ସବୁ ସମୟ ଖବର ସାଥିରେ

Health Tips-ମଧୁମେହ ରୋଗୀ କଣ ଖାଇବେ କଣ ନାହିଁ? ଆଜି ହିଁ ଜାଣି ରଖନ୍ତୁ

0 66

ଡାଇବେଟିସ୍ ଏମିତି ଏକ ରୋଗ ଯାହା ସମସ୍ତଙ୍କ ସମସ୍ୟା କୁ ବଢ଼ାଉଛି। ଏହି ରୋଗ ସାଧାରଣ ଲୋକଙ୍କ ପାଇଁ ଚିନ୍ତା ର କାରଣ ହୋଇଛି। କାରଣ ମଧୁମେହ ଏମିତି ଏକ ରୋଗ ଯିଏ ଏକାଧିକ ରୋଗକୁ ଜନ୍ମ ଦେଇଥାଏ। ଯଥା କିଡନୀ ରୋଗ, ଦୃଷ୍ଟି ଶକ୍ତି ହରାଇବା, ସ୍ନାୟୁ ରୋଗ ଭଳି ବହୁତ ରୋଗକୁ ଜନ୍ମ ଦେଇଥାଏ। ଡାଇବେଟିସ୍ କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାରର ମେଡିସିନ ମଧ୍ୟ ସେବନ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯାହାଦ୍ୱାରା ଆପଣ ଡାଇବେଟିସ୍ ଭଳି ରୋଗକୁ ନିୟନ୍ତ୍ରଣ କରିପାରିବେ।

୧- ପ୍ରଥମଟି ହେଉଛି କଲରା। ଏହା ଡାଇବେଟିସ୍ ପାଇଁ ବହୁତ ଉପକାରୀ ହୋଇଥାଏ। ଏଥିରେ କେରାଟିନ୍ ରହିଥାଏ। ଯାହା ବ୍ଲଡ୍ ରେ ସୁଗାର ଲେବଲ୍ କୁ କମ୍ କରିଥାଏ ଏବଂ ରକ୍ତ କୁ ପରିଷ୍କାର କରିଥାଏ। ସକାଳୁ କଲରା ଜୁସ୍ ପିଇ ପାରିବେ ବା କଲରା କୁ ରାନ୍ଧି ଖାଇ ପାରିବେ।

 

୨- ଦ୍ୱିତୀୟ ରେ ଡାଲଚିନି। ଏହା ଗ୍ଲୁକୋଜ ମେଟାବଲିସ୍ କୁ ବଢ଼ିବାରେ ସାହାଯ୍ୟ କରିଥାଏ। ଦୁଇ ବା ତିନୋଟି ଡାଲଚିନି କୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ ଏବଂ ଏହାକୁ ଛାଣି ଏହି ପାଣିକୁ ଖାଲି ପେଟରେ ପିଅନ୍ତୁ। ଏହା ବ୍ଲଡ୍ ରେ ସୁଗାର ଲେବଲ୍ କୁ କମ୍ କରିଥାଏ।

୩- ତୃତୀୟ ଟି ହେଉଛି ମେଥି। ଦୁଇ ଚାମଚ ମେଥି ନେଇ ତାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ। ସକାଳୁ ତାହାକୁ ଛାଣି ସେହି ପାଣିକୁ ସେବନ କରନ୍ତୁ।ଏହା ପାନକ୍ରିୟା କୁ ଏକ୍ଟିଭ୍ କରି ଇନସୁଲିନ୍ ର କ୍ଷରଣ କୁ ବଢ଼ାଇଥାଏ। ବ୍ଲଡ୍ ସୁଗର ଲେବଲ୍ କୁ ନିୟନ୍ତ୍ରଣ କରିଥାଏ।

୪- ଚତୁର୍ଥ ରେ ଜାମୁକୋଳି। ଜାମୁକୋଳି ଡାଇବେଟିସ୍ ପାଇଁ ବହୁତ ଭଲ ହୋଇଥାଏ। କିନ୍ତୁ ଏହାର ବୀଜ ଡାଇବେଟିସ୍ ପାଇଁ ବହୁତ ଉପକାରୀ ଅଟେ। ଏହି ବୀଜରେ ଗ୍ଲୁକୋସାଇଡ ରହିଥାଏ। ଏହି ଗ୍ଲୁକୋସାଇଡ ଷ୍ଟାର କୁ ସୁଗାର କନଭରସେସନ କୁ ରୋକିଥାଏ। ସେଥିପାଇଁ ଏହାର ବୀଜକୁ ଶୁଖାଇ ପାଉଡର କରି ଦିଅନ୍ତୁ ।ଏହି ପାଉଡର କୁ ଗୋଟିଏ ବା ଦୁଇ ଚାମଚ ପାଣିରେ ମିଶାଈ ପିଅନ୍ତୁ।

୫- ପଞ୍ଚମ ଟି ହେଉଛି ତୁଳସୀ ପତ୍ର। ଏହା ଆମ ଶରୀର ରେ ଇନସୁଲିନ୍ ଲେବଲ୍ କୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ। ଗୋଟିଏ ଗ୍ଲାସ ପାଣି ନେଇ ଗରମ କରନ୍ତୁ, ସେଥିରେ ତୁଳସୀ ପତ୍ର ପକାଇ ଫୁଟାନ୍ତୁ। ତାପରେ ସେହି ପାଣିକୁ ଛାଣି ପିଅନ୍ତୁ।

 

୬- ଷଷ୍ଠ ଟି ହେଉଛି ଇସାବଗୋଲ। ଏହା ଆମ ଶରୀର ରେ ଥିବା ବ୍ଲଡ୍ ରେ ଥିବା ଗ୍ଲୁକୋଜ ର ବ୍ରେକଡାଉନ୍ ଏବଂ ଅବଜରଭର କୁ ସ୍ଲୋ କରିଦିଏ।

୭- ସପ୍ତମରେ ହେଉଛି ବ୍ରୋକୋଲି। ଏଥିରେ ଭିଟାମିନ୍ ଏ ରହିଥାଏ। ଏହା ଡାଇବେଟିସ୍ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

୮- ଅଷ୍ଟମରେ ହେଉଛି ରସୁଣ। ଏଥିରେ ପଟାସିୟମ ବହୁତ ମାତ୍ରା ରେ ଥାଏ। ଡାଇବେଟିସ୍ ରୋଗରେ ପଟାସିୟମ ଆମ ୟୁରିନ୍ ବାହାରି ଯାଇଥାଏ। ଏହାଦ୍ବାରା ଆମ ଶରୀର ରେ ପଟାସିୟମ ଲେବଲ୍ କମି ଯାଇଥାଏ। ଏହି ପଟାସିୟମ ଲେବଲ୍ କୁ ରସୁଣ ପୁଣିଥରେ ଭରଣ କରିଥାଏ। ଏଥିରେ ଜିଙ୍କ୍, ସଲଫର ବି ରହିଥାଏ। ଯାହା ଇନସୁଲିନ୍ ର କମ୍ପୋନେଣ୍ଟ ଅଟେ।