ସବୁ ସମୟ ଖବର ସାଥିରେ

Femily Tips – ମଥାରେ ସିନ୍ଦୁର ଲଗାଇବାର ସଠିକ ନିୟମ, ପ୍ରତ୍ୟେକ ବିବାହିତା ମହିଳା ମାନେ ନିଶ୍ଚୟ ଜାଣି ରଖନ୍ତୁ, ନଚେତ ଘରେ ସବୁବେଳେ ଅଭାବି ଲାଗି ରହିବ

0 10

ସିନ୍ଦୂର ହେଉଛି ସବୁଠାରୁ ପବିତ୍ର ଏବଂ ଏକ ମହାନ ଜିନିଷ ହୋଇଥାଏ। ବିବାହ କାର୍ଯ୍ୟରେ ଏହାକୁ ଶ୍ରେଷ୍ଠ ମାନ୍ୟତା ଦିଆ ଯାଇଛି। ମହିଳା ମାନଙ୍କ ମଥାର ସିନ୍ଦୂରରୁ ହିଁ ପରିଚୟ ମିଳିଥାଏ କି ସେହି ନାରୀ ସାଧବା କି ସଧବା ନୁହଁନ୍ତି। ସଧବା ନାରୀ ମାନେ ଏହି ସିନ୍ଦୂର ନିଜ ସ୍ୱାମୀର ମଙ୍ଗଳ ମନାସି ସିନ୍ଥିରେ ଲଗାଇ ଥାନ୍ତି। ସ୍ତ୍ରୀର ସିନ୍ଥିର ସିନ୍ଦୂରର ମହତ୍ତ୍ୱ ଖୁବ୍ ଅଧିକ ରହିଥାଏ। ତେବେ ଯଦି ସ୍ତ୍ରୀ ପିନ୍ଧିଥିବା ସିନ୍ଦୂର କୁ ଭୁଲ ଭାବରେ ପିନ୍ଧି ଥାଏ ତେବେ ସ୍ବାମୀ ପ୍ରତି ବିପଦ ମାଡ଼ି ଆସିଥାଏ ସ୍ୱାମୀର ଅମଙ୍ଗଳ ହୋଇଥାଏ।
ତେବେ ଏହି ସିନ୍ଦୂରକୁ ସିନ୍ଥିରେ ନାଇବାରେ କିଛି ନୀୟମ ରହିଛି ଯାହା ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ। ତେବେ ଆସନ୍ତୁ ଜାଣିବା କଣ ରହିଛି ସିନ୍ଦୂର ପିନ୍ଧିବାର ସଠିକ ନିୟମ।

୧.ସିନ୍ଦୂର ବିଧି ବିଧାନ ଏହା କୁହେକି ସ୍ତ୍ରୀ ସିନ୍ଥିରେ ଯେତେ ଲମ୍ବା ସିନ୍ଦୂର ଲାଗିଥାଏ ସେହି ସ୍ୱାମୀର ସମାଜରେ ତାଙ୍କର ମାନ ସମ୍ମାନ ବୃଦ୍ଧି ପାଇଥାଏ ରୋଜଗାର ମଧ୍ୟ ବୃଦ୍ଧି ପାଇଥାଏ। ଏବଂ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟ ମଜବୁତ୍ ରହିଥାଏ ଏବଂ ଭଲ ପାଇବା ବଢ଼ିଥାଏ। ତେଣୁ ଆପଣ ସର୍ବଦା ଲମ୍ବା ସିନ୍ଦୂରକୁ ନିଜ ସିନ୍ଥିରେ ଲଗାନ୍ତୁ।

୨. ତେବେ ସିନ୍ଦୂର ସର୍ବଦା ସିନ୍ଥି ର ମଝିରେ ଲଗାଇବା ଆବଶ୍ୟକ ଯାହା ଦ୍ଵାରା ସ୍ୱାମୀର ମଙ୍ଗଳ ହୋଇଥାଏ।
୩. ଯେଉଁ ନାରୀ ନିଜ ଚୁଟି ଭିତରେ ସିନ୍ଦୂରକୁ ଲୁଚାଇ ପିନ୍ଧିଥାଏ ସେହି ସ୍ୱାମୀର ମାନସମ୍ମାନ ଉପରେ ଆଞ୍ଚ ଆସିଥାଏ। ବୈବାହିକ ଜୀବନରେ ଅନେକ ବାଧା ତିଆରି ହେଇଥାଏ।
୪. ଯେଉଁ ନାରୀ ସାଇଡ ସିନ୍ଥା କାଢି ସିନ୍ଦୂର୍ ନାଇଥାନ୍ତି ତାଙ୍କ ସମ୍ପର୍କରେ ଦୂରତ୍ବ ବଢିଥାଏ। ଦୁହିଁଙ୍କ ମଧ୍ୟରେ ବିଭିନ୍ନ କଥାକୁ ନେଇ ସର୍ବଦା ଝଗଡ଼ା ହୋଇଥାଏ। ଦୁହେଁ ଦୁହିଁଙ୍କ ପାଖରୁ ଦୂରେଇ ମଧ୍ୟ ଯାଇଥାନ୍ତି।

୫. ଯେହେତୁ ସିନ୍ଦୂର ଏକ ପବିତ୍ର ଜିନିଷ ତେଣୁ ଏହାକୁ ଅପବିତ୍ର ସମୟରେ ଲଗାଇବା ଉଚିତ୍ ହୋଇ ନଥାଏ। ତେଣୁ ପିରିୟଡ଼ ଚାଲିଥିବା ସମୟରେ ସିନ୍ଦୂରକୁ କେବେ ହେଲେ ଲଗାନ୍ତୁ ନାହିଁ ଏବଂ ଯେଉଁ ନାରୀ ମାନେ ସନ୍ତାନ ଜନ୍ମ ଦେଇଛନ୍ତି ସେମାନେ ଶୁଦ୍ଧପୁତ ହେବା ପରେ ସିନ୍ଦୂର ନାଇବା ଉଚିତ୍ ହୋଇଥାଏ।

୬.ସିନ୍ଦୁରକୁ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଅନାମିକା ଆଙ୍ଗୁଳିରେ ଲଗାନ୍ତୁ ଏବଂ ଓଢୋଣି ଢାଙ୍କି ଲଗାନ୍ତୁ। ଦକ୍ଷିଣ ଦିଗକୁ ମୁଁହ କରି ସିନ୍ଦୂର ନାଇବା ଅନୁଚିତ୍ ହୋଇଥାଏ। ଏହା ଦ୍ବାରା ସ୍ୱାମୀର ବଡ କ୍ଷତି ହେବାର ଆଶଙ୍କା ରହିଥାଏ।୭. ସିନ୍ଦୂର ପଡ଼ିବା ଆଦୌ ଶୁଭ ସଂକେତ ନୁହେଁ ତେଣୁ ସିନ୍ଦୂରକୁ ସର୍ବଦା ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଆଉ ଯଦି ସିନ୍ଦୂର ପଡ଼ି ଯାଉଛିତେବେ କପଡ଼ାରେ ପୋଛି ଭଲକରି ସଫା କରି ନେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।