ସବୁ ସମୟ ଖବର ସାଥିରେ

Dr .Anjana Mary …ଭାତୁଡ଼ି ସମସ୍ୟାରୁ ( Skin Tags ) କେମିତି ପାଇବେ ମୁକ୍ତି? କରନ୍ତୁ ଏହି ଛୁଟିଆ ଉପାୟ……

0 8

ମଣିଷ ଶରୀରରେ ବିଭିନ୍ନ ପ୍ରକାର ସ୍କିନ୍ ଡିଜିଜ୍ ଦେଖିବାକୁ ମିଳିଥାଏ। ଏଥି ମଧ୍ୟରୁ ଭାତୁଡ଼ି ଏକ ସର୍ବସାଧାରଣ ଚର୍ମ ଜନିତ ରୋଗ।ମୁହଁରେ ବା ଶରୀରର ଅନ୍ୟ କୌଣସି ସ୍ଥାନରେ ଭାତୁଡ଼ି ହେବା ଏକ ସାଧାରଣ କଥା ଅଧିକାଂଶ ଲୋକଙ୍କ ଦେହରେ କେତେ ବେଳେ ନା କେତେ ବେଳେ ଏହା ଦେଖିବାକୁ ମିଳି ଥାଏ।ଭାତୁଡ଼ି ଶରୀରକୁ ଅସୁନ୍ଦର କରିଥାଏ।
ତେବେ ମେଡିକାଲ ଭାଷାରେ ଭାତୁଡ଼ିକୁ ସ୍କିନ୍ ଟ୍ୟାଗ୍ ବୋଲି କୁହା ଯାଇଥାଏ। ତେବେ ଏହା ହେଉଛି ଏକ ଛୋଟ, ଖଦଡ଼ା ଓ ଟାଣ ଅର୍ବୁଦ ସମ୍ପନ୍ନ ଚର୍ମ ରୋଗ ଯାହାର ରଙ୍ଗ ଅନ୍ୟାନ୍ୟ ସ୍ଥାନର ଚର୍ମ ରଙ୍ଗ ସ‌ହ ସମାନ ଥାଏ। ସାଧାରଣତଃ ଏହା ବେକ, କାନ୍ଧ, ଜଂଘ ସନ୍ଧିରେ ଅଧିକ ହୋଇଥାଏ। ତେବେ ଯଦି ଚର୍ମରେ ଭାତୁଡ଼ି ବଢ଼ି ବଢ଼ି ଚାଲିଛି ତେବେ ଏହା ଏକ ଚିନ୍ତାର ବିଷୟ।ତେବେ ଆସନ୍ତୁ ଜାଣିବା ଭାତୁଡି ସମସ୍ୟାରୁ କିପରି ମୁକ୍ତି ପାଇବେ।
ତେବେ ସାଧାରଣତଃ ଏହି ସମସ୍ୟା ବୟସ ବଢିବା ସହିତ ମୋଟାଲୋକ, ମଧୁମେହ ରୋଗୀ ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କ ପାଖରେ ଦେଖିବାକୁ ମିଳିଥାଏ। ଯଦି ଡାଇବେଟିସ ଓ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହି ନଥାଏ ତେବେ ଭାତୁଡି ହେବାର ଆଶଙ୍କା ଯଥେଷ୍ଟ ରହିଥାଏ। ତେବେ ଶରୀରରେ ଯାହା ହୋଇଥାଏ ତାହା ଆମ ତ୍ୱଚା ଉପରେ ପରିଲକ୍ଷିତ ହୋଇଥାଏ। ତେଣୁ ଭାତୁଡି ବାହାରିବା ମାତ୍ରେ ଚର୍ମ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ। ତେବେ ଭାତୁଡିକୁ ସର୍ଜରୀ କରି କାଢ଼ା ଯିବା ସହିତ ଔଷଧ ସେବନ ଦ୍ଵାରା ମଧ୍ୟ ଭଲ କରାଯାଇ ପାରିବ।

ତେବେ ଭାତୁଡ଼ିର ଚିକିତ୍ସା କରାଯାଏ ଏବଂ ଆମେ କିପରି ଭାବେ ଭାତୁଡ଼ିକୁ ରୋକି ପାରିବା ଆସନ୍ତୁ ଜାଣିବା:-କିଛି ଲୋକେ ଭାତୁଡିକୁ ଶରୀରରୁ ଆଲଗା କରିବା ପାଇଁ ଘରୋଇ ଉପଚାର ପ୍ରୟୋଗ କରିଥାନ୍ତି। ଯେମିତିକି ଭାତୁଡିରେ ସୂତା ବାନ୍ଧି ଦେବା ଘୋଡ଼ା ଲାଞ୍ଜରୁ ଚୁଟି ଆଣି ବାନ୍ଧି ଦେବା କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ଭାତୁଡିକୁ ସାଧାରଣତଃ ସର୍ଜରୀ ମାଧ୍ୟମରେ ଏହାର ଚିକିତ୍ସା କରା ଯାଇଥାଏ।ରେଡ଼ିଓ ଫ୍ରିକ୍ୟୁଏନ୍ସି ପଦ୍ଧତିରେ ଚିକିତ୍ସା ହୋଇଥାଏ ଏଥିରେ ଭାତୁଡିକୁ କାଟି ଶରୀରରୁ ବାହାର କରି ଦିଆ ଯାଇଥାଏ ଏହି ପଦ୍ଧତିରେ ଚିକିତ୍ସା କରିବା ଦ୍ୱାରା ଭାତୁଡିକୁ କାଟିବା ସମୟରେ ଶରୀରରୁ ରକ୍ତ ବାହାରି ନଥାଏ।
ତେବେ ଶରୀର ରେ କୌଣସି ସମସ୍ୟା ହେବା ଯେଗୁଁ ଚର୍ମରେ ଭାତୁଡି ବାହାରି ଥାଏ। ତେଣୁ ଆମେ ଆମ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ଦରକାର। ଏହାକୁ ରୋକିବା ପାଇଁ ବ୍ୟାୟାମ କରିବା ଉଚିତ୍ ଏହା ସହିତ ଫାଷ୍ଟ ଫୁଡ୍ ଚର୍ବି ଜାତୀୟ ଖାଦ୍ୟରୁ ଦୁରେଇ ରହିବା ନିହାତି ଜରୁରୀ। କାରଣ ଏଭଳି କରିବା ଦ୍ୱାରା ଶରୀରରେ ବଢୁଥିବା ଓଜନ କମ ହୋଇ ପାରିବ। ଆଉ ଭାତୁଡି ହେବାର ସମ୍ଭାବନା ମଧ୍ୟ କମ ରହିଥାଏ।