ସବୁ ସମୟ ଖବର ସାଥିରେ

breaking news-ଖୁସି ଖବର : ଏଣିକି ରାସନ କାର୍ଡ ନଥିଲେ ବି ମାଗଣାରେ ମିଳିବ ରାସନ ଉଠାନ୍ତୁ ଲାଭ । ହେଲେ କେବେଠୁ ପାଇବେ ପଢନ୍ତୁ ଆଉ ଜାଣନ୍ତୁ

0 67

ତେବେ ସରକାର ଜନ ସାଧାରଣ ଙ୍କ ପାଇଁ ଅନେକ କିଛି ସୁବିଧା କରିଛନ୍ତି ଯାହା ଦ୍ୱାରା ଲୋକ ମାନେ ଆଉ ଉପାସ ରେ ଦିନ କାଟୁ ନାହାଁନ୍ତି | ତେବେ ବର୍ତ୍ତମାନ ସମୟରେ ସରକାର ରାସନ କାର୍ଡ ଉପଭୋକ୍ତା ମାନଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ |ଯଦି ଆପଣଙ୍କ ପାଖରେ ରାସନ କାର୍ଡ ନାହିଁ ତେବେ ବି ଆପଣ ରାସନ ପାଇ ପାରିବେ | ଏଥିପାଇଁ ଆପଣଙ୍କ ରାସନ କାର୍ଡ ରେ ଆଧାର କାର୍ଡ କିମ୍ବା ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ହୋଇ ଥିବା ନିହାତି ଜରୁରୀ | ଯଦି ଲିଙ୍କ ନାହିଁ ତେବେ ବିନା ରାସନ କାର୍ଡ ରେ ଆପଣ ମାଗଣା ରେ ରାସନ ପାଇ ପାରିବେ ନାହିଁ | ତେବେ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |

ସୂଚନା ଅନୁଯାଇ ଜଣା ପଡ଼ିଛି ଯେ ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ,ୟୁପି, ବିହାର, ଝାଡଖଣ୍ଡରେ ପୂର୍ବରୁ ହିଁ ଲୋକମାନଙ୍କୁ ରାସନ କାର୍ଡ ନଥିଲେ ମଧ୍ୟ ମାଗଣାରେ ରାସନ ଦିଆଯାଉଛି | ବାସ୍ତବରେ ଦେଶର ଅନେକ ରାଜ୍ୟରେ କେନ୍ଦ୍ର ସରକାର ‘ୱାନ ନେସନ ୱାନ ରାସନ କାର୍ଡ ସ୍କିମ’ ଅଧୀନରେ ହିଁ ମାଗଣା ରାସନ ଦେଉଛନ୍ତି | ଏହି ଯୋଜନା ଦିଲ୍ଲୀ ଏନସିଆର ଅଞ୍ଚଳରେ କାର୍ଯ୍ୟକାରୀ ହୋଇଛି ଏବଂ ଏହା ବ୍ୟତୀତ ଏହି ଯୋଜନା ଅନ୍ତର୍ଗତ ଅନେକ ରାଜ୍ୟରେ ମାଗଣାରେ ରାସନ ଦିଆଯାଉଛି ବୋଲି ଜଣା ପଡ଼ିଛି |

 

ତେବେ ସୂଚନା ଅନୁଯାଇ, ‘ୱାନ ନେସନ ୱାନ ରାସନ କାର୍ଡ’ ଯୋଜନା ଅଧୀନରେ ଦିଲ୍ଲୀ ସରକାର ଏହି ନିୟମ କାର୍ଯ୍ୟକାରୀ କରିଛନ୍ତି | ଏହା ଅଧୀନରେ ବର୍ତ୍ତମାନ ରାସନ ବଣ୍ଟନ POS ମାଧ୍ୟମରେ କରାଯିବ, ଯାହାଦ୍ୱାରା କଳା କାରବାର ମଧ୍ୟ ବନ୍ଦ ହୋଇପାରିବ | ତେବେ ଏହି କରୋନା ସମୟ ପର ଠାରୁ କେନ୍ଦ୍ର ସରକାର ରାସନ କାର୍ଡ ବିନା ମଧ୍ୟ ଲୋକ ମାନଙ୍କୁ ମାଗଣା ରେ ରାସନ ଦେଉଛନ୍ତି | ଏହା ସହିତ ୱାନ ନେସନ ୱାନ କାର୍ଡ ଯୋଜନା ମଧ୍ୟ ଲାଗୁ ହୋଇଛି |

ତେବେ ଆପଣଙ୍କ ପାଖରେ ଯଦି ରାସନ କାର୍ଡ ନାହିଁ ଏବଂ ଏହି ରାସନ ର ଲାଭ ଆପଣ ଉଠିବାକୁ ଚାହୁଁଛନ୍ତି ତେବେ ଆଉ ଚିନ୍ତା କରିବାର କୌଣସି କଥା ନାହିଁ, କାରଣ ବର୍ତ୍ତମାନ ବିନା ରାସନ କାର୍ଡ ଦ୍ୱାରା ହିଁ ଆପଣ ଖାଦ୍ୟ ଶସ୍ୟ ପାଇ ପାରିବେ | କିନ୍ତୁ ଏଥିପାଇଁ ଆପଣ ଙ୍କୁ ରାସନ କାର୍ଡ ରେ ଆଧାର କାର୍ଡ କିମ୍ବା ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବା ଦରକାର ନହେଲେ ଏହାର ଫାଇଦା ଆପଣ ଉଠାଇ ପାରିବେ ନାହିଁ | ଏହା ବ୍ୟତୀତ ସରକାର ଅନ୍ୟ ଏକ ସୁବିଧା ଦେଇଛନ୍ତି ଯେ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ଠିକ୍ ନୁହେଁ ତେବେ ଆପଣଙ୍କ ସ୍ଥାନରେ ଅନ୍ୟ କେହି ରାସନ ନେଇପାରିବେ |

 

ଏହା ମଧ୍ୟ ସୂଚନା ମିଳିଛି କି, ଦେଶରେ ନୂଆ ରାସନ କାର୍ଡ ସହିତ ପୁରୁଣା ରାସନ କାର୍ଡ ରେ ନାମ ଯୋଡିବା ଓ କଟ୍ କରିବା କାର୍ଯ୍ୟ ମଧ୍ୟ ଚାଲିଛି | ଏହା ସହିତ ସମସ୍ତ ରାଜ୍ୟରେ ‘ୱାନ ନେସନ ୱାନ ରେସନ କାର୍ଡ’ ଲାଗୁ କରିବା ପାଇଁ ରାସନ କାର୍ଡ ସହ ଆଧାର କାର୍ଡ ଲିଙ୍କ କରାଯାଉଛି | ଏହି ଯୋଜନା ଅଧୀନରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ବିହାର, ଝାଡଖଣ୍ଡ ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ରେ ନିଲମ୍ବନ କାର୍ଡ ମଧ୍ୟ ସମ୍ପୂକ୍ତ ହୋଇଛି | ତେବେ ଆପଣ ଯଦି ଏହି ଲାଭ ଉଠାଇବା ପାଇଁ ଚାହାଁନ୍ତି ତେବେ ତୁରନ୍ତ ଯାଇଁ ଏହିପରି କରନ୍ତୁ |