ସବୁ ସମୟ ଖବର ସାଥିରେ

🛑EXCLUSIVE :ଦେହ ଦେଖିଲୁ ମଜା ନେଲୁ ,ଏବେ ଟଙ୍କା ଦେ , ଆଉ ନ ଦେଲେ ତତେ…ଅଭିଯୋଗ ଆଣିଲେ ଯୁବକ..ଶୁଣନ୍ତୁ ତାଙ୍କ ମୁହଁ ରୁ….

0 44

ଛୋଟ ପିଲା ଠାରୁ ବୃଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ପାଇଁ ନିଶାଗ୍ରସ୍ତ ହୋଇ ଗଲେଣି | ଟେକ୍ନୋଲୋଜି ଲୋକ ମାନଙ୍କ ପାଇଁ ଯେତିକି ଭଲ ସେତିକି ମଧ୍ୟ ଖରାପ | ଯଦି ଆପଣ ତାର ସତ ବ୍ୟବହାର କରୁଛନ୍ତି ତେବେ ଆପଣ ଲାଭ ଦାୟକ ହୋଇପାରିବେ କିନ୍ତୁ ଯଦି ଆପଣ ତାର ଦୁର୍ବ୍ୟବହାର କରୁଛନ୍ତି ତେବେ କ୍ଷତିଗ୍ରସ୍ତ ହୋଇ ପାରନ୍ତି | ତେଣୁ ଆମକୁ ସାବଧାନତା ଓ ସତର୍କତାର ସହ ଏହାର ବ୍ୟବହାର କରିବା ଉଚିତ |ଆଜିକାଲିର ଯୁବ ପିଢ଼ି ମାନେ ଏହାର ସଦବ୍ୟବହାର ଠାରୁ ବେଶୀ ଦୁର୍ବ୍ୟବହାର କରୁଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଆଜିକାଲି ବହୁଳ ଭାବରେ ନ୍ୟୁଡ଼ କଲ ସମସ୍ତଙ୍କ ମୋବାଇଲ ଫୋନକୁ ଆସୁଥିବାର ଦେଖା ଯାଉଛି | ଆଜି ଆମେ ଆପଣଙ୍କୁ ଏମିତି ଏକ କଲର ଶିକାର ହୋଇଥିବା ଯୁବକଙ୍କ ବିଷୟରେ କହିବାକୁ ଯାଉଅଛୁ | ରାତି ସାଢେ ଦଶଟା ସମୟରେ ତାଙ୍କ ଫୋନକୁ ଏକ ଅଜଣା ନମ୍ବରରୁ ହାଏ ଡିଓର ମେସେଜ ଆସିଲା | ଯୁବକ ଜଣଙ୍କ ପ୍ରତି ଉତ୍ତରରେ ପରିଚୟ ମାଗି ଥିଲେ | ତା ପରେ ଠିକ ରାତି ବାରଟା ସମୟରେ ତାଙ୍କ ଫୋନକୁ ସେହି ନମ୍ବରରୁ ଭିଡିଓ କଲ ଆସିଲା |

କିନ୍ତୁ ଚତୁରତାର ସହ ଯୁବକ ଜଣଙ୍କ ଫୋନର ପଛ କ୍ୟାମେରା ଅନ ରଖି ଥିଲେ |ଏବଂ ସେ ଯୁବତୀଙ୍କର କିଛି ଫୋଟୋକୁ ସେ ସ୍କ୍ରିନ ସଟ କରି ପ୍ରମାଣ ପାଇଁ ରଖି ଥିଲେ | ଏମିତି କଲ ଗୁଡିକ ଆସିଲେ ଆପଣ ମଧ୍ୟ ସତର୍କତାର ସହ ଭାବି ଚିନ୍ତି ଉଠାଇବେ | ନହେଲେ ଏ ମାନେ ଆପଣଙ୍କର ସ୍କ୍ରିନ ସଟ କରି ନେଇ ଆପଣଙ୍କୁ ବ୍ଲାକମେଲ କରିବାକୁ ଲାଗିବେ ଓ ଟଙ୍କା ମାଗିବେ | ଟଙ୍କା ନ ଦେଲେ ଫେସବୁକ ସାଇଟରେ ଅପଲୋଡ଼ କରି ଦେବାର ଧମକ ମଧ୍ୟ ଦେବେ | ତେଣୁ ଯେ କୌଣସି ଅଜଣା କଲକୁ ସାବଧାନତାର ସହ ଉଠାନ୍ତୁ |

ନ୍ୟୁଡ଼ କଲ ବା ସେକ୍ସଟରସନ ମାନେ ହେଉଛି ବିଭିନ୍ନ ସୋସିଆଲ ମିଡିଆରୁ ଆପଣଙ୍କୁ ଅଜଣା ନମ୍ବରରୁ ଫ୍ରେଣ୍ଡ ରିକୁଏଷ୍ଟ ଆସି ପାରେ |ହୁଏତ ତାହା ଫେସ ବୂକ ବା ହ୍ୱାଟସ ଆପ ହୋଇ ପାରେ ଯୋଉଁଥିରେ କି ଆପଣ ଦେଖିବେ ଗୋଟିଏ ଫୋଟୋ ଥିବ ଯାହାକୁ ଆମେ ପ୍ରଫାଇଲ ଫୋଟୋ କହୁଛୁ ସେହିଥିରେ ଏକ ସୁନ୍ଦର ଝିଅର ଫୋଟୋ ଥିବ |ଏବଂ ସେଥିରେ ଏକ ସାଧାରଣ ଝିଅର ନାମ ଥିବ ଯେମିତି କି ନେହା, ରାନୀ ଇତ୍ୟାଦି |ଆଜିକାଲି ପ୍ରାୟ ହ୍ୱାଟସ ଆପରେ ବେଶୀ ମାତ୍ରାରେ ଆସୁଛି ଏବଂ ଫେସବୂକରେ କମ ଆସୁଛି |

ହ୍ୱାଟସ ଆପରେ ଯେତେବେଳେ ରିକୁଏଷ୍ଟ ବା ମେସେଜ ଆସିବ ପ୍ରଥମେ ହାଏ ଡିଓର,ହାଏ ଫ୍ରେଣ୍ଡ ବା ହାଏ ହାଣ୍ଡସମ ଏମିତି କିଛିମେସେଜ ଆସିପାରେ | ଆପଣ ଯଦି କିଛି ରିପ୍ଲାଏ ଦେବେ କିଛି ତାହେଲେ ସେମାନେ ଆପଣଙ୍କୁ କେମିତି ଅଛନ୍ତି ବୋଲି ପ୍ରଶ୍ନ ପଚାରିବେ |ଏବଂ ପଚାରିବେ କି ଆପଣ ଭିଡିଓ କଲ ପାଇଁ ଆଗ୍ରହୀ ଅଛନ୍ତି କି |ଏମିତି ପ୍ରଶ୍ନର ରିପ୍ଲାଏରେ ଯଦି ଆପଣ ହଁ ବୋଲି କହିଲେ ତାହେଲେ ସେମାନେ ସେହି ସମୟରେ ନ୍ୟୁଡ଼ ହୋଇ ଆପଣଙ୍କ ପାଖକୁ କଲ କରିବେ |

ଆପଣଙ୍କୁ ମଧ୍ୟ କହିବେ କିଛି ଅଙ୍ଗ ପ୍ରଦର୍ଶନ କରିବା ଲାଗି ଏବଂ ସେହି ସମୟରେ ସେମାନେ ସ୍କ୍ରିନ ରେକର୍ଡିଙ୍ଗ କରି ନେବେ ଓ ଯାହାକି ପର ମୁହୁର୍ତରେ ଆପଣଙ୍କୁ ଦେଖାଇ ବ୍ଲାକମେଲ କରିବାକୁ ଆରମ୍ଭ କରିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।