
Health Tips -କଣ ଆପଣଙ୍କ ପିଲା ସବୁବେଳେ Mobile ଧରୁଛି କି ?ଜାଣନ୍ତୁ ଏହାର ଉପଚାର Dr. Soumya P Thomas ..
ଆଜିର ଦିନରେ ଦେଖିବାକୁ ଗଲେ ପ୍ରାୟ ସମସ୍ତଂକ ହତାରେ ଗୋଟିଏ ଗୋଟିଏ ମୋବାଇଲ। ସକାଳୁ ଉଠିଲା ପାଖରୁ ଶୋଇବା ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍ ସହ ସମୟ ବିତାଉଥିବାର ନଜର ଆସୁଛନ୍ତି। ତେବେ ଏଥିରୁ ଛୋଟ ପିଲା ମଧ୍ୟ ବାଦ ପଡ଼ି ନାହାଁନ୍ତି। ଏମିତି ଦେଖିବାକୁ ଗଲେ ଦିନକୁ ଦିନ ଛୋଟ ପିଲା ମାନେ ମୋବାଇଲ ସହିତ ବେଶି ଜଡ଼ିତ ହୋଇ ଯାଉଛନ୍ତି।
ଯାହା ଫଳରେ ପିଲାଙ୍କ ମାନସିକ ବିକାଶରେ ବାଧା ସୃଷ୍ଟି ହେଉଛି। ମୋବାଇଲର କୁ ପ୍ରଭାବ ପିଲା ମାନଙ୍କ ଉପରେ ଏତେ ମାତ୍ରାରେ ପଡ଼ୁଛି ଯେ ତାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ ମୋବାଇଲ ବହୁଳ ବ୍ୟବହାରକୁ ନେଇ ମାନସିକ ରୋଗ ବିଶେଷଜ୍ଞ ଜିଜ୍ଞାସା ଇପ୍ସିତା ପଟ୍ଟନାୟକ ସେ ବାବଦରେ କଣ କହୁଛନ୍ତି ଆସନ୍ତୁ ଜାଣିବା।
ଆଜିର ଦିନରେ ଲୋକ ମାନେ ମୋବାଇଲକୁ ଦରକାର୍ ଠାରୁ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି ଯେ ସେମାନେ ଖାଇବା ପିଇବା ଭୁଲି ଯାଉଛନ୍ତି। ତେବେ ଛୋଟ ପିଲା ମାନଙ୍କ କଥା ଯଦି ଦେଖିବା ସେମାନେ ଆଉ ପାଠ ନ ପଢି, ଖେଳ କୁଦ ନ କରି, ଗୀତ ନାଚ ନ କରି ମୋବାଇଲରେ ସମୟ ବିତାଉଛନ୍ତି ଯେଉଁଥି ପାଇଁ ସେମାନଙ୍କ ଶାରିରୀକ ଓ ମାନସିକ ବିକାଶରେ ବାଧା ସୃଷ୍ଟି ହେଉଛି।
୧୮ ବର୍ଷ ଯାଏ ପିଲାଙ୍କ ବ୍ରେନରେ ବିକଶିତ ହୋଇଥାଏ। ତେବେ ସେହି ସମୟରେ ପିଲାଟି ଯାହା ଶିଖି ଥାଏ ସେଇଟା ତାର ଅଭ୍ୟାସରେ ପଡି ଯାଉଥାଇ। ଯେମିତିକି ଛୋଟ ବେଳେ ପିଲା ମାନେ ଖାଇବାକୁ ଅଝଟ ହେଲେ ବାପା ମା ମାନେ ତାକୁ ମୋବାଇଲ ଆଣି ଧରେଇ ଦେଉଛନ୍ତି। ତେଣୁ ପିଲାଟି କାଲି ମଧ୍ୟ ସେୟା କରୁଛି ପୁଣି ମା ଆଣି ତାକୁ ମୋବାଇଲ ଧରେଇ ଦେଉଛି ଫଳରେ ଏସବୁ ତାର ଅଭ୍ୟାସରେ ପରିଣତ ହୋଇ ଯାଉଛି। ଏମିତିକି ପିତାମାତା ପିଲାଙ୍କ ସହ ସମୟ ବିତାଇ ପାରୁନାହାନ୍ତି ଆଉ ପିଲା ହତାରେ ମୋବାଇଲ ଧରେଇ ଦେଉଛନ୍ତି ଯାହା ପରବର୍ତ୍ତୀ ସମୟରେ ତାଙ୍କ ଅଭ୍ୟାସରେ ପଡି ଯାଉଛି। ଆଉ ସେମାନେ ମୋବାଇଲ ଅଧିକ ବ୍ୟବହାର କରୁଛନ୍ତି।
ବର୍ଷେ ତଳକୁ ଯେଉଁ ପିଲାମାନେ ରହିଛନ୍ତି ସେମାନଙ୍କୁ ମୋବାଇଲ ଦେଖାଇବା ଆଦୌ ଉଚିତ୍ ନୁହେଁ।୨-୩ ବର୍ଷର ପିଲାଙ୍କୁ ୫-୧୦ ମିନିଟ୍ ମୋବାଇଲ ସ୍କ୍ରିନ ଦେଖାଇ ପାରନ୍ତି କିନ୍ତୁ ତା ଠୁ ଅଧିକ ଆଦୌ ଉଚିତ୍ ନୁହେଁ।କାରଣ ଏହି ସମୟରେ ପିଲାଟି କଥା କହିବା ଶିଖେ। ଓ ଏହି ସମୟରେ ପିଲାର ମେଣ୍ଟାଲ ,ଫିଜିକାଲ ସୋସିଆଲ ଏମିତିକି ଇମୋସନାଲ ଡେଭଲପମେଣ୍ଟ ହୋଇଥାଏ।କିନ୍ତୁ ଏହି ସମୟରେ ପିଲା ମୋବାଇଲ ବ୍ୟବହାର କରେ ତେବେ ଏସବୁ ସେ ଗେନ୍ କରିପାରେ ନାହିଁ।ତେବେ ଆମେ ସମସ୍ତେ ଜାଣିଛେ କି ଛୁଆ ମାନେ ଯାହା ଦେଖନ୍ତି ସେମାନେ ସେୟା କରନ୍ତି। ତେବେ ଜନ୍ମରୁ ୮ ବର୍ଷ ପର୍ଯ୍ୟନ୍ତ ପିଲା ମାନଙ୍କ ଉପରେ ବାପା ମା ମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।