ସବୁ ସମୟ ଖବର ସାଥିରେ

viral video-ଜାଲରେ ଫସିଲେ ଜ୍ୟାକ ଲିନ ଫର୍ଣ୍ଣାଡିଜ, ଠକ୍ ସୁକେଶଙ୍କ ଠାରୁ ନେଇଥିଲେ କୋଟି କୋଟି ଟଙ୍କାର ଦାମୀ ଉପହାର,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 64

ଅଭିନେତ୍ରୀଙ୍କୁ ଭାରି ପଡ଼ିଲା ଠକଙ୍କ ସହିତ ବନ୍ଧୁତା। ଠକଙ୍କ ସହିତ ବନ୍ଧୁ ବାନ୍ଧି ଏବେ ଅଡୁଆରେ ଛନ୍ଦି ହୋଇ ଯାଇଛନ୍ତି ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ।ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଗତ କିଛିଦିନ ହେଲା ତାଙ୍କ ବ୍ୟକ୍ତିଗତ ଜୀବନକୁ ଖୁବ ଚର୍ଚ୍ଚାରେ ଅଛନ୍ତି । ଏହା ମଧ୍ୟରେ ଜ୍ୟାକଲିନ ସୁକେଶ ଚନ୍ଦ୍ରଙ୍କ ସହିତ ଏକ ଫଟୋଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି। ଫଟୋଟି ବର୍ତ୍ତମାନ ସମୟରେ ଜ୍ୟାକଲିନଙ୍କୁ ଖୁବ୍ ଅଡ଼ୁଆରେ ପକେଇଛି।

ତେବେ ଫଟୋରେ ଜ୍ୟାକଲିନଙ୍କୁ ବ୍ୟାପକ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ର ଶେଖରଙ୍କ ସହିତ ଜ୍ୟାକଲିନଙ୍କ ବ୍ୟକ୍ତିଗତ ମୁହୂର୍ତ୍ତର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅଭିନେତ୍ରୀ ଜ୍ୟାକଲିନ ଓ ସୁକେଶ ପରସ୍ପରକୁ ଚୁମ୍ବନ ଦେଉଥିବାର ନଜର ଆସୁଛନ୍ତି। ଫଟୋରେ ଜ୍ୟାକଲିନ ଓ ସୁକେଶ ଶୋଇଛନ୍ତି ଓ ସୁକେଶ ଅଭିନେତ୍ରୀଙ୍କ ନାକରେ ଚୁମ୍ବନ ଦେଉଥିବା ଦେଖାଯାଇଛି।

 ଏହି ଫଟୋରେ ଜ୍ୟାକଲି ହସୁଥିବାର ନଜର ଆସିଛନ୍ତି। ଏହାସହ ଜ୍ୟାକଲିନଙ୍କ ଗଳାରେ ଏକ ନୀଳ ରଙ୍ଗର ଚିହ୍ନ ଦେଖାଯାଉଛି। ଏହାକୁ ସୋସିଆଲ ମିଡିଆ ୟୁଜର୍ସ ମାନେ ‘ଲଭ ବାଇଟ’ ବୋଲି କହୁଛନ୍ତି।ତେବେ ଏହି ଫଟୋ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି।

ତେବେ ଏହି ଫଟୋକୁ ନେଇ ନାନା ପ୍ରକାର ଚର୍ଚ୍ଚା ଚାଲିଥିବାର ଶୁଣିବାକୁ ମିଳୁଛି। ସୁକେଶଙ୍କ ସହିତ ଜ୍ୟାକଲିନଙ୍କ ସମ୍ପର୍କକୁ ନେଇ ଉଠିଛି ପ୍ରଶ୍ନବାଚୀ। ଏହି ଫଟୋ କହୁଛି ଜ୍ୟାକଲିନ ଓ ଠକ୍ ସୁକେଶଙ୍କ ସମ୍ପର୍କର ଗଭୀରତା କେତେ। ଏହି ବଲିଉଡ୍ ସୁନ୍ଦରୀ ଏବେ ଇଡି ଡ଼ାଡରକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି।

ବ୍ୟାପକ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ର ଶେଖରଙ୍କ ସହିତ ରହିଥିଲା ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ରହିଥିଲା ବ୍ୟକ୍ତିଗତ ସମ୍ପର୍କ। ଏମିତିକି ସେ କୋଟି କୋଟି ଟଙ୍କାର ଦାମୀ ଉପହାର ମଧ୍ୟ ଜ୍ୟାକଲିନଙ୍କୁ ଦେଇଥିଲେ। କେବଳ ଜ୍ୟାକଲିନଙ୍କୁ ନୁହେଁ ବରଂ ବାହାର ଇଣ୍ଡିଆରେ ରହୁଥିବା ସୁନ୍ଦରୀ ଜ୍ୟାକଲିନଙ୍କ ବାପା ମା ଆମେରିକାରେ ରହୁଥିବା ଭଉଣୀ ମଧ୍ୟ ସୁକେଶଙ୍କ ଠାରୁ ପାଇଥିଲେ ଦାମୀ ଉପହାର।

ଇଡି କର୍ତୁପକ୍ଷଙ୍କ ତଥ୍ୟ ମୁତାବକ ୨୦୦ କୋଟି ଟଙ୍କା ଠକିଥିବା ଠକ୍ ସୁକେଶ ଚନ୍ଦ୍ର ଶେଖର ଜୋର ଜବରଦସ୍ତ ଟଙ୍କା ଆଦାୟ କରି ଅଭିନେତ୍ରୀ ଜ୍ୟାକଲିନଙ୍କୁ ୫ କୋଟି ୧୭ ଲକ୍ଷ ଟଙ୍କାର ଦାମୀ ଉପହାର ଦେଇଥିଲେ। ଏହି ଗିଫ୍ଟ ମଧ୍ୟରେ ରହିଛି ଦାମିକିଆ କାର ଓ ବଡ ସହରରେ ଫ୍ଲାଟ୍। ଯାଞ୍ଚ ସମୟର ଇଡି ଜ୍ୟାକଲିନଙ୍କ ବୟାନକୁ ରେକର୍ଡ କରିଛି।

ସୁକେଶ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାମିକିଆ ଉପହାର ଦେଇଥିବାର ସେ ନିଜେ ସ୍ବୀକାର କରିଛନ୍ତି। ଦାମିକିଆ ଉପହାର ମଧ୍ୟରେ ଏକ ଲକ୍ଷ ଟଙ୍କାର ଗୋଟେ ଘୋଡ଼ା ମଧ୍ୟ ରହିଛି। ତେବେ ଆଗକୁ ଜ୍ୟାକଲିନଙ୍କ ଠାରୁ ଆହୁରି ଅଧିକ ତଥ୍ୟ ମିଳି ପାରେ ବୋଲି କୁହାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।