ସବୁ ସମୟ ଖବର ସାଥିରେ

ବିଶ୍ୱ କପ ଖେଳିବାକୁ ଭାରତକୁ ଆସିବନି ପାକିସ୍ତାନ..ମନାକଲା ପିସିସି ମୁଖ୍ୟ ଦେଖନ୍ତୁ VIDEO …

0 3

ଦର୍ଶକ ବନ୍ଧୁ ଖେଳ ହେଉ ବା ଅନ୍ୟକିଛି ଯେତେବେଳେ ପାକିସ୍ତାନର କଥା ଆମେ ଶୁଣୁ ସେତେବେଳେ ଆମ ମନରେ ବିଭିନ୍ନ କଥା ଆସେ | ତେବେ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଜୋର ଚର୍ଚ୍ଚା ଚାଲିଥିବା କୁହାଯାଇଛି | ହଁ ଆଜ୍ଞା ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଏହା ଦେଖା ଯାଇଛି ଯେ ଭାରତରେ ବିଶ୍ୱକପ ଖେଳବନାହିଁ ବୋଲି ପାକିସ୍ତାନ ର ପିସିସି ର ମୁଖ୍ୟ ସିଧା ସଳଖ ମନା କରିଦେଇଛି | ଯାହା କ୍ରିକେଟ ପ୍ରେମୀଙ୍କ ମନରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିବା କୁହାଯାଇଛି | ତେବେ ଆସନ୍ତୁ ଦର୍ଶକ ବନ୍ଧୁ କାହିଁକି ପାକିସ୍ତାନ ବୋର୍ଡ ଏମିତି ନିଷ୍ପତି ନେଇଛି ସେ ବିଷୟରେ ଜାଣିବା |

ତେବେ ମିଳିଥିବା ସୂଚନା ଅନୁଯାୟୀ ଭାରତ ସହିତ ପାକିସ୍ତାନ ବିଶ୍ୱ କପ ଖେଳିବିନାହିଁ ବୋଲି ମନା କରିଛି | ପାକିସ୍ତାନ କହିଛି ଯେ ଯଦି ପାକିସ୍ତାନ ଆମ ସହିତ ଖେଳିବା ପାକିସ୍ତାନ ଆସିବ ତାହାଲେ ଆମେ ମଧ୍ୟ ଭାରତ ରେ ଯାଇ ଖେଳିବୁ ନହେଲେ ନାହିଁ | ପାକିସ୍ତାନ କ୍ରିକେଟ ବୋର୍ଡ ଓ ଭାରତ କ୍ରିକେଟ ବୋର୍ଡ ମଧ୍ୟରେ ଏବେ ଶୀତଳ ଯୁଦ୍ଧ ଚାଲିଛି ବୋଲି କୁହାଯାଇଛି | ତେବେ ଭାରତ ସହିତ ପାକିସ୍ତାନ ତାହାର ସିରିଜ ଖେଳବ ବୋଲି ପ୍ରୟାସ ଜାରିରଖିଥିବା ବେଳେ | ଏହାକୁ ନେଇ ପାକିସ୍ତାନ ଆଇ ଆଇ ସି ପର୍ଯ୍ୟନ୍ତ ଯାଇଥିବା ସୂଚନା ରହିଛି | ହେଲେ ସେଠାରୁ ଖାଲି ହାତରେ ଫେରିଛି ପାକିସ୍ତାନ, ବିସିସିଆଇ ପ୍ରଥମ ରୁ ଏହା ସ୍ପଷ୍ଟ କରିଛି ଯେ | ଆଇଆଇସି ବା ବହୁତ ଦେଶ ସାମିଲ ଥିବା ଟୁର୍ନାମେଣ୍ଟ ଛାଡି ଭାରତ ଆଉ କୌଣସି ମ୍ୟାଚ ପାକିସ୍ତାନ ସହିତ ଖେଳିବ ନାହିଁ | ଏହା ସହିତ ଏହି ସବୁ ଟୁର୍ନାମେଣ୍ଟ ଏକ ନିରପେକ୍ଷ ସ୍ଥାନରେ ହେବା ଆବଶ୍ୟକ ବୋଲି କୁହାଯାଇଛି |

ତେବେ ବିସିସିଆଇ ଏକଥା ମଧ୍ୟ କହିଛନ୍ତି ଯେ ଭାରତ କୌଣସି ବି ପରିସ୍ଥିତିରେ 2023 ରେ ହବାକୁ ଥିବା ଏସିଆ କପ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ | ତେବେ ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ର ଅଧ୍ୟକ୍ଷ ରମିଜ ରାଜା ଙ୍କୁ ବିସିସିଆଇ ସଚିବ ଜୟ ସାହା ଏହା ସ୍ପଷ୍ଟ ଭାବରେ ବୁଝାଇ କହିଛନ୍ତି | ସେଥିପାଇଁ ଏସିଆ କପ କୁ ଏକ ନିରପେକ୍ଷ ସ୍ଥାନରେ ଖେଳିବା ପାଇଁ ବିଚାର କରାଯାଇପାରିବ | ତେବେ ବିସିସିଆଇ ର ଏମିତି ବୟାନ ପରେ ପାକିସ୍ତାନ ରେ ହଂଗାମା ଆରମ୍ଭ ହେଇଛି ବୋଲି ସୂଚନା ମିଳିଛି |

ଆଉ ଏନେଇ ମଧ୍ୟ ପାକିସ୍ତାନ ପିସିସିର ମୁଖ୍ୟ ରମିଜ ରାଜା କହିଛନ୍ତି ଯେ ଆଗକୁ ଆସୁଥିବା 2024 ରେ ଏକ ଦିବସ ବିଶ୍ୱକପ ଭାରତରେ ହେବ ତେଣୁ ପାକିସ୍ତାନ ସେଠାକୁ ଯିବ ନାହିଁ, ପାକିସ୍ତାନ ଏହି ବିଶ୍ୱକପ କୁ ବହିଷ୍କାର କରିବ | ତେବେ ଏହି କଥା ରମିଜ ରାଜା ଏକ ଟିଭି ସାକ୍ଷାତ କାର କହିଥିବା ସୂଚନା ମିଳିଛି | ତେବେ ରମିଜ ରାଜା ଏକଥା ମଧ୍ୟ କହିଛନ୍ତି ଯେ ଆମେ ଏବେ ହାରମାନିବୁ ନାହିଁ ଏହା ପାଇଁ ଆକ୍ରମାଣତ୍ମକ ଭାବ ଜାରି ରହିବ ବୋଲି କହିଛନ୍ତି | ଯାହା ବର୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।