
ହଠାତ ବ୍ୟକ୍ତିଗତ କାରଣ ପାଇଁ ଚର୍ଚ୍ଚାରେ ଥିବା ପ୍ରକୃତି ମିଶ୍ର ବାହାରିଲେ Big Boss ରୁ… ଦେଖନ୍ତୁ Video
ବିଗବସ୍ ଭାରତ ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ। ତେବେ ଆପଣ ମନନୀତ ଜାଣିଥିବେ କି ବିଗବସ୍ ସିଜନ୍-୧୬ ଆରମ୍ଭ ହୋଇ ସାରିଛି।ବିଗବସ୍ ସିଜନ୍-୧୬ ମଧ୍ୟ ସୁପରଷ୍ଟାର ସଲମାନ୍ ଖାନ୍ ଉପସ୍ଥାପନା କରୁଛନ୍ତି। ଦର୍ଶକମାନେ ମଧ୍ୟ ବିଗବସ୍ ସିଜନ୍-୧୬ ଏକ୍ସସାଇଟେଡ ହୋଇ ରହିଛନ୍ତି।ଏଥର ସୋ ରେ କାହା ଗେମ୍ ରହିବ ରୋମାଞ୍ଚପୂର୍ଣ୍ଣ । କେଉଁ ପ୍ରତିଯୋଗୀଙ୍କ ଗେମ୍ ସୋ ର ଟିଆର୍ପିକୁ ବଢ଼ାଇବ ତାକୁ ନେଇ ଆରମ୍ଭ ହୋଇ ଯାଉଛି କଳ୍ପନା ଜଳ୍ପନା।
ତେବେ ଗତକିଛି ଦିନ ଧରି ବିଗବସ୍ ସିଜନ୍-୧୬ ମୁମ୍ବାଇରେ ରହୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା। ଯେଉଁ ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ପଡ଼ି ଯାଇଛି। ହଁ ଆଜ୍ଞା ଆମେ ଏଠାରେ କହି ରଖୁଛୁ ଲୋକପ୍ରିୟ ରିଆଲିଟି ସୋ ବିଗବସ୍ ସିଜନ୍-୧୬ ରୁ ଦୂରେଇ ଯାଇଛନ୍ତି ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର।ବିଗବସ୍ ସିଜନ୍-୧୬ ନଜର ଆସିବେନି ପ୍ରକୃତି ମିଶ୍ର। ଯାହାକୁ ନେଇ ବର୍ତ୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି।
ଏମିତିକି ଜାତୀୟ ଗଣ ମାଧ୍ୟମରେ ବିଗବସ୍ ସିଜନ୍-୧୬ କୁ ନେଇ ଯେଉଁ ଖବର ପ୍ରକାଶ ପାଇଛି ସେଥିରେ ବି ପ୍ରକୃତି ମିଶ୍ରଙ୍କ ନା ନାହିଁ। କାରଣ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରକୃତି ମିଶ୍ର କିଛି ବ୍ୟକ୍ତିଗତ କାରଣକୁ ପାଇଁ ଏଥର ବିଗବସ୍ ରେ ସାମିଲ ହୋଇ ନାହାଁନ୍ତି। ହୁଏତ ସେ ଆସନ୍ତା ଥରକୁ ଯାଇ ପାରନ୍ତି। ବର୍ତ୍ତମାନ ପ୍ରକୃତି ମୁମ୍ବାଇରେ ରହି ଚଳଚ୍ଚିତ୍ର ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ଆଗକୁ ତାଙ୍କର ଆଉ ଆଗକୁ ତାଙ୍କର ଏକ ହିନ୍ଦୀ ସିନେମା ଆସିବାକୁ ଯାଉଛି। ଯେଉଁ କାରଣରୁ ସେ ଖୁବ୍ ବ୍ୟସ୍ତ ରହୁଛନ୍ତି। ସେଥିପାଇଁ ସେ ଭାରତ ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ ବିଗବସ୍ ରୁ ଦୂରେଇ ଯାଇଛନ୍ତି।
କେବଳ ଦିନ୍ଦୀ ସିନେମା ନୁହେଁ ବରଂ ୱେବ୍ ସିରିଜ୍ ରେ ମଧ୍ୟ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ଗତକିଛି ଦିନ ତଳେ ନିଜର ବ୍ୟକ୍ତିଗତ କାରଣ ପାଇଁ ପ୍ରକୃତି ଚର୍ଚ୍ଚାର ବିଷୟ ପାଲଟି ଥିଲେ ଏବଂ ବିବାଦ ଘେରରେ ରହିଥିଲେ। କିନ୍ତୁ ବିଗବସ୍ ସିଜନ୍-୧୬ ରେ ନଜର ଆସିବା ଖବର ପ୍ରକାଶ ପାଇବା ପରେ ଦର୍ଶକ ଅପେକ୍ଷା କରିଥିଲେ ବିଗବସ୍ ହାଉସ ରେ ପ୍ରକୃତିକୁ ଦେଖିବା ପାଇଁ କିନ୍ତୁ ଏବେ ସବୁ ଅପେକ୍ଷାର ପୂର୍ଣ୍ଣଛେଦ ପଡ଼ିଛି। ବିଗବସ୍ ସିଜନ୍-୧୬ ରେ ନଜର ଆସିବେନି ପ୍ରକୃତି ମିଶ୍ର। ତେବେ ପୂର୍ବରୁ ମଧ୍ୟ ରିଅଲିଟି ଶୋ’ ‘ଏସ୍ ଅଫ୍ ସ୍ପେସ୍-୨’ ଓ‘ଇଣ୍ଡିଆଜ୍ ବେଷ୍ଟ ସିନେଷ୍ଟାର୍ସ କି ଖୋଜ୍’ ରେ ସାମିଲ ହୋଇଥିଲେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।