
ପୁଣି ଚମକିଲେ ରାନୁ ଦିଦି ! ଭାଇରାଲ ହେଲା Ranu Mondal ଙ୍କ ନୂଆ ଗୀତ, ମାତ୍ର 4 ଘଣ୍ଟାରେ Million ରୁ ଅଧିକ ଲୋକ ଦେଖି ସାରିଲେଣି…
ଯୋଉଁ ଲୋକ ମାନଙ୍କ ପାଖରେ ନିଜସ୍ୱ ଏକ ସ୍ୱତନ୍ତ୍ର କଳା ରହି ଥାଏ ସେମାନେ ଯେବେ ନ ଯେବେ ନିଜର କଳା ଦ୍ୱାରା ସମସ୍ତଙ୍କ ପାଖରେ ପରିଚିତ ହେବେ ସହ ବହୁତ ଲୋକ ପ୍ରିୟତା ହାସଲ କରି ଥାନ୍ତି | କିନ୍ତୁ ତାହା ପାଇଁ ଏକ ଉପଯୁକ୍ତ ସମୟ ରହି ଥାଏ | ଏବଂ ସେହି ଲୋକ ମାନେ ଯେଉଁ ଗୋଷ୍ଠୀ ବା ଯେଉଁ ଧର୍ମର ହେଉ ଥାନ୍ତୁ ନ କାହିଁକି | ତାଙ୍କର କଳା ଦ୍ୱାରା ସେମାନେ ସମସ୍ତଙ୍କୁ ଆକର୍ଷିତ କରି ଥାନ୍ତି |
ଏମିତି ଏକ ଜ୍ୱଳନ୍ତ ଉଦାହରଣ ବିଷୟରେ ଆପଣ ମାନେ ସମସ୍ତେ ଅବଗତ ରହି ଥିବେ | ସେ ହେଉଛନ୍ତି କୋଲକାତାର ରାନୁ ମଣ୍ଡଳ | ସେ ଦୁଇ ହଜାର ଉଣେଇଶିରେ ଏକ ରେଲୱେ ଷ୍ଟେସନର ବାହାରେ ଭିକ ମାଗୁ ଥିବା ସମୟରେ ଇକ ପ୍ୟାର କି ନଗମା ହିନ୍ଦୀ ଗୀତ ଗାଉ ଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହୋଇ ଥିଲେ | ଏବଂ ଏହି ଗୀତ ମଧ୍ୟ ସେ ତାଙ୍କର ସୁମଧୁର କଣ୍ଠରେ ବେଶ ସୁନ୍ଦର ଭାବରେ ଗାଉ ଥିଲେ | ଯାହା ସମସ୍ତଙ୍କ ହୃଦୟକୁ ବେଶ ସ୍ପର୍ଶ କରିଥିଲା |
ଏହି ଭିଡିଓ ଭାଇରଲ ହେଲା ପରେ ବିଭିନ୍ନ ଗଣ ମାଧ୍ୟମ ତାଙ୍କୁ ବହୁତ ପ୍ରଶ୍ନ ପଚାରିବାରୁ ସେ କହି ଥିଲେ କି ତାଙ୍କର ସବୁଦିନ ଗୀତ ଗାଇବାର ସଉକ ରହି ଥିଲା କିନ୍ତୁ ଅଭାବ ଅନାଟନ ତାଙ୍କ ପାଇଁ ବାଧା ସାଜିଥିଲା | ଏହା ପରେ ବଲିଉଡର ପ୍ରଖ୍ୟାତ ସଂଗୀତ ଗାୟକ ଓ ନିର୍ଦେଶକ ହିମେଶ ରେଶମିଆଁ ତାଙ୍କ ଦ୍ୱାରା ଟେରି ମେରୀ କାହାଣୀ ର ଏକ ସୁନ୍ଦର ଟାଇଟେଲ ସଙ୍ଗ ଅଫର କରି ଥିଲେ |
ଏବଂ ସେବେ ଠୁ ରାନୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଥିଲେ | ଏହି ଗୀତ ମଧ୍ୟ ବହୁତ ଲୋକ ପ୍ରିୟତା ହାସଲ କରି ଥିଲା |ଏହା ପରେ ସେ ବିଭିନ୍ନ ରୟାଲିଟି ଶୋକୁ ମଧ୍ୟ ଯିବାର ଦେଖିବାକୁ ମିଳିଥିଲା |ଆଜି ପୁଣି ରାନୁ ଚର୍ଚ୍ଚାକୁ ଆସିଛନ୍ତି ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଆଜି ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ ରାନୁ ବାଂଲାଦେଶର ସୁପରଷ୍ଟାର ହିରୋ ଆଲମଙ୍କ ସହ ଗୀତ ଗାଉଥିବାର ନଜର ଆସିଛି | ରାନୁ ମଣ୍ଡଳ ଓ ବାଂଲାଦେଶୀ ହିରୋଙ୍କର ଭିଡିଓ ଏବେ ଗଣ ମାଧ୍ୟମରେ ଭାଇରଲ ହେଉଛି | ଆଲମ ଜଣେ ବାଂଲାଦେଶର ଜଣେ ପ୍ରଖ୍ୟାତ ନାମା କଳାକାର | ତାଙ୍କର ଆସିବାକୁ ରହି ଥିବା ଏକ ମୁଭିରେ ରାନୁ ମଣ୍ଡଳ ଏକ ରୋମାଣ୍ଟିକ ଗୀତ ଗାଈ ଥିବାର ଦେଖିବାକୁ ମିଳୁଛି |
ଏହି ଗୀତଟି ହେଉଛି ତୁମି ଚଡ଼ା ଆମି ଯାହାକି ହିରୋ ଆଲମଙ୍କ ଫିଲ୍ମରେ ରହିବ | ଏହି ଗୀତ ରେକର୍ଡ଼ିଂର କିଛି ମିନିଟର ଭିଡିଓ ଆଲମ ନିଜ ସୋସିଆଲ ମିଡ଼ିଆ ଆକଉଣ୍ଟରେ ସେୟାର କରି ଛନ୍ତି | ଏହା ସହ ହିରୋ ଆଲମଙ୍କ ଦୁଇଟି ଚଳଚିତ୍ରରେ ରାନୁ ମଣ୍ଡଳ କଣ୍ଠଦାନ କରିବେ ବୋଲି ଜଣା ପଡିଛି | ଏହି ଗୀତଟିକୁ ଏବେ ପାଞ୍ଚ ଲକ୍ଷରୁ ଅଧିକ ଲୋକ ଦେଖି ଥିବାର ଜଣା ପଡୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।