ସବୁ ସମୟ ଖବର ସାଥିରେ

breacking news- ଆସିଗଲା କରନା ର ଚତୁର୍ଥ ଲହରୀ। ଭୟାନକ ରହିଛି ଏହାର ପ୍ରଭାବ। ପୁଣି ଥରେ ବନ୍ଦ ହୋଇ ପାରେ ସ୍କୁଲ ଓ କଲେଜ। ସେୟାର କରି ଜଣାନ୍ତୁ!

0 1,130

ଦିଲ୍ଲୀ ଏନ୍ସିଆର ରେ ଲଗାତାର ବଢୁଥିବା କରନା ମାମଲା ଚିନ୍ତା ବଢାଇବାରେ ଲାଗିଛି। ଏନ୍ସିଆର ସହ ଗାଜିଆବାଦ ଅଂଚଳ ରେ ଗତ ଚବିଶ ଘଣ୍ଟା ମଧ୍ୟରେ ନୂଆ କରି ତେତିଶ ଜଣ କରନା ରୋଗୀ ଚିହ୍ନଟ ହୋଇ ସାରିଲେଣି। ଏହା ସହ ମୋଟ କରନା ଆକ୍ରାନ୍ତକ ଙ୍କ ସଂଖ୍ୟା 239 ରେ ପହଂଚି ସାରିଲାଣି। ଗତ ମାସ 221 କରନା କେସ ସାମ୍ନା କୁ ଆସିଥିଲା।

ତେବେ ପୂର୍ବ ଅପେକ୍ଷା ଦିଲ୍ଲୀ ରେ କରନା ସଂକ୍ରମଣ ରେ ତିନି ଗୁଣା ବୃଦ୍ଧି ହୋଇଥିବା ରେକର୍ଡ କରା ଯାଇଛି । ବଢୁଥିବା କରନା ସଂକ୍ରମଣ କୁ ଦେଖି ଦିଲ୍ଲୀ ରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡକା ଯିବ। ଏହି ବୈଠକ ରେ ବଢୁଥିବା ସଂକ୍ରମଣ ଉପରେ ଆଲୋଚନା ହେବ। ଏହା ସହ ସମସ୍ତ ଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇ ପାରେ ଓ ସ୍କୁଲ ବିଷୟରେ ମଧ୍ୟ କିଛି ବଡ ନିଷ୍ପତି ନିଆ ଯାଇ ପାରେ।

ଗତ କିଛି ଦିନ ହେବ ଅନେକ ସ୍କୁଲ ଛାତ୍ର ଓ ସ୍କୁଲ ଷ୍ଟାଫ କରନା ରେ ସଂକମିତ ହୋଇଥିବା ନଜର କୁ ଆସିଛି। ବଢୁଥିବା କରନା ସତ୍ୱେ ସ୍କୁଲ ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରା ଯିବ ନାହିଁ ବୋଲି ଦିଲ୍ଲୀ ସରକାର ନିଷ୍ପତି ନେଇ ଛନ୍ତି। ସେହି ପରି ଦେଶ ରେ ଆଜି 2066 ଜଣ କରନା ରୋଗୀ ଚିନ୍ହଟ ହୋଇ ଛନ୍ତି।

ଗତ କାଲି ଅପେକ୍ଷା 65 ପ୍ରତିଶତ କରନା ରୋଗୀ ଙ୍କ ର ସଂଖ୍ୟା ବଢିଛି। ସେହି ପରି ଗତ 24 ଘଣ୍ଟା ମଧ୍ୟରେ 40 ଜଣ ଙ୍କର ଜୀବନ ମଧ୍ୟ ଗଲାଣି। ଯଦି ଏହି ପରି ସମାନ ପରିସ୍ଥିତି ଲାଗି ରୁହେ ତାହାଲେ ଖୁବ ଶୀଘ୍ର ସ୍କୁଲ ଗୁଡିକ ବନ୍ଦ ହେବାର ନିଷ୍ପତି ନେଇ ପାରନ୍ତି ଦିଲ୍ଲୀ ସରକାର।

କ୍ରିକେଟ ଓ ଆଇ ପି ଏଲ ମଧ୍ୟ କରନା କବଳରୁ ବର୍ତ୍ତି ପାରି ନାହିଁ।
ଦିଲ୍ଲୀ କେପିଟାଲସ ଟିମ ରେ କରନା ବିସ୍ଫରଣ ହେବା ପରେ ପୁନେ ରେ ହବାକୁ ଥିବା ମେଚ କୁ ମୁମ୍ବାଇ ସ୍ଥାନାନ୍ତର କରା ଯାଇଛି। ଦିଲ୍ଲୀ ଟିମ ରେ ବଢୁଥିବା ସଂକ୍ରମଣ କୁ ଦେଖି ବିସିସିଆଇ ସଚିବ ଜୟ ସାହା କହିଛନ୍ତି କି କରନା ସଂକ୍ରମଣ କୁ ରୋକିବାକୁ ହେଲେ ଲମ୍ବା ଯାତ୍ରା କୁ ନିଶ୍ଚତି ଭାବରେ ଏଡାଇ ବାକୁ ପଡିବ।

ସୋମବାର ଦିନ ଦିଲ୍ଲୀ ଟିମ ରେ ଦୁଇ ଜଣ ସଦ୍ୟସ କରନା ସଂକ୍ରମିତ ହେବା ପରେ ଏବେ ଦିଲ୍ଲୀ ଟିମ ର ସମସ୍ତ ସଦସ୍ୟ ସଙ୍ଗରୋଧ ରେ ଅଛନ୍ତି। ଏହି କାରଣ ପାଇଁ ଦିଲ୍ଲୀ ଟିମ ମୁମ୍ବାଇ ରୁ ପୁନେ କୁ ଯାତ୍ରା କରି ନଥିଲା। ତେବେ ଏହି ସବୁ ଖବର କୁ ଆଖି ଆଗରେ ରଖି ରାଜ୍ୟ ସରକାର ଗୁଡିକ ଆଗକୁ ସ୍କୁଲ ଓ କଲେଜ କୁ ନେଇ କୌଣସି ବଡ ନିଷ୍ପତି ନେବାର ଯଥେଷ୍ଟ ସମ୍ଭାବନା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।