
ଦେଖନ୍ତୁ Exclusive: ଭିଡିଓ-ଛାତି ପିଟି ଭୋ ଭୋ ହୋଇ କାନ୍ଦୁଛି ମା, ଆଉ କହୁଛି ମୋ ଧନକୁ ଠାକୁର ନେଇଗଲେ..ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ
ଶ୍ରାବଣ ମାସକୁ ଭୋଳା ନାଥଙ୍କର ବାର ବୋଲି କୁହାଯାଏ | ସମସ୍ତଙ୍କର ବିଶ୍ୱାସ ଥାଏ କି ଏହି ମାସରେ ଭଗବାନ ଶିବ ଶମ୍ଭୁଙ୍କୁ ଆରାଧନା କଲେ ନିଜର ମନୋସକାମନା ପୂରଣ ହୋଇଥାଏ |ସେଇଥି ପାଇଁ ତ ଶ୍ରାବଣ ମାସରେ ସମସ୍ତେ ମାନସିକ କରି ଶିବଙ୍କ ପାଇଁ ପାଣି ଢାଳିଥାନ୍ତି | ଏବଂ ମହାଦେବଙ୍କ କୃପାରୁ ସମସ୍ତ ମନ କାମନା ପୂର୍ଣ୍ଣ ହୋଇଥାଏ ଭକ୍ତଙ୍କର | ସେଥି ପାଇଁ ଏହି ଶ୍ରାବଣ ମାସରେ କାଉଡିଆ ଵାଲା ହୋଇ ସମସ୍ତ ଭକ୍ତ ମାନେ ପାଣି ଭାର ନେଇ ଯାଇଥାନ୍ତି ତାଙ୍କ ଇଷ୍ଟ ଦେବତା ମହାଦେବଙ୍କ ପାଖକୁ |
କେତେବେଳେ ଏହି ଭକ୍ତ ମାନଙ୍କ ମନ ବାଞ୍ଛା ପୂରଣ ହୋଇଥାଏ ମହାଦେବଙ୍କ କୃପାରୁ ତ କେତେବେଳେ ସେମାନଙ୍କ ଆଶାକୁ ଭାଙ୍ଗି ଚୁରମାର କରି ଦେଇଥାନ୍ତି | ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛି | ଯୋଉଁଠିକି ଏକ ମାଆ ତାର ପୁଅକୁ ହରାଇ ମହାଦେବଙ୍କୁ ଗାଳି ଦଉଛି |
ଶ୍ରାବଣ ମାସର ତୃତୀୟ ସୋମବାରରେ ମହାଦେବଙ୍କ ପାଖକୁ ପାଣି ଢ଼ାଳିବା ପାଇଁ ଯାଇ ଏକ ଯୁବକ ନିଜର ପ୍ରାଣ ହରାଇଛନ୍ତି | କାଲି ଥିଲା ଶ୍ରାବଣ ମାସର ତୃତୀୟ ସୋମବାର | ଶିବଙ୍କ ମଥାରେ ପାଣି ଢ଼ାଳିବା ପାଇଁ ଏ ମାଆର ପୁଅଟି ଯାଇଥିଲା | ଆଉ କାଲିଠୁ ଯାଇଛି ଯ ଯାଇଛି | ଆଜି ତାର ମୃତ ଦେହ ମିଳୁଛି |ଢେଙ୍କାନାଳ ଜିଲ୍ଲା ପରଜଗ ଥାନା ଗୁଆଳ ନିକଟସ୍ଥ ରେଙ୍ଗାଲି ବାମ ପାର୍ଶ୍ୱ କେନାଲରେ ଉଦ୍ଧାର ହୋଇଛି ସେଇ ନିଖୋଜ କାଉଡ଼ିଆଙ୍କ ମୃତ ଦେହ |
ଗତକାଲି ଯିଏ ପାଣି ଉଠେଇବା ବେଳେ ନିଖୋଜ ହୋଇ ଯାଇଥିଲେ, ନିଜର ଅସାବଧାନତା ଯୋଗୁଁ ନାଳରେ ବୁଡି ଯାଇଥିଲେ ଏହି ଯୁବକ ଜଣଙ୍କ | ଏହି କାଉଡିଆଙ୍କ ନାମ ହେଉଛି ତାଳଚେର ଅଞ୍ଚଳର ମହେଶ୍ୱର ବାରିକ ଯାହାଙ୍କୁ ଖୋଜୁଥିଲା ଅଗ୍ନିଶମ ବାହିନୀ ଏବଂ ଖୋଜି ଖୋଜି ମୃତ ଅବସ୍ଥାରେ ଆଜି ପାଇଛନ୍ତି |ବାହୁନି କାନ୍ଦୁଛନ୍ତି ତାଙ୍କ ମାଆ ଏବଂ କହୁଛନ୍ତି ମୋ ଧନ ତୁ କୁଆଡେ ଗଲୁ ରେ |ମୋ ଧନକୁ ଠାକୁର କୁଆଡେ ନେଇ ଗଲେ | ତୁ ଏମିତି କାଇଁ ବୁଦ୍ଧି ବାଡ଼ିଲୁ ରେ ମୋ ପୁଅ |ତୁ କାହା କଥା ଟିକେ ଭାବିଲୁନି ରେ ମୋ ପୁଅ |ଏମିତି କିଛି କହି ବାହୁନି କାନ୍ଦୁଚି ଏକ ମାଆ |
ଛାତିକୁ ପିଟି ଭୋ ଭୋ ହୋଇ କାନ୍ଦୁଚି ମାଆ କାରଣ ତାର ଏକୋଇର ବାଳା ବିସିକେଶନ ଯ ତାକୁ ଛାଡି ସବୁଦିନ ପାଇଁ ଚାଲି ଯାଇଛି ଯାହାକୁ ସେ ଛୋଟରୁ ବଡ କରିଥିଲା | ଯେତେ ଡାକିଲେ ସେ ଆଉ ଶୁଣୁନି |ଯେତେ କାନ୍ଦିଲେ ବି ସେ ଆଉ ଉଠୁନି କି କଥା ହଉନି |ସେ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛି |ବର୍ତମାନ ତାଳଚେର ପୋଲିସ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ବରଜଂଘ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି |ତେଣୁ ଆପଣ ମାନଙ୍କୁ ଅନୁରୋଧ କି ଯେ କୌଣସି କାମ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରନ୍ତୁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।