
ଦେଖନ୍ତୁ ଭିଡ଼ିଓ । ହଠାତ ଚକା ତଳୁ ବାହାରିଲା ଭୟଙ୍କର ବିଷଧର ନାଗ ସାପ, ପୁରା ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ….
ଆଜିର ଯୁବ ପିଢ଼ି ମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହିତ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି।ଲୋକ ମାନେ ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲି ସେଥିରେ ବିଭିନ୍ନ ପ୍ରକାର ଭିଡିଓକୁ ଅପଲୋଡ଼ କରି ଲୋକ ପ୍ରିୟ ହେବାରେ ଲାଗିଛି। ତେବେ ୟୁଟ୍ୟୁବରେ ସବୁ ପ୍ରକାର ଭିଡିଓ ଦେଖିବାକୁ ଆପଣ ମାନେ ପାଉଥିବେ। ସେଥି ମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଯାହାକୁ ଦର୍ଶକ ମାନେ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି। ଆଜିର ଯୁବ ପିଢ଼ି ମାନେ ଜୀବଜନ୍ତୁ ଓ ସରୀସୃପ ମାନଙ୍କ ଭିଡିଓ ଦେଖିବାକୁ ଖୁବ୍ ଭଲ ପାଇଥାନ୍ତି।ଆଜି ଆମେ ଆପଣଙ୍କୁ ଜଣେ ମହିଳା ସାପ ଧରୁଥିବାର ଭିଡିଓ ବାବଦରେ ଜଣାଇବୁ।
ମନରେ ଭୟ ଜାଗ୍ରତ କରୁଥିବା ଜୀବ ଗୁଡ଼ିକ ମଧ୍ୟରୁ ସାପ ଅନ୍ୟତମ। ହଠାତ୍ ସାପକୁ ସାମ୍ନାରେ ଦେଖିଲେ ଡରରେ ଦେହ ଶୀତେଇ ଉଠେ। ତେବେ ଯେତେବେଳେ ସାପ ଧରିବା କଥା ସାମ୍ନାକୁ ଆସେ ସେତବେଳେର ଅବସ୍ଥା କଥା ନ କହିଲେ ଭଲ। କିନ୍ତୁ ସାପ ଧରିବା କିଛି ବଡ କଥା ନୁହେଁ ଏଥି ନିମନ୍ତେ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ବିନା ପ୍ରଶିକ୍ଷଣରେ ସାପ ଧରିବା ମଣିଷ ପାଇଁ ଘାତକ ହୋଇ ପାରେ। କାହିଁକି ନା ସାପର ବିଷ ଜୀବଜନ୍ତୁ ଓ ମଣିଷ ମାନଙ୍କ ପାଇଁ ଖୁବ୍ ଘାତକ ସାଜିଥାଏ। ତେବେ ଆଜି ଆମେ ଆପଣଙ୍କୁ ଜଣେ ମହିଳା ସ୍ନେକ୍ ରେସକ୍ୟୁ କର୍ମଚାରୀ କିଭଳି ଏକ ସାପକୁ ଉଦ୍ଧାର କରିଛନ୍ତି ସେହି ବାବଦରେ ଜଣାଇବୁ।
ଭିଡିଓରେ ଦେଖିବାକୁ ମିଳୁଛି ଏକ ଖୋଲା ପଡିଆ ମଧ୍ୟରେ ଏକ ଟାୟାର ମଧ୍ୟରେ ଗୋଟିଏ ବିରାଟକାୟ ନାଗ ସାପ ଦେଖିବାକୁ ମିଳିଛି। ଯାହାକୁ ଉଦ୍ଧାର କରିବା ପାଇଁ ଜଣେ ଯୁବତୀ ସେଠାରେ ପହଁଚିଛନ୍ତି। ତେବେ ଯୁବତୀ ଜଣକ ହେଉଛନ୍ତି ମଧୁ ଜି ଯିଏକି କର୍ଣ୍ଣାଟକର ବେଲଗୁମ୍ ସହରରେ ରୁହନ୍ତି ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି। ଯାହାର ନାମ ରହିଛି “ମଧୁସ୍ ସ୍କିଲ୍ ୱିଥ ଷ୍ଟାଇଲ” ୟୁଟ୍ୟୁବ ଚ୍ୟାନେଲ। ଏହି ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓଟିକୁ ଦେଖିବାକୁ ମିଳିଛି। ଯାହାକୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ସାଢେ ୩ ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି।
ତେବେ ଭିଡିଓରେ ସାପକୁ ଏକ ଖୋଲା ପଡିଆ ମଧ୍ୟରେ ଏକ ଟାୟାର ମଧ୍ୟରେ ଲୁଚି ରହିଥିବାର ଦେଖିବାକୁ ମିଳୁଛି। ସାପଟି ଭୟବିତ ହୋଇଥିବାର ଜଣା ଯାଉଛି। କାହିଁକି ସାପଟି ବାହାରିବା ପାଇଁ ବହୁତ ଜାଗା ରହିଛି ତଥାପି ସାପଟି ଡରରେ ସେହି ଟାୟାର ମଧ୍ୟରୁ ବାହାରକୁ ବାହାରୁ ନାହିଁ। ତେବେ ସ୍ନେକ୍ ରେସକ୍ୟୁ କର୍ମଚାରୀ ମଧୁ ସାପକୁ ଖୁବ୍ ସହଜରେ ଓ ସୁରକ୍ଷିତ ସହିତ ବାହାରକୁ ବାହାର କରି ଆଣୁଛନ୍ତି।
ଏହା ପରେ ମଧୁ ସାପକୁ ଏକ ମୁଣି ମଧ୍ୟରେ ଭର୍ତି କରି ତାଙ୍କ ସହିତ ନେଇ ଯାଉଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।