ସବୁ ସମୟ ଖବର ସାଥିରେ

ମାଳିକା ଦେଲା ବଡ ଭବିଷ୍ୟବାଣୀ !2022 ଖୁବ୍ ଶୀଘ୍ର ସମୁଦ୍ରରେ ବୁଡ଼ି ଯିବ “ଛତିଆ”, ଜାଣନ୍ତୁ କଣ ରହିଛି ବିଶେଷତ୍ୱ..

0 118

ଶହ ଶହ ବର୍ଷ ଆଗରୁ କାଗଜ କଲମ ବା ଅତ୍ୟାଧୁନିକ ଯନ୍ତ୍ରପାତି ର ବ୍ୟବସ୍ଥା ନ ଥିଲା।ତେବେ ସେହି କାଳରେ ଲୋକମାନେ ଲେଖିବା ପାଇଁ ତାଳପତ୍ର ଓ ଲେଖନୀ ର ବ୍ୟବହାର କରୁଥିଲେ।ଆଜକୁ ପ୍ରାୟ ଛଅ ଶହ ବର୍ଷ ପୂର୍ବେ ତାଳପତ୍ର ଓ ଲେଖନୀ ସାହାଯ୍ୟରେ କଳିଯୁଗର ଭବିଷ୍ୟତ ର ଘଟଣାବଳୀ ବିଷୟରେ ଆମ ଉତ୍କଳ ର ପଞ୍ଚସଖା ମାନେ ଯେଉଁ ମାଳିକା ଶାସ୍ତ୍ର ଲେଖି ଯାଇଛନ୍ତି ସେଥିରେ ଯେଉଁ ତଥ୍ୟ ଉଲ୍ଲେଖ କରାଯାଇଛି ତାହାକୁ ମାଳିକା ବଚନ ରୂପେ ବିବେଚନା କରାଯାଏ। ଏହି ଉକ୍ତି ଉପରେ ଅଚ୍ୟୁତାନନ୍ଦ ଗୋଟିଏ ସୁନ୍ଦର ଆଲୋଚନା କରିଛନ୍ତି।ସେ କହିଛନ୍ତି ହେ ରାମଚନ୍ଦ୍ର!ମୋର ବାଣୀ କେବେ ଅନ୍ୟଥା ହେବ ନାହିଁ।ତାଙ୍କ ତତ୍ବାବଧାନ ରେ ଲିଖିତ କଳିଯୁଗର ଭବିଷ୍ୟବାଣୀ ସବୁ ସତ୍ୟ ହେବ।

ସାଧାରଣତଃ ମାଳିକା ହେଉଛି ପଞ୍ଚସଖା ଙ୍କ ନିଜ ଅନୁଭୁତ ଓ ଭବିଷ୍ୟତ କୁ ଆଶଙ୍କିତ କରି ପର ପିଢ଼ି ଙ୍କୁ ସତର୍କ କରିବା ପାଇଁ ଲେଖିଥିବା ଦିବ୍ୟ ବାଣୀ ସମୂହ।ଯଦିଓ ମାଳିକା ଶହ ଶହ ବର୍ଷ ପୂର୍ବରୁ ଲେଖା ହୋଇଥିଲା ତଥାପି ଏବେ ତାର ସତ୍ୟା ସତ୍ୟ କୁ ନେଇ ଆମେ ଅନେକ ପ୍ରମାଣ ପାଉଛୁ।ଯଦିଓ ଅନେକ ଏହାକୁ ମାନିବା ପାଇଁ ରାଜି ହୋଇନଥାନ୍ତି ତଥାପି ଏହା ସତ୍ୟ ଅଟେ।

 


ସତ୍ୟଭଞ୍ଜ ନାମକ ଏକ youtube channel ମାଳିକା ରେ ବର୍ଣ୍ଣିତ ତଥ୍ୟ ର ସତ୍ୟା ସତ୍ୟ ଉପରେ ନିରୀକ୍ଷଣ କରୁଛନ୍ତି,ଯଉଁଥିପାଇ ମାଳିକା ବର୍ଣ୍ଣିତ ବିଭିନ୍ନ ସ୍ଥାନରେ ସେମାନେ ଯାଇ ପହଂଚିଯାଉଛନ୍ତି ଓ ବିଭିନ୍ନ ଘଟଣା ଉପରେ ନିରୀକ୍ଷଣ କରୁଛନ୍ତି ଓ ଅନେକ ଅଜଣା ତଥ୍ୟ ଆଣୁଛନ୍ତି ଲୋକ ଲୋଚନକୁ । ତେବେ ଆସନ୍ତୁ ସେହିପରି ଆଜି ଏକ ବିଶେଷ କଥା ବିଷୟରେ ଜାଣିବା ଯାହା ମାଳିକା ରେ ବର୍ଣ୍ଣିତ ରହିଛି। ଆଉ ଏହାକୁ କହିଛନ୍ତି ସବୁରି ପ୍ରିୟ ଶ୍ରୀଧର ବାବା ବା କାହ୍ନୁ ବାବା।

ଆପଣ ଜାଣିଛନ୍ତି ଛତିଆ ବଟ କଥା ଅନେକ ସମୟରେ ଆଲୋଚନା ହୋଇଥାଏ। ତେବେ ସମୟଚକ୍ରରେ ଯାହା ଘଟୁଛି ତାହା କିଛି ନା କିଛି ଦିଗକୁ ଇଙ୍ଗିତ କରୁଛି ଯାହା ଭଗବାନଙ୍କ ନିର୍ଦ୍ଦେଶରେ ସଂକେତରେ ହିଁ ହେଉଛି ବୋଲି ବାବା କହିଛନ୍ତି। ତେବେ ଯେତେବେଳେ ପ୍ରଳୟର ସମୟ ଆସିବ, ସେତେବେଳେ 40-45 କିମି ଦୂରରୁ ସମୁଦ୍ରରୁ ପାଣି ଛତିଆ ବଟ ନିକଟକୁ ମାଡ଼ି ଆସିବ। ଯେଉଁଭଳି ଭାବରେ ଭଗବାନ ଦେହାନ୍ତ ପୂର୍ବରୁ ଦ୍ୱାରକାକୁ ବୁଡ଼ାଇଦେଲେ ଏବଂ ଫଳରେ କୁଶ ଦ୍ଵୀପ ଉଠି ପଡ଼ିଲା, ସେହିପରି ଏହି ଯୁଗରେ କୁଶ ଦ୍ଵୀପ ବୁଡି ପଡ଼ିବ ଏବଂ ଆଉ ଏକ ଦ୍ଵୀପ ଉଠି ଯିବ ବୋଲି ବାବା କହୁଛନ୍ତି । ପ୍ରତ୍ୟେକ ଯୁଗରେ ଏହିପରି ଘଟିଥାଏ ।

 

ଯଦି ଯୁଗର ସମାପନ କଥା କହିବା ତେବେ ଯେତେବେଳେ ଅତ୍ୟଧିକ କଳି ବୃଦ୍ଧି ପାଇବ ଏବଂ ଏହା ଏ ସମାଜକୁ ଗ୍ରାସ କରିବ। ଫଳରେ ସବୁ ଦେଶ ଦେଶ ମଧ୍ୟରେ ଝଗଡା ପରିସ୍ଥିତି ଉପୁଜିବା ସହିତ ଶେଷରେ ଯୁଦ୍ଧ ହୋଇ ଯୁଗର ସମାପନ ହେବ। ତେବେ ଭାରତ ହେଉଛି ଦେବ ଭୂମି, ଏଠାରେ ଦେବତା ବାସ କରନ୍ତି। ଅନ୍ୟ ଦେଶ ମାନଂକର ଯେତେ ଅସ୍ତ୍ରଶସ୍ତ୍ର ରହିଲେ ବି ସେଗୁଡିକ ଭଗବାନଙ୍କ କୃପା ଭୂମି ଆଗରେ ସବୁ ଫିକା ପଡ଼ିଯିବ। ଯେତେବେଳେ ବି ଧର୍ମର ନାଶ ହୁଏ ସେତେବେଳେ ଭଗବାନ ବିରାଜମାନ କରନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।