୁହନ୍ତି କି ତାଙ୍କ ବାପା ଜଣେ ମଦୁଆ ଥିଲେ ତେଣୁ ତାଙ୍କ ସମସ୍ତ ଭାଇଙ୍କୁ ଏବଂ ତାଙ୍କୁ ତାଙ୍କ ମାଆ ବହୁତ କଷ୍ଟ ରେ ପାଠ ପଢେଇଛନ୍ତି ବହୁତ ଦୁଃଖ ରେ ମଧ୍ୟ ରହିଛନ୍ତି ।

ଜୀବନ ରେ ସେ ନିଜର ଅସ୍ତିତ୍ୱ ଏବଂ ପରିଚୟ ଖୋଜିବା ରେ ଏବଂ ଲୁଚାଇବାରେ ବହୁତ କଷ୍ଟ ଅନୁଭବ କରିଛନ୍ତି । ତେବେ ଯେତେବେଳେ ସେ କିନ୍ନର ବୋଲି ଜାଣିଥିଲେ ସେତେବେଳେ ସମାଜ ତାଙ୍କୁ ସହଜରେ ଗ୍ରହଣ କରି ପାରି ନଥିଲା । ତେବେ ଘର ଲୋକ ମଧ୍ୟ ବିଗିଡି ଥିଲେ । ତାଙ୍କର ବଡ଼ ଭାଇ ଙ୍କ ସାଙ୍ଗ ମାନେ ବହୁତ ଟାହି ଟାପୁରା କରିଥିଲେ ।ଅନ୍ୟ ଲୋକ ମାନେ ବି ବହୁତ କଥା ସୁନେଇଥିଲେ । ତେବେ ସେ ପରେ ଭୁବନେଶ୍ୱର ରେ ପାର୍ଟ ଟାଇମ ଜବ କରୁଥିଲେ ତା ସହ ପଢୁଥିଲେ କିନ୍ତୁ ପରେ ଅଧାରୁ ତାଙ୍କୁ ପାଠ ଛାଡିବା ପାଇଁ ପଡିଥିଲା ଏବଂ ଚାକିରୀ କରି ଚଳିବାକୁ ପଡିଥିଲା । ପରେ ସେ କିନ୍ନର ସମାଜରେ ମିଶିଥିଲେ ଏବଂ ସମାଜ ସେବାରେ ନିଜକୁ ନିୟୋଜିତ କରିବା ସହ ବର୍ତ୍ତମାନ ଏକ ସରକାରୀ ଚାକିରୀ ମଧ୍ୟ କରୁଛନ୍ତି । ତେବେ ଏହା ସହ ସେ ମଡେଲିଂ ମଧ୍ୟ କରୁଛନ୍ତି ଏହା ସହ ବର୍ତ୍ତମାନ ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ଗ୍ରହଣ କରି ସାରିଛନ୍ତି।

ପ୍ରେମ ଭଳି ପବିତ୍ର ସମର୍କ ରେ ମଧ୍ୟ ଆଇଶା ଙ୍କ ଜୀବନରେ ଜଣେ ଜୀବନସାଥି ରୂପରେ ଆସିଥିଲେ। କିନ୍ତୁ ସେ କ୍ଷଣସ୍ଥାୟୀ ପାଇ ଆସିଥିଲେ ଓ ପରେ ପରେ ସେ ଚାଲି ଯାଇଥିଲେ ମଧ୍ୟ ଏବେ ବି ସେ ଜଣେ ସାଙ୍ଗ ହିସାବ ରେ କଥା କୁହନ୍ତି। ଆଇଶା ଙ୍କ ଜୀବନରେ ଆଉ ଜଣେ ତାଙ୍କ ସେହି କିନ୍ନର ରୁ ଜଣେ ଯିଏ କି ତାଙ୍କ ଦୁଃଖ,ସୁଖ ଓ ଅସୁବିଧା ସମୟରେ ତାଙ୍କ ସାଥିରେ ସବୁବେଳେ ରହିଥାନ୍ତି,ସେ ହେଉଛନ୍ତି ସମିଶା ବେହେରା । ସେ ଆଇଶା ଙ୍କୁ ଜଣେ ବଡ଼ ଭଉଣୀ ଭାବରେ ଦେଖନ୍ତି । ଆଇଶା ଏବେ ଡାକ୍ତରୀ କାମରେ ସାହାଯ୍ୟ କରୁଛନ୍ତି। ସେ ଏବେ କିନ୍ନର ମାନଙ୍କର ସମାଜ ରେ ସେବା କରୁଛନ୍ତି।


ଶେଷରେ ସେ କହିଥିଲେ କି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କିନ୍ନର କୁ ଗ୍ରହଣ କରୁ ନାହାନ୍ତି କିମ୍ବା ଘୃଣା କରୁଛନ୍ତି ତେବେ ତାହା ସମ୍ପୂର୍ଣ୍ଣ ଭାବରେ ଦୁର ହୋଇଗଲେ ବହୁତ ଭଲ ହେବ । ତେବେ ଅଶୋକ ରୁ ଆଇଶା ହେବାର ଯାତ୍ରା ସହଜ ନଥିଲା ସେ ବହୁତ୍ ସଂଘର୍ଷ କରିଛନ୍ତି। ତାଙ୍କ ଦୃଢ଼ ମାନବଳ ତାଙ୍କୁ ଆଜି ଏହି ସ୍ଥାନ ରେ ପହଞ୍ଚି ପାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।