ସବୁ ସମୟ ଖବର ସାଥିରେ

ବିବାହ ପୂର୍ବରୁ ପ୍ରେଗ୍ନେଣ୍ଟ ହେଇକି ଓଡ଼ିଶାରେ କଣ ସବୁ ହେଉଛି ସେ ଦେଖୁନାହାନ୍ତି କି ..ଝିଅମାନେ କଣ ବେଶ୍ୟା, ଏହି ଝିଅ ଜଣକ କହିଲେ ଏମିତି… ଦେଖନ୍ତୁ Video

0 8

ବିବାଦ ଘେରରେ ବଲିଉଡ୍ ଅଭିନେତ୍ରୀ ଜୟା ବଚ୍ଚନ।ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଅଭିନେତ୍ରୀ ହେଲେ ଜୟା ବଚ୍ଚନ ନିଜର ଅଭିନୟ ପାଇଁ ନୁହେଁ କି ନିଜର ରାଜନୈତିକ ଜୀବନକୁ ନେଇ ନୁହେଁ ବରଂ ବିବାହ ପୂର୍ବର ରିଲେସନସିପ୍‌କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି। ବିବାହ ପୂର୍ବରୁ ମାତୃତ୍ୱ ଲାଭକୁ ଗ୍ରହଣ କରିବା ପାଇଁ ଉପଦେଶ ଦେଇ ବିବାଦ ଘେରରେ ରହିଛନ୍ତି ଅଭିନେତ୍ରୀ ଜୟା ବଚ୍ଚନ।ବିବାହ ନକରି ଆଗୁଆ ମାଆ ହେଲେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଜୟା ବଚ୍ଚନ।
ତେବେ ଜୟା ବଚ୍ଚନଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ଫ୍ୟାନସ୍। ତାଙ୍କର ଏହି ବିବାଦୀୟ ମନ୍ତବ୍ୟକୁ ନେଇ ସାଧାରଣରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଜୟାଙ୍କ ଏପରି ଏକ ଏକ ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ଅନେକ ମତ ଦେଉଛନ୍ତି। ଯେହେତୁ ଜୟା ବଚ୍ଚନ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ସେ ଜଣେ ଅଭିନେତ୍ରୀ ସେଲିବ୍ରେଟି ତଥା ଜଣେ ସାଂସଦ ମଧ୍ୟ ତେଣୁ ଜୟାଙ୍କ ବଚ୍ଚନଙ୍କ ଠାରୁ ଏପରି ମନ୍ତବ୍ୟ ଆଶା କରାଯାଇ ନପାରେ ବୋଲି ଅନେକ ମତ ରଖିଛନ୍ତି। ଅଭିନେତ୍ରୀ ଜୟା ବଚ୍ଚନଙ୍କ ଏପରି ମନ୍ତବ୍ୟ ସମାଜ ଉପରେ ଏବଂ ଆଜିର ଯୁବପିଢି ମାନଙ୍କ ଉପରେ କୁ ପ୍ରଭାବ ପକାଉଛି ବୋଲି ଅନେକ ପ୍ରତିକ୍ରିୟା ରଖିଛନ୍ତି।

ତେବେ ଜୟାଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ଭଏସ ଆର୍ଟିଷ୍ଟ ପୂଜା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।ଆସନ୍ତୁ ଜାଣିବା କଣ କହୁଛନ୍ତି ଭଏସ ଆର୍ଟିଷ୍ଟ ପୂଜା। ପୂଜାଙ୍କ କହିବା ଅନୁଯାୟୀ ଜୟା ବଚ୍ଚନଙ୍କ ଏହି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ତାଙ୍କ କହିବା ଅନୁଯାୟୀ ଭାରତ ହେଉଛି ସନାତନ ଧର୍ମ ହିନ୍ଦୁ ଧର୍ମ ଭିତ୍ତିକ ରାଷ୍ଟ୍ର। ଆଉ ଜୟା ବଚ୍ଚନ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେ ସବୁ ଆମ ସଂସ୍କୃତିର ବାହାରେ।

ତେବେ ଜୟା ବଚ୍ଚନ ଏତେ ବଡ ସେଲିବ୍ରେଟି ଜଣେ ରାଜନୀତିଜ୍ଞ ଓ ଏତେ ଟାଲେଣ୍ଟେଡ୍ ବ୍ୟକ୍ତିତ୍ଵ ହୋଇ ନିଜ ନାତୁଣୀ ଏବଂ ଭାରତର କୋଟି କୋଟି ଝିଅମାନଙ୍କୁ ଏହି ଉପଦେଶ ଦେଉଛନ୍ତି କି ସେମାନେ ଲିଭିନ୍ ରେ ରହିପାରିବେ ଆଉ ପ୍ରେଗ୍ନେଟ୍ ହେବା ପରେ ଆଭୋର୍ସନ୍ କରି ପାରିବେ। ଯାହା ସମାଜ ପାଇଁ ଏକ ନିନ୍ଦନୀୟ ଉପଦେଶ ଯାହାକି ଆଦୌ ଗ୍ରହଣୀୟ ନୁହେଁ।ତେବେ ଜୟା ବଚ୍ଚନଙ୍କ ବିରୁଦ୍ଧରେ ସମସ୍ତେ ସ୍ୱର ଉତ୍ତୋଳନ କରିବା ନିହାତି ଦରକାର ଏବଂ ଜୟା ବଚ୍ଚନଙ୍କ ଏପରି ମନ୍ତବ୍ୟ ପାଇଁ ସେ ସମସ୍ତଙ୍କୁ କ୍ଷମା ମାଗିବା ଦରକାର୍। ଏବଂ ଯେଉଁମାନେ ଜୟାଙ୍କ ଏହି ମନ୍ତବ୍ୟକୁ ସପୋର୍ଟ କରୁଛନ୍ତି ସେମାନେ ଅପ ସଂସ୍କୃତିକୁ ପ୍ରଶୟ ଦେଉଛନ୍ତି ବୋଲି ପୂଜା କହିଛନ୍ତି। ତେବେ ପୂଜାଙ୍କ ଏହି ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।