
jyotish Shstra –ଭୁଲରେ ବି ପୂଜା ଘରେ ରଖନ୍ତୁ ନାହିଁ ଏହି ଜିନିଷ ,ନଚେତ ହେବ ଅଚାନକ ହେବ ମୃତ୍ୟୁ….
ହିନ୍ଦୁ ଧର୍ମରେ ପ୍ରତିଦିନ ଦେବୀ ଦେବତା ମାନଙ୍କର ପୂଜା କରିବାର ବିଧାନ ରହିଛି । ଆଉ ସେଥି ପାଇଁ ସମସ୍ତେ ନିଜ ଘର ଭିତରେ ଛୋଟ ଠାକୁର୍ ଘର୍ ଟିଏ ନିଶ୍ଚିତ ଭାବେ କରିଥାନ୍ତି। ଏହି ଘରେ ଆମେ ପୂଜା କରବା ପାଇଁ ବିଭିନ୍ନ ଦେବା-ଦେବୀଙ୍କ ମୂର୍ତ୍ତି ,ପୂଜା ସାମଗ୍ରୀ ସହ ଅନ୍ୟ କିଛି ଜିନିଷ ମଧ୍ୟ ରଖିଥାଉ। ତେବେ ଆମ ଶାସ୍ତ୍ର ଅନୁଯାୟୀ ପୂଜା ଘର ଭିତରେ କିଛି ସାମଗ୍ରୀ ରଖିବା ଅତ୍ୟନ୍ତ ଶୁଭ ହୋଇଥିବା ବେଳେ ଆଉ କିଛି ଏଭଳି ସାମଗ୍ରୀ ରହିଛି ଯାହାକୁ ପୂଜା ଘର ଭିତରେ ରଖିବା ଖୁବ୍ ଅଶୁଭ ମାନା ଯାଇଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଜିନିଷ ବିଷୟରେ ଯାହାକୁ କିଛି ଲୋକେ ଅଜାଣତରେ ତାଙ୍କ ପୂଜା ଘର ମଧ୍ୟରେ ରଖି ଦିଅନ୍ତି। ତେବେ ଆସନ୍ତୁ ଜାଣିବା ପୂଜା ଘର ଭିତରେ କଣ ରଖିବା ଉଚିତ୍ ଏବଂ କେଉଁ ଜିନିଷ ରଖିବା ଆଦୌ ଉଚିତ୍ ନୁହେଁ।
ପୂଜା ଘର ଭିତରେ କେଉଁ ଜିନିଷ ରଖିବା ଉଚିତ:-
୧. ଦୀପ ଏବଂ ଧୂପକାଠି:-ଭାରତର ପରମ୍ପରା ମାଟି ସହିତ ଜଡ଼ିତ ତେଣୁ ପୂଜା ଘରେ ମାଟି ନିର୍ମିତ ଦୀପ ରହିବା ନିହାତି ଜରୁରୀ। ଯଦି ଆପଣ ମାଟି ଦୀପ ନ ରଖି ପାରିବେ ତେବେ ତମ୍ବାରେ ତିଆରି ଦୀପ ମଧ୍ୟ ରଖି ପାରିବେ।
୨. ସ୍ୱସ୍ତିକ ଚିହ୍ନ:-ସ୍ୱସ୍ତିକ ଚିହ୍ନ ପ୍ରତ୍ୟେକ ପୂଜା ଘର ମଧ୍ୟରେ ରହିବା ଆବଶ୍ୟକ। କାରଣ ସ୍ୱସ୍ତିକ ଚିହ୍ନକୁ ସୁଖ ସମୃଦ୍ଧି ଶାନ୍ତି ସୌଭାଗ୍ୟର ପ୍ରତୀକ ମାନା ଯାଇଥାଏ।୩. କଳସ:-କଳସ ହେଉଛି ସୁଖ ସମୃଦ୍ଧିର ପ୍ରତୀକ ଏଥି ନିମନ୍ତେ ପୂଜା ଘର ଭିତରେ କଳସ ରହିବା ଅତ୍ୟନ୍ତ ଶୁଭ ବିବେଚନା କରା ଯାଇଥାଏ।୪. ଶଙ୍ଖ:-ଶଙ୍ଖ ଠାକୁର୍ ଘରେ ରହିବା ଖୁବ୍ ଶୁଭ ହୋଇଥାଏ।ଶଙ୍ଖ ମା ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ। ତେଣୁ ଶଙ୍ଖ ଘରେ ରହିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ କୃପାରୁ ଘରେ ଧନର ଅଭାବ ରହିନଥାଏ।
୫. ଘଣ୍ଟି:-ଘଣ୍ଟି ବାଜିଲେ ଆଖପାଖର ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। ଏଥି ସହିତ ସୁଖ ସମୃଦ୍ଧିର ଦ୍ଵାର ଖୋଲିବାକୁ ଲାଗିଥାଏ ତେଣୁ ଘଣ୍ଟି ପୂଜା ଘରେ ନିହାତି ରଖନ୍ତୁ।
ପୂଜା ଘରେ କେଉଁ ଜିନିଷ ରଖିବା ଉଚିତ୍ ନୁହେଁ:-୧.ଗଣେଶ ମୂର୍ତ୍ତି:-ଗଣେଶଙ୍କ ବିଷମ ସଂଖ୍ୟାର ମୂର୍ତ୍ତି ପୂଜା ଘରେ ରଖିବା ଆଦୌ ଉଚିତ୍ ନୁହେଁ।୨. ଭାଙ୍ଗିଥିବା ଚାଉଳ:-ପୂଜା ଘରେ କେବେ ଭାଙ୍ଗିଥିବା ଚାଉଳ ଓ ପୁରୁଣା ଚାଉଳ ରଖନ୍ତୁ ନାହିଁ। ଏହା ନକାରାତ୍ମକ ଉର୍ଜାକୁ ଆଣିଥାଏ।୩.ପୂର୍ବଜନଙ୍କ ଫୋଟ:-ପୂଜା ଘର ଭିତରେ ପୂର୍ବଜନଙ୍କ ଫୋଟ ଆଦୌ ରଖନ୍ତୁ ନାହିଁ ଏହା ଦ୍ଵାର ଘରର ଅମଙ୍ଗଳ ହୋଇଥାଏ।