
Braking News – କୋର୍ଟର ଐତିହାସିକ ନିଷ୍ପତ୍ତି ! ସ୍ୱାମୀଙ୍କର ଭରଣ ପୋଷଣ ପାଇଁ ଏବେ ସ୍ତ୍ରୀ ଦେବେ ଟଙ୍କା ! ଜାଣନ୍ତୁ କାହିଁକି ଏମିତି ଘୋଷଣା କରାଗଲା , କ’ଣ ଆପଣ ଙ୍କ ମତରେ ଏହା ସଠିକ୍ କି ?
ଆସିଲା କୋର୍ଟଙ୍କର ଗୁରୁତ୍ବପୂର୍ଣ୍ଣ ରାୟ। ଛାଡ଼ପତ୍ର ପରେ ସ୍ଵାମୀଙ୍କ ଭରଣ ପୋଷଣ ପାଇଁ ଟଙ୍କା ଦେବେ ସ୍ତ୍ରୀ। ତେବେ ସ୍ବାମୀ ଓ ସ୍ତ୍ରୀଙ୍କ ଛାଡ଼ପତ୍ର ମାମଲାରେ ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳିଥାଏ କି ସ୍ଵାମୀ ସ୍ତ୍ରୀର ଭରଣ ପୋଷଣ ପାଇଁ ଟଙ୍କା ଦେଇଥାନ୍ତି। କିନ୍ତୁ ତାହା ଯେ ସବୁ ଜାଗାରେ ହେବ ତାର କିଛି ମାନେ ନଥାଏ। ବେଳେବେଳେ ସ୍ତ୍ରୀ ମାନେ ଏପରି କିଛି କାଣ୍ଡ କରିଥାନ୍ତି ଯାହା ଆପଣ କେବେ କଳ୍ପନା ମଧ୍ୟ କରି ନଥିବେ। ସ୍ଵାମୀଙ୍କ ଠାରୁ ସବୁ କିଛି ଲୁଟି ନେଇ ସାରିଲା ପରେ ମଧ୍ୟ ଭରଣ ପୋଷଣ ପାଇଁ ଦାବି କରିଥାନ୍ତି।
ତେବେ ଆମ ସମାଜରେ ସ୍ବାମୀ ସ୍ତ୍ରୀଙ୍କ ଛାଡ଼ପତ୍ର ମାମଲାରେ ଅଧିକାଂଶ କ୍ଷେତ୍ରରେ ସ୍ବାମୀ ମାନଙ୍କୁ ଦାୟୀ କରା ଯାଇଥାଏ। କିନ୍ତୁ ଏହା ଉପରେ ପୋଲିସ ଓ ମାନ୍ୟବର କୋର୍ଟଙ୍କ ଦୃଢ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାଲେ ହୁଏତ କେତେକ ନିର୍ଦ୍ଦୋଷ ସ୍ବାମୀ ଏହି ଭଳି ସ୍ତ୍ରୀ ମାନଂକ ଠାରୁ ବର୍ତ୍ତି ପାରିବେ। ତେବେ ଉତ୍ତରପ୍ରଦେଶ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି କୋର୍ଟ ସ୍ତ୍ରୀର ଭରଣ ପୋଷଣ ପାଇଁ ସ୍ବାମୀକୁ ନୁହେଁ ବରଂ ସ୍ୱାମୀର ଭରଣ ପୋଷଣ ପାଇଁ ସ୍ତ୍ରୀକୁ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ ମହାରାଷ୍ଟ୍ରର ମୁଜାପୁର ଅଞ୍ଚଳରୁ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଉକ୍ତ ମହିଳାଙ୍କୁ ତାଙ୍କ ସ୍ଵାମୀଙ୍କ ଭରଣ ପୋଷଣ ପାଇଁ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମୁଜାପୁର ଅଞ୍ଚଳ କିଶୋର ନାମକ ଜଣେ ବ୍ୟକ୍ତି ୩୦ ବର୍ଷ ପୂର୍ବରୁ ମୁନି ଦେବୀଙ୍କୁ ବିବାହ କରିଥିଲେ। କିନ୍ତୁ କୌଣସି ଏକ କାରଣ ବସତ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଆଉ ଏହାପରେ ସେମାନଙ୍କର ଛାଡ଼ପତ୍ର ହୋଇ ଯାଇଥିଲା।
କିନ୍ତୁ କିଶୋର ଯେହେତୁ ଜଣେ ଚା ବିକାଳୀ ଓ ତାଙ୍କ ସ୍ତ୍ରୀ ଜଣେ ଅବସର ପ୍ରାପ୍ତ ଆର୍ମି ଅଫିସର୍ ତେଣୁ କିଶୋର ତାଙ୍କ ଭରଣ ପୋଷଣ ପାଇଁ ସ୍ତ୍ରୀଙ୍କୁ ଟଙ୍କା ଦେବା ପାଇଁ ଦାବୀ କରିଛନ୍ତି ଆଉ ଏ ନେଇ ସେ କୋର୍ଟରେ କେଶ ମଧ୍ୟ କରିଛନ୍ତି। କିଶୋର କହିଛନ୍ତି କି ସେ ସେ ଚା ବିକି ଖୁବ୍ କଷ୍ଟରେ ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ମାସକୁ ୧୨୦୦୦ ଲେଖାଏଁ ପେନସନ ପାଉଛନ୍ତି। ତେଣୁ ସେ ତାଙ୍କ ସ୍ତ୍ରୀଙ୍କ ଠାରୁ କିଛି ଟଙ୍କା ପାଇବା ଆଶାରେ କୋର୍ଟରେ ଅପିଲ କରିଥିଲେ।
ଏହାପରେ ମାନ୍ୟବର କୋର୍ଟ କିଶୋରଙ୍କ ଆବେଦନକୁ ଗୁରୁତ୍ୱର ସହ ନେଇଥିଲେ ଏବଂ ବିଚାର କରି ନିର୍ଦ୍ଦେଶ ଶୁଣାଇ ଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କିଶୋରଙ୍କ ସ୍ତ୍ରୀ ତାଙ୍କୁ ପ୍ରତି ମାସରେ ଚଳିବା ପାଇଁ କିଛି ଟଙ୍କା ଦେବେ। ଆଉ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।