ସବୁ ସମୟ ଖବର ସାଥିରେ

ଦେଖନ୍ତୁ viral ଭିଡିଓ -ଭୁବନେଶ୍ୱରେ ପହଞ୍ଚିଲେ ଦୀପିକା , ନିଜ ଓ ନିଜ ପୁଅ ପାଇଁ ନ୍ୟାୟ ମାଗିବେ ଦୀପିକା….ଦେଖନ୍ତୁ Video କଣ କହୁଛନ୍ତି Dipika

0 10

ଗଞ୍ଜାମ ଛାଡ଼ି ରାଜଧାନୀ ଭୁବନେଶ୍ଵରରେ ପହଁଚିଲେ ଦୀପିକା।ବ୍ରହ୍ମପୁର ଦୀପିକା-ଦିନେଶ ବିବାଦ ମାମଲା ଏବେ ଯାଇ ପହଁଚିଛି ରାଜଧାନୀ ଭୁବନେଶ୍ଵରରେ। ନିଜ ପୁଅକୁ ନ୍ୟାୟ ଦେବା ପାଇଁ ଦୀପିକା ପହଁଚି ଛନ୍ତି ଭୁବନେଶ୍ଵର ରେ।ଦୀପିକା-ଦିନେଶ ପ୍ରେମ ସଂପର୍କକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ଲାଗି ରହିଛି। ଆଉ ଏହି ସମୟରେ ଦୀପିକା ଗଞ୍ଜାମ ଛାଡ଼ି ରାଜଧାନୀ ଭୁବନେଶ୍ଵରରେ ଯାଇ ପହଁଚି ଛନ୍ତି।
ତେବେ ସୂଚନା ମୁତାବକ ବ୍ରହ୍ମପୁର ଦେଶୀ ବେହେରା ସାହିରେ ସ୍ତ୍ରୀ’ର ହକ ଓ ନିଜ ପୁଅକୁ ଦୀନେଶର ବାପା ପରିଚୟ ଦାବିରେ ଧାରଣାରେ ବସିଥିଲେ ଦୀପିକା ଦୀପିକା।ଗତ ୨ ତାରିଖରୁ ଦୀନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦୀପିକାଙ୍କୁ ନ୍ୟାୟ ମିଳି ପାରି ନାହିଁ। କିନ୍ତୁ ପୁଅକୁ ନ୍ୟାୟ ଦାବିରେ ଧାରଣା ବସି ରହିଛନ୍ତି ଦୀପିକା । ସେପଟେ ଦୀନେଶଙ୍କ ପରିବାର ବର୍ଗ ଘର ଫାଟକରେ ତାଲା ପକାଇ କୁଆଡ଼େ ଚାଲି ଯାଇଛନ୍ତି। ତଥାପି ହାର ମାନି ନାହାଁନ୍ତି ଦୀପିକା। ପୁଅକୁ ହକ ଦେବା ପାଇଁ ଯାଇ ପହଁଚି ଛନ୍ତି ରାଜଧାନୀ ଭୁବନେଶ୍ଵରରେ। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

ତେବେ ଏବେ ଆଉ ଗଞ୍ଜାମରେ ଧାରଣା ଦେବେ ନାହିଁ ଦୀପିକା। ଏବେ ଗଞ୍ଜାମର ସ୍ୱର୍ ଯାଇ ସୁଭିବ ଭୁବନେଶ୍ୱର ରେ। ଏବେ ଗଞ୍ଜାମର ସ୍ଵର୍ ଭୁବନେଶ୍ୱର ପର୍ଯ୍ୟନ୍ତ ବ୍ୟାପି ଯାଇଛି। ହଁ ଆଜ୍ଞା ମନ ନେଲା ଧନ ନେଲା ଏମିତିକି ଭୋଡ଼ାଫୋନ କୁକୁର ମଧ୍ୟ ନେଲା। ହେଲେ କୂଳରେ ଛୁଆ ଦେଇ ପର କରି ଚାଲିଗଲା। ଆଉ ନ୍ୟାୟ ପାଇବା ପାଇଁ ପ୍ରେମିକର ଘର ଆଗରେ ଯାଇ ଧାରଣା ଦେଲେ ଦୀପିକା। ଦିନେକି ଦୁଇ ଦିନ ନୁହେଁ ଏମିତି ପାଖାପାଖି ୫୯ ଦିନ ଧାରଣାରେ ବସି ରହିଥିଲେ ଦୀପିକା। କିନ୍ତୁ କେହି ବି ଦୀପିକାଙ୍କ କଥା ଶୁଣି ନଥିଲେ।
ଓଲଟି ଧାରଣାରେ ବସି ମଧ୍ୟ ଦୀପିକା ସହି ଆସୁଥିଲେ ନାନା ପ୍ରକାର ଅତ୍ୟାଚାର। କେତେବେଳେ ଶାଶୁଘର ଲୋକେ ଦୀପିକା ବସିଥିବା ଧାରଣା ସ୍ଥଳକୁ ଚିକେନ ମଟନ ଖାଇ କଣ୍ଟା ଫୋପାଡୁ ଥିଲେ ତ ଆଉ କେତେବେଳେ ଦୀପିକା ସ୍ଵଚ୍ଛ ହେବାପାଇଁ ଗଲେ ତାଙ୍କ ଜିନିଷ ପତ୍ର କୁ ନାଳକୁ ଫୋପାଡି ଦେଉଥିଲେ। ଏମିତିକି ଦୀପିକଙ୍କ ରଖିଥିବା ପରିବା ପତ୍ରକୁ ନଷ୍ଟ କରିବା ପାଇଁ ତା ଉପରେ ଗରମ ପାଣି ଓ ସର୍ପପାଣି ମଧ୍ୟ ପକାଇବା ପାଇଁ ପଛାଉ ନାହାଁନ୍ତି। କିନ୍ତୁ ଏ ସବୁ ଆଉ ହେବାକୁ ଦେବେନି ଦୀପିକା।

ସେଥି ପାଇଁ ତ ଦୀପିକା ଗଞ୍ଜାମ ଛାଡି ଆଜି ସକାଳୁ ସକାଳୁ ଯାଇ ପହଁଚି ଛନ୍ତି ଭୁବନେଶ୍ଵରରେ। ଆଉ ନିଜକୁ ନିଜେ ନ୍ୟାୟ ଦେବା ପାଇଁ ଭୁବନେଶ୍ବରରେ କଣ କଣ ସବୁ କରୁଛନ୍ତି ଦୀପିକା ତା ଉପରେ ସମସ୍ତଂକର ନଜର ରହିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।