
ଭାତୁଡ଼ିର ( Warts ) ଘରୋଇ ଉପଚାର | Dr . jungan Julati
ସାଧାରଣତଃ ଭାତୁଡ଼ି ଆଦିକାଂଶ ଲୋକଙ୍କ ପାଖରେ ଦେଖା ଯାଏ | ଯଦି ଆପଣ ବହୁତ ଦିନ ଧରି ଭାତୁଡ଼ିରେ ଆକ୍ରାନ୍ତ ଅଛନ୍ତି ଆଜିର ଏହି ଟିପ୍ସ ଦ୍ୱାରା ଭଲ ହୋଇ ପାରିବେ |ସେହି ଟିପ୍ସକୁ ସେତେବେଳେ ଆପଣ କରିବେ ଯଦି ଆପଣଙ୍କ ଭାତୁଡ଼ିକୁ ଏକରୁ ଦୁଇ ବର୍ଷ ହୋଇଛି ତ ଏହା ଶୀଘ୍ର ଠିକ ହୋଇଯିବ |ଆଉ ଯଦି ଆପଣଙ୍କ ଭାତୁଡ଼ିକୁ ଦଶରୁ ଅଧିକ ବର୍ଷ ହେଲାଣି ତାହେଲେ ଆପଣଙ୍କୁ ଏହି ଉପଚାର ଧର୍ଯ୍ୟର ସହିତ ବେଶୀ ଦିନ ପାଇଁ କରିବା ପାଇଁ ପଡିବ |ଏବଂ ଏହି ଟିପ୍ସ ଦ୍ୱାର ଆପଣଙ୍କର କୌଣସି ସାଇଡ ଏଫେକ୍ଟବା କୌଣସି ରିଆକ୍ସନ ହେବ ନାହିଁ ଏବଂ ଏଥିରେ ବେଶୀ ଖର୍ଚ ହେବ ନାହିଁ |ତାହେଲେ ଆସନ୍ତୁ ଜାଣିବା ଏହାର ଉପଚାର ବିଷୟରେ |ଆବଶ୍ୟକ ଉପକରଣ :-1. ରସୁଣ
2. ଲେମ୍ବୁ
3. ଖାଇବା ସୋଡ଼ା
ପ୍ରସ୍ତୁତ ପ୍ରଣାଳୀ :-
ପ୍ରଥମେ ଗୋଟାଏ କଲା ରସୁଣକୁ ନେଇ ଚୋପା ଛଡେଇ ନେବେ ଓ ତାହାକୁ ଭଲ ଭାବେ ଧୋଇ ସଫା କରି ନେବେ | ତାପରେ ରସୁଣକୁ ଭଲ ଭାବରେ ଚେଛି ପେଷ୍ଟ ବନାଇ ନେବେ |ପେଷ୍ଟ ବନାଇ ସାରିଲା ପରେ ତାହାର ରସ ବାହାର କରି ନେବେ | ଯାହା ବି ରସ ବାହାରିବ ସେଥିରେ ଲେମ୍ବୁଟିକୁ କାଟି ୧ ଚାମଚ ଲେମ୍ବୁ ରସ ମିଶାଇ ରଖିବେ |
ଏହି ଦୁଇଟିର ପେଷ୍ଟ ବନି ସରିଲା ପରେ ଏଥିରେ ଏକ ଚାମଚ ଖାଇବା ସୋଡ଼ା ମିଶାଇବେ |ମିଶାଇ ସାରିଲା ପରେ ଏହାକୁ ଭଲ ଭାବରେ ମିଶାଇ ଦେବେ | ଏବେ ଆପଣଙ୍କର ପେଷ୍ଟଟି ସମ୍ପୂର୍ଣ ଭାବେ ପ୍ରସ୍ତୁତ ହୋଇଗଲା |ଏହି ଉପଚାରକୁ ପନ୍ଦର ଦିନ କରିବେ | ଯଦି ତ ପୂର୍ବରୁ ଆପଣଙ୍କର ଠିକ ହୋଇ ଯାଏ ତାହେଲେ କରିବା କିଛି ଆବଶ୍ୟକ ନାହିଁ |
ବ୍ୟବହାର :-
ଏବେ ଆପଣ ଏହି ପେଷ୍ଟ ଟିକୁ ଆପଣଙ୍କର ଯୋଉଁ ଯୋଉଁ ସ୍ଥାନରେ ଭାତୁଡି ହୋଇଛି ସେହି ସ୍ଥାନ ଗୁଡିକରେ ଲଗାଇ ଦେବେ |ଏହାକୁ ହାତରେ ନ ଲଗାଇ କୌଣସି କାଠି ବା ଇଅର ବର୍ଡ ସାହାଯ୍ୟରେ ଲଗାଇବେ |ଏହି କାଠି ସାହାଯ୍ୟରେ ଆପଣ ଯୋଉଁ ଜାଗାରେ ଭାତୁଡ଼ି ହୋଇଛି ସେଠାରେ ଭଲ ଭାବରେ ଲଗାଇବେ |ଚାରିରୁ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଏହି ପେଷ୍ଟକୁ ଲଗାଇବେ |ସମ୍ପୂର୍ଣ ରୂପେ ଭାତୁଡ଼ିର ଉପରେ ଲାଗିବା ଦରକାର | ଯଦି ଭାତୁଡ଼ିର ଚାରି ପାଖରେ ଲାଗି ଯାଉଥାଏ ତାହେଲେ କୌଣସି ଅସୁବିଧା ହେବ ନାହିଁ |
ଏଥିରେ କୌଣସି ରିଆକ୍ସନ ହେବ ନାହିଁ | ଏହି ପେଷ୍ଟକୁ ଲଗାଇ ସରିଲା ପରେ ଏଥିରେ ଏକ ବେଣ୍ଡେଡ ଲଗାଇ ଦେବେ |ପାଖାପାଖି ପାଞ୍ଚରୁ ସାତ ମିନିଟ ଏହାକୁ ରଖି ତାପରେ ଭଲ ଭାବରେ ଧୋଇ ଦେବେ | ଯଦି ଆପଣଙ୍କର ଭାତୁଡ଼ି ପ୍ରଥମ ଅବସ୍ଥାରେ ଅଛି ତେହେଲେ ଏହା ବହୁତ ଶୀଘ୍ର ଭଲ ହୋଇଯିବ କିନ୍ତୁ ଯଦି ଏହା ବହୁତ ଦିନ ହୋଇ କ୍ରୋନିକ ହୋଇ ଯାଇଛି ତାହେଲେ ସେମାନଙ୍କୁ ଟିକେ ସମୟ ଲାଗିବ |
ଏହା ଛଡା ଯଦି ଆପଣଙ୍କ ପାଖରେ ଆପଲ ସିଡର ଭିନେଗାର ଅଛି ତା ସହ ଖାଇବା ସୋଡ଼ା ମିଶାଇ ଟୂଥପେଷ୍ଟ ଭଳି ଏକ ପେଷ୍ଟ ବନାଇ ଭାତୁଡ଼ିରେ ଲଗାଇ ଅଧ ଘଣ୍ଟା ପାଇଁ ଛାଡି ଦିଅନ୍ତୁ ଓ ତାପରେ ପାଣିରେ ଧୋଇ ଦିଅନ୍ତୁ | ଭାତୁଡ଼ି ଛଡା ସ୍କିନରେ ଲଗାଇବେ ନାହିଁ | ଏହାକୁ ସାତରୁ ତିରିଶ ଦିନ ଭିତରେ ଆପଣଙ୍କ ଭାତୁଡ଼ି ଭଲ ହୋଇ ଯିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।