ସବୁ ସମୟ ଖବର ସାଥିରେ

Breaking News – Big Update: ଅପେକ୍ଷାର ଅନ୍ତ ଘଟିଲା, ସୁରକ୍ଷିତ ଭାବେ ଉଦ୍ଧାର ହେଲା Rahul, ଦେଖନ୍ତୁ Exclusive ଭିଜୁଆଲ

0 13

୧୦୦ ଘଣ୍ଟାରୁ ଅଧିକ ସମୟ ପରେ ଉଦ୍ଧାର ହେଲା ରାହୁଲ । ବହୁ ବାଧା ବିଘ୍ନ ପରେ ରହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ। ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ସବୁଠୁ ବଡ଼ ରେସ୍‌କ୍ୟୁ ଅପରେସନ । ଏବେ ଉଦ୍ଧାର କରାଯାଇ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରିନ୍ କରିଡରରେ ବିଳାସପୁରର ଆପୋଲୋ ହସ୍ପିଟାଲକୁ ନିଆ ଯାଉଛି।

ଛତିଶଗଡ଼ ଜାଞ୍ଜଗିରି-ଚମ୍ପା ଜିଲ୍ଲାର ପିହରିଡ୍‌ ଗାଁରେ ୮୦ ଫୁଟ ତଳେ ବୋରୱେଲରେ ଫସିରହିଥିଲା ୧୦ ବର୍ଷୀୟ ରାହୁଲ ସାହୁ । ଖବର ମିଳିବା ପରେ ଦେଶର ବଡ ବଡ଼ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ।

୨ ଦିନ ଧରି ରାତିରେ ଲାଇଟ ଲଗାଇ ଅପରେସନ କାର୍ଯ୍ୟ ଜାରି ରହିଥିଲା । ଅପରେସନ୍‌ରେ ସାମିଲ ହୋଇଥିଲା ରେସ୍କ୍ୟୁ ରୋବୋଟ୍‌ । ବୋରୱେଲ ପାଖରେ ପୋକଲିନ, ଜେସିବି ଓ ଡ୍ରିଲ ମେସିନ ମାଧ୍ୟମରେ ଖୋଳା ଯାଇଥିଲା । ଦୁଇ ଦିନ ପୂର୍ବରୁ ରାତିରୁ ବୋରୱେଲ ପାଖରେ ଗାତ ଖୋଳାଯାଉଥିଲା ।

ଖନନ ଦ୍ୱାରା ରାହୁଲକୁ ଯେପରି କୌଣସି କ୍ଷତି ନପହଞ୍ଚେ ତାକୁ ଧ୍ୟାନ ରଖାଯାଇଥିଲା। ଉଦ୍ଧାର ସ୍ଥଳରେ ଜିଲ୍ଲା ପ୍ରଶାସନ, ପୋଲିସ ସହ ଏନଡିଆରଏଫ ଓ ଏସଡିଆରଏଫ ଉପସ୍ଥିତ ଥିଲେ । ବୋରୱେଲ ଭିତରକୁ ଖାଦ୍ୟ ଓ ପାନୀୟ ପଠାଯାଇରାହୁଲକୁ ଦିଆଯାଉଥିଲା। ବର୍ତ୍ତମାନ ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପ୍ରଶାସନ । ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ଉପରେ ସ୍ୱତନ୍ତ୍ର ନଜର ରଖିଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।

୮୦ ଫୁଟ୍‌ର ଗଭୀର ଗାତରୁ ବାହାରିଲା ରାହୁଲ । ୧୦ ବର୍ଷର ମାନସିକ ବିକାରଗ୍ରସ୍ତ ଛୁଆ ରାହୁଲ ସାହୁ ଶେଷରେ ଉଦ୍ଧାର ପାଇଛି । ଦୀର୍ଘ ୫ ଦିନ ଧରି ସେ ରହିଥିଲା ୮୦ ଫୁଟ୍ ଗଭୀର ବୋର୍‌ୱେଲ୍‌ ଭିତରେ । ସ୍ଥାନୀୟ ପ୍ରଶାସନ, ପୋଲିସ ଓ ସ୍ଥାନୀୟ ଲୋକଙ୍କ ଅନେକ ପରିଶ୍ରମ ପରେ ଶେଷରେ ଉଦ୍ଧାର ହୋଇଛି ରାହୁଲ । ଗାତ ଭିତରୁ ବାହାରିବା ପରେ ତୁରନ୍ତ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

ଉଦବେଗଜନକ ସ୍ଥିତି ସେତେବଳେ ଉପୁଜଇଥିଲା, ଯେତେବେଳେ ବୋରୱେଲ ଗାତ ଭିତରେ ରହିବାର ୧୦୦ ଘଣ୍ଟା ବିତିଯାଇଥିବାରୁ ରାହୁଲର ବେକରୁ ପାଦ ଯାଏଁ ଶେତା ପଡ଼ିଯାଇଥିଲା । ବଳ ବି ଆଉ ନଥିଲା । ତେଣୁ ତାକୁ ବାଓଟିକ୍ ବି ଦିଆଯାଉଥିଲା । ଶେଷଥର ପାଇଁ ସୋମବାର ସକାଳେ ୨ଟି କଦଳୀ ଖାଇଥିଲା ରାହୁଲ । ପୂର୍ବରୁ ଯାହା କିଛି ବି ହଲ୍‌ଚଲ୍ ହେଉଥିଲା ତାହା ବି ଧିରେ ଧିରେ କମି ଆସିଥିଲା । ତେଣୁ ଏନ୍‌ଡିଆରଏଫ୍, ଏସ୍‌ଡିଆରଏଫ୍, ରୋବୋଟିକ୍ ଟିମ୍, ସେନା, ଜିଲ୍ଲା ପ୍ରଶାସନିକ ଅଧିକାରୀ ରେସ୍‌କ୍ୟୁ ଅପରେସନ୍‌ସକୁ ଆହୁରି ଜୋରଦାର କରିଥିଲା ।

ରାହୁଲ ଉଦ୍ଧାର କେମିତି ହେଲା?

▶️୫ ଦିନର ସଂଘର୍ଷ ପରେ ନୂଆ ଜୀବନ ପାଇଲା ରାହୁଲ ସାହୁ
▶️ଛତିଶଗଡ ଯାଞ୍ଜଗୀର ଚାମ୍ପା ଜିଲ୍ଲାର ୧୦ ବର୍ଷର ଛୋଟ ପୁଅ ରାହୁଲ
▶️ଶୁକ୍ରବାର ଖେଳୁଥିବା ବେଳେ ୮୦ଫୁଟ ବୋରୱେଲ ଭିତରକୁ ଗଳିପଡିଥିଲା ରାହୁଲ
▶️ରାହୁଲକୁ ସୁରକ୍ଷିତ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ
▶️ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ NDRF , SDRF, ସ୍ଥଳ ସେନା ରୋବୋଟିକ ଟିମ ଓ ଡାକ୍ତରୀ ଟିମ
▶️NDRFରେ ଓଡ଼ିଶାର ଟିମ ହୋଇଥିଲା ସାମିଲ
▶️ରାହୁଲ ପିଲାଦିନୁ ଦିବ୍ୟାଙ୍ଗ, କଥା କହିପାରେ ନାହିଁ
▶️୫ ଦିନ କାଳ ଗାତ ଭିତରେ ଜୀବନ ବିତାଇଥିଲା ରାହୁଲ
▶️ମେଡ଼ିସିନ ଖାଉନଥିବାରୁ ନିମୋନିଆ ହେବାର ଭୟ ଥିଲା
▶️କଦଳୀ ଓ ଗ୍ଲୁକୋଜ ସହାୟତାରେ ଦିଆଯାଉଥିଲା ମେଡ଼ିସିନ ଓ ଆଣ୍ଟିବାଇଓଟିକ

▶️ଉଦ୍ଧାର ପାଇଁ ହୋଇଥିଲା ୮୦ ଫୁଟର ପାରାଲେଲ ଗାତ ଓ ୧୫ ଫୁଟର ସୁଡ଼ଙ୍ଗ
▶️ଉଦ୍ଧାର ପରେ ଗ୍ରୀନ କରିଡର କରାଯାଇ ନିଆଯାଉଛି ହସ୍ପିଟାଲ
▶️ରାହୁଲ ଯାଉଥିବା ରାସ୍ତା ନାକାବନ୍ଦୀ
▶️ରାହୁଲ ଫସି ରହିଥିବା ସ୍ଥାନରେ ପାଣିର ଲେବଲ ବଢ଼ୁଥିବାରୁ ଘରେ ଘରେ ମୋଟର ଚଲାଇବା ପାଇଁ ଦିଆଯାଇଥିଲା ପରାମର୍ଶ
▶️ସମସ୍ତ ଡ୍ୟାମ ଖୋଲିଦେବାକୁ ଦିଆଯାଇଥିଲା ନିର୍ଦେଶ
▶️୧୦୦ ଘଣ୍ଟାର ଯୁଦ୍ଧକାଳୀନ ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା ରାହୁଲ
▶️ରାହୁଲକୁ ଉଦ୍ଧାର ପାଇଁ ଦେଶବ୍ୟାପୀ ଚାଲିଥିଲା ପ୍ରାର୍ଥନା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।