ସବୁ ସମୟ ଖବର ସାଥିରେ

ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଥିବା ପାର୍କିଂ ଷ୍ଟାଣ୍ଡର . ..ଲୋକ ଗାଡିରଖି ଯାଉଛନ୍ତି ଆଉ ଫେରୁନାହଁନ୍ତି ପୁରା ଘଟଣା ଶୁଣିଲେ ଆପଣଙ୍କ ହୋସ ଉଡିଯିବ 1Milion +View

0 20

ରାଜଧାନୀ ଭୁବନେଶ୍ବର, ଯାହାକି ସ୍ମାଟ ସିଟି ଭାବରେ ବେଶ ପରିଚିତ ଅଟେ, କିନ୍ତୁ ଏହି ରାଜଧାନୀ ର ଏହିପରି ଏକ ଦୃଶ୍ୟ ରେ ଆମେ ଆପଣ ଙ୍କୁ ଦେଖାଇବୁ ଯାହା ଦେଖିଲେ ଆପଣ ଙ୍କୁ ଟିକେ ଧକ୍କା ଲାଗିବ। ଆଉ ଆପଣ ମଧ୍ୟ ଦ୍ୱନ୍ଦ ରେ ପଡିଯିବ ରାଜଧାନୀ ର ଏହି ପରିସ୍ଥିତି ତଥା ରୂପ କୁ ଦେଖିକି ଯାହା ଆପଣ ଆଗରୁ କେବେ ବି ଦେଖି ନଥିବେ ନିଶ୍ଚିତ। ତେବେ ଏହି ଦୃଶ୍ୟ ଟି ହେଉଛି ଭୁବନେଶ୍ୱର ର ରେଳ ଷ୍ଟେସନ ର ପାର୍କିଂ ଷ୍ଟାଣ୍ଡ ର ଯାହା ର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି। ତେବେ ଆସନ୍ତୁ ଜାଣିବା ସମ୍ପର୍ଣ୍ଣ ଘଟଣା ଟି ବିଷୟରେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ରାଜଧାନୀ ଭୁବନେଶ୍ବର ର ରେଳ ଷ୍ଟେସନ ର ପାର୍କିଂ ଷ୍ଟାଣ୍ଡ ଯେଉଁ ଥିରେ ଗାଡି ଗୁଡିକ ଏହିପରି ଅନାଥ ଅବସ୍ଥାରେ ପଡିଛନ୍ତି ଯାହା ଦେଖିଲେ ବିଶ୍ୱାସ କରିବା ଅତ୍ୟନ୍ତ କଷ୍ଟକର ଅଟେ। କେଉଁ ଗାଡି ରେ ଧୂଳି ଜମିଯାଇଛି ତ କାହାକୁ କଳଙ୍କି ଲାଗିଲାନି ଆଉ କେଉଁ କେଉଁ ଗାଡି ଭାଙ୍ଗି ରୁଜି ଗଲାଣି ଯେ ନମ୍ବର ପ୍ଲେଟ ବି ଦେଖା ଯାଉ ନାହିଁ। ଆଉ ଏହି ପାର୍କିଂ ଏରିଆ ର ଯିଏ ମାଲିକ ସେ ଯାହା କହୁଛନ୍ତି ତାହା ଜାଣି ସବୁ ଆଶ୍ଚର୍ଯ୍ୟ ଚକିତ।

ତେବେ ଏହି ରେଳ ଷ୍ଟେସନ ର ଏହା ହେଉଛି ପାର୍କିଂ ଏରିଆ ଯେଉଁ ଠାରେ ଲୋକମାନେ ଟ୍ରେନ ଯାତ୍ରା କରିବା ପାଇଁ ଆସିଲେ ନିଜ ବାଇକ ଓ ସାଇକେଲ ସେହି ଠାରେ ରଖି ଥାନ୍ତି ଏବଂ ଟିକେଟ ନେଇ ନିଜ ଯାତ୍ରା ରେ ଯାଇଥାନ୍ତି। ଆଉ ଟ୍ରେନ ଯାତ୍ରା ରୁ ଫେରିବା ପରେ ପୁଣି ଟିକେଟ ଦେଖାଇ ଓ ତାଙ୍କର ଟଙ୍କା ଦେଇ ନିଜ ବାଇକ କିମ୍ବା ସାଇକେଲ କୁ ନେଇ ଯାଇଥାନ୍ତି। ତେବେ ଲୋକଙ୍କ କହିବା ଅନୁସାରେ ସେଠାରେ ଯିଏ ଗାଡି ରହିବ ତାକୁ ପ୍ରତି ଦିନ ପାଇଁ ୧୨ ଟଙ୍କା ଲେଖାଏଁ ଦେବାକୁ ହେବ ଆଉ ଯେତେ ଦିନ ରହିବା ସେତିକି ଟଙ୍କା ଦେବ ସେ।


ଆଉ ସେମାନେ ନିଜ ବାଇକ କିମ୍ବା ସାଇକେଲ ରଖିବା ବେଳେ କେବଳ ଟିକେଟ ନିଅନ୍ତି ଏହା ବଦଳ ରେ ତାଙ୍କୁ କୌଣସି ଆଇଡି ପୃଫ ଦେବା କୁ ପଡେ ନାହିଁ। ଆଉ ଏବେ ଯେଉଁ ଗାଡି ସବୁ ଅଧା ଭଙ୍ଗା ରୁଜା ହୋଇ ପଡିଛନ୍ତି ସେହି ଲୋକଙ୍କ ର ଟିକେଟ ମୁଲ୍ୟ ଗାଡି ମୁଲ୍ୟ ଠାରୁ ବି ଅଧିକ ହୋଇଯାଇଛି ତେଣୁ ସେମାନେ ନିଜ ଗାଡି ନେଉ ନାହାନ୍ତି ।ଆଉ ଗାଡି ଗୁଡ଼ିକ ସବୁ ବାପ ମା ଛଉଣ୍ଡ ହୋଇ ସେମିତି ପଡିରହିଛନ୍ତି। ତେବେ ବ୍ୟକ୍ତି ଜଣଙ୍କ କହିଛନ୍ତି କି ବିନା ଆଇଡ଼ି ରେ ଗାଡି ଦେବା ଠିକ ନୁହେଁ ମାତ୍ର ସେମିତି କୌଣସି ସମସ୍ୟା କେବେ ହୋଇ ନାହିଁ ତେଣୁ ସେମିତି ସଂସ୍ଥା ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।