
Chandragrahan 2022,ଚନ୍ଦ୍ର ଗ୍ରହଣ ୨୦୨୨ (08 November) ଆସନ୍ତା କାଲି ହାଣ୍ଡିଛାଡ ସଠିକ ସମୟ |4ଟି ରାଶି କୋଟିପତି|
୨୦୨୨ ନଭେମ୍ବର ୮ ତାରିଖ ମଙ୍ଗଳବାର ଦିନ ଅର୍ଥାତ୍ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଯାଉଛି। ଏହି ଚନ୍ଦ୍ର ଗ୍ରହଣ ଭୟଙ୍କର ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବା ପାଇଁ ଯାଉଛି। ଏହି ଚନ୍ଦ୍ର ଗ୍ରହଣ ଏକ ଲମ୍ବା ଚନ୍ଦ୍ର ଗ୍ରହଣ ହେବା ପାଇଁ ଯାଉଅଛି। ଏହି ଚଦ୍ର ଗ୍ରହଣ ଓଡ଼ିଶା ସମେତ ସାରା ଭାରତରେ ସମ୍ପୂର୍ଣ୍ଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ଏହି ଗ୍ରହଣ ଅନ୍ୟ କେତେକ ଦେଶରେ ମଧ୍ୟ ଦୃଶ୍ୟମାନ ହେବ।
ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସିଥାଏ ଯେତେବେଳେ ପୃଥିବୀର ଛାଇ ଚନ୍ଦ୍ରମା ଉପରେ ପଡ଼ିଥାଏ ତାହାକୁ ଚନ୍ଦ୍ର ଗ୍ରହଣ କୁହାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣର ବହୁତ୍ ମହତ୍ତ୍ୱ ରହିଛି। ଏହାର ପ୍ରଭାବ ପୂରା ବିଶ୍ଵ ଉପରେ ପଡ଼ିଥାଏ। ତେବେ ଆଜି ଆମେ ଜାଣିବା ଚନ୍ଦ୍ର ଗ୍ରହଣର ସମୟ ସୀମା ଗ୍ରାସ ସମୟ ଗର୍ଭବତୀ ମହିଳା କଣ କରିବେ ଏବଂ କଣ କରିବେ ନାହିଁ ପାକ ନିଷେଧ ବା ସୂତକ ସମୟ କେବେଠାରୁ ଆରମ୍ଭ ହେବଗ୍ରହଣ ସମୟରେ କଣ କରିବେ କଣ କରିବେ ନାହିଁ ଏବଂ କେଉଁ ରାଶି ମାନଙ୍କ ପାଇଁ ଶୁଭ ରହିବ ଏବଂ କେଉଁ ରାଶି ମାନଙ୍କ ପାଇଁ ଅଶୁଭ ରହିବ ସେ ବାବଦରେ ଜାଣିବା।
ଚନ୍ଦ୍ର ଗ୍ରହଣର ସମୟ ସୀମା ଗ୍ରାସ ସମୟ:୮ ନଭେମ୍ବର ମଙ୍ଗଳବାର ୨:୩୮ ମିନିଟ୍ ୧୪ ସେକେଣ୍ଡରେ ରେ ଆରମ୍ଭ ହେବ। ମଧ୍ୟ୍ୟ କାଳ ସମୟ ୪:୨୮ ମିନିଟ୍ ୧୭ ସେକେଣ୍ଡ ଏବଂ ଶେଷ ସମୟ ହେଉଛି ୬:୧୮ ମିନିଟ୍ ୪୭ ସେକେଣ୍ଡ।ପାକ ନିଷେଧର ସମୟ ସୀମା:-ମଙ୍ଗଳବାର ସକାଳ ୮ଟା ୨୯ ମିନିଟ୍ ଠାରୁ ଆରମ୍ଭ ହୋଇ ମଙ୍ଗଳବାର ସନ୍ଧ୍ୟା ୬:୧୮ ମିନିଟରେ ଶେଷ ହେବ।ଗର୍ଭବତୀ ମହିଳା କଣ କରିବେ ଏବଂ କଣ କରିବେ ନାହିଁ:-ଗର୍ଭବତୀ ମହିଳା ମାନଙ୍କ ପାଇଁ ଏହି ସମୟ ଅଶୁଭ ଅଟେ ତେଣୁ ସେମାନେ ଚନ୍ଦ୍ର ଗ୍ରହଣ ଦେଖନ୍ତୁ ନାହିଁ। କିଛି ଜିନିଷ କଟାକଟି କରନ୍ତୁ ନାହିଁ କି ସିଲେଇ କରନ୍ତୁ ନାହିଁ ଏବଂ ଧାରୁଆ ଅସ୍ତ୍ର ପାଖରୁ ଦୂରେଇ ରୁହନ୍ତୁ।
ଏବଂ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ।ଗ୍ରହଣ ସମୟରେ କଣ କରିବେ କଣ କରିବେ ନାହିଁ:-ଏହି ସମୟରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ ଏବଂ ଖାଆନ୍ତୁ ନାହିଁ। ଏହି ସମୟରେ ଶୁଖିଲା ଖାଦ୍ୟ ଓ ଫଳମୂଳ ଖାଇ ପାରିବେ। ଏହି ସମୟରେ ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଏମିତିକି ଠାକୁର ପୂଜା ମଧ୍ୟ କରନ୍ତୁ ନାହିଁ। ଆପଣ ଅର୍ଣ୍ଣ ଦାନ କରିପାରିବେ ଏହା ଶୁଭ ମାନା ଯାଇଥାଏ।କେଉଁ ରାଶି ମାନଙ୍କ ପାଇଁ ଶୁଭ ରହିବ ଏବଂ କେଉଁ ରାଶି ମାନଙ୍କ ପାଇଁ ଅଶୁଭ:-ମିଥୁନ ରାଶି,କର୍କଟ ରାଶି, ବିଛା ରାଶି ଓ କୁମ୍ଭ ରାଶି ଉପରେ ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ଅତ୍ୟନ୍ତ ଶୁଭ ରହିବ ଏବଂ ଅନ୍ୟ ସବୁ ରାଶି ମାନେ ସାବଧାନ ରୁହନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।