ସବୁ ସମୟ ଖବର ସାଥିରେ

life style -ଆପଣଙ୍କ ହାତ ପାପୁଲିରେ ରହିଥିବା ରେଖା ଆପଣଙ୍କ ବିବାହକୁ ନେଇ କଣ ସଂକେତ ଦିଏ ଜାଣନ୍ତୁ….

0 61

ହସ୍ତରେଖାରେ ଥିବା ବିଭିନ୍ନ ଚିହ୍ନ ବି ବିବାହକୁ ନେଇ ବ୍ୟକ୍ତିଙ୍କ ଜୀବନକୁ ପ୍ରଭାବିତ କରିଥାଏ। ବିବାହ ରେଖା ଆଗକୁ ବଢିଲେ ବ୍ୟକ୍ତିଙ୍କ ଜୀବନରେ ବୈବାହିକ ଜୀବନ ବିଷୟରେ କହିଥାଏ। କୁହାଯାଇଥାଏ କି ଯଦି ମନୁଷ୍ୟ ହାତ ର ଶୁକ୍ର ପର୍ବତ ଏବଂ ଗୁରୁ ପର୍ବତ ବଢ଼ିଥାଏ ତେବେ ବିବାହ ଯୋଗ ହୋଇଥାଏ। ଜ୍ଞାନୀ ଗୁଣୀ ବ୍ୟକ୍ତି ମାନେ ଏହାକୁ ନେଇ ବିଭିନ୍ନ ମତ ରଖିଛନ୍ତି। ତେବେ ଆଜି ଆମେ ହାତ ରେଖାକୁ ଅନୁଧ୍ୟାନ କରି ବିଭିନ୍ନ ବିବାହ ଯୋଗ ବିଷୟରେ କହିବୁ।

୧. ସୁଖିନ ବିବାହ ଯୋଗ:-

ଯଦି ପାପୁଲି ର ଭାଗ୍ୟ ରେଖା ଉତ୍ତମ ପର୍ବତ ରେଖା ଠାରୁ ବାହାରି ହୃଦୟ ରେଖା ଠାରେ ଶେଷ ହୋଇଥାଏ ଅଥବା ଗୁରୁ ପର୍ବତ ଠାରେ କ୍ରସ ଚିନ୍ହ ହୋଇଥାଏ ଏବଂ ଯଦି ଶୁକ୍ର ପର୍ବତ ଅଧିକ ବଢ଼ି ନଥାଏ କିମ୍ବା ନାଲି ରଙ୍ଗର ତାରା ଚିହ୍ନ ରହିଥାଏ।

 ତେବେ ଏହା ସୁଖୀନ ବିବାହ ର ଯୋଗ ହୋଇଥାଏ ।ଏହି ବ୍ୟକ୍ତି ମାନଙ୍କ ବିବାହ ପ୍ରେମ ବିବାହ ହେବା ସହିତ ହଠାତ ହୋଇ ଯାଇଥାଏ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଠିକ୍ ରହିଥାଏ ଏବଂ ଏମାନଙ୍କର ୨ ରୁ ଅଧିକ ସନ୍ତାନ ହେବାର ଆଶଙ୍କା ରହିଥାଏ।
୨.ଅନମେଳ ବିବାହ ଯୋଗ:-

ଯଦି ସୂର୍ଯ୍ୟ ରେଖା ଏବଂ ବିବାହ ରେଖା ପରସ୍ପର ସହିତ ଯୋଡ଼ି ହୋଇ ରହିଥାନ୍ତି ଏବଂ ସୂର୍ଯ୍ୟ ପର୍ବତ ଅଧିକ ଛୋଟ ହୋଇଥାଏ ତେବେ ଏହା ଅନମେଳ ବିବାହ ଯୋଗ ହୋଇଥାଏ ।ଏହି ବ୍ୟକ୍ତି ମାନଙ୍କ ବିବାହ ସମସ୍ତ ପରିବାର ସଦସ୍ୟ ସମତିରେ ବିବାହ କରିଥାନ୍ତି।ଏମାନଙ୍କ ଗୋଟିଏ ରୁ ଦୁଇଟି ସନ୍ତାନ ଜନ୍ମ ହେବାର ସମ୍ଭାବନା ରହିଥାଏ ।

୩. ବ୍ୟାପାରିକ ବିବାହ ଯୋଗ:-

ଯଦି ମଣି ପର୍ବତ ର ରେଖା ବୁଧ ରେଖା ପର୍ଯ୍ୟନ୍ତ ଯାଇଥାଏ ଏବଂ ସୂର୍ଯ୍ୟ ରେଖା ଓ ଶୁକ୍ର ରେଖା ପରସ୍ପର ଯୋଡ଼ି ହୋଇ ଥାଆନ୍ତି । ତେବେ ଏଭଳି ରେଖା ଥିବା ଝିଅ ମାନେ ଶୀଘ୍ର ବିବାହ କରି ପାରନ୍ତି ନାହିଁ ଏବଂ ଜଣେ ବ୍ୟବସାୟୀ ଙ୍କୁ ବିବାହ କରିଥାନ୍ତି ।ଏମାନଙ୍କ ସ୍ୱାମୀ ଅଳ୍ପ କଞ୍ଜୁସ ସ୍ଵଭାବ ଥାନ୍ତି ।

୪. ବୁଧ ବିବାହ ଯୋଗ:-

ଯଦି କୌଣସି ବ୍ୟକ୍ତି ଙ୍କ ହାତ ଅଧିକ ସଂକୀର୍ଣ୍ଣ ହୋଇଥାଏ କିମ୍ବା ଚନ୍ଦ୍ର ପର୍ବତ ପାଖରେ ଅନେକ ଛୋଟ ରେଖା ଖଣ୍ଡ ବିଖଣ୍ଡ ହୋଇ ରହିଥାଏ ତେବେ ଏଭଳି ବ୍ୟକ୍ତି ଉଚିତ୍ ସମୟରେ ବ୍ୟକ୍ତି ଙ୍କ ସହିତ ବିବାହ କରିଥାନ୍ତି। ଏମାନଙ୍କ ମଧ୍ୟରେ ବୁଝାମଣା ଉତ୍ତମ ରହିଥାଏ। କିନ୍ତୁ ସନ୍ତାନ ପ୍ରାପ୍ତିରେ ବାଧା ଆସିଥାଏ।

୫. ଛାଡ଼ପତ୍ର ବିବାହ ଯୋଗ:-

ଯଦି ଶୁକ୍ର ପର୍ବତ ର ରେଖା ହୃଦୟ ରେଖା ପର୍ଯ୍ୟନ୍ତ ସିଧା ଯାଇଥାଏ କିମ୍ବା ବିବାହ ରେଖା ର ଶେଷରେ ଅନେକ ରେଖା ହୋଇଥାଏ ତେବେ ଏହା ଛାଡ଼ପତ୍ର ବିବାହ ଯୋଗ ହୋଇଥାଏ। ଏମାନଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିଥାଏ। ତେଣୁ ଏମାନଙ୍କ ମଧ୍ୟରେ ଛାଡ଼ପତ୍ର ହେବାର ସମ୍ଭାବନା ରହିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।