ସବୁ ସମୟ ଖବର ସାଥିରେ

ଭଡାରେ ରଖି ଖେଳ ଖେଳିଲା, ମୋର ସବୁ ସାରି ଦେଲା… ଏ ନେଇ ଏହି ମହିଳା କଣ କହୁଛନ୍ତି ଦେଖନ୍ତୁ Video

0 3

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣଙ୍କ ଦୁଃଖ ପ୍ରକାଶ କରିବେ |ଆଜିର ଏହି ଦୁନିଆରେ ପୁରୁଷ ମାନଙ୍କ ଭରଷା କରି ତାଙ୍କ ହାତ ଧରି ବାଟ ଚାଲିବା ପାଇଁ ବିବାହ କଲା ପରେ ମଧ୍ୟ ପୁରୁଷ ମାନେ ଅଧା ରାସ୍ତାରେ ହାତ ଛାଡି ଚାଲି ଯାଉଛନ୍ତି |ମୁଁ ଆଜି ଆପଣକୁ ଏହିପରି ଏକ ଘଟଣା ବିଷୟରେ କହିବି ଯେ ଜଣେ ଝିଅ ପ୍ରେମ ବିବାହ କରି ବାହା ହେବା ପରେ ଶରୀରକ ଓ ମାନସିକ ନିର୍ଯାତନା ଦେଇ ସ୍ୱାମୀ ପର କରି ସ୍ତ୍ରୀକୁ ଏକ କରି ଚାଲି ଯାଇଛି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଅଭାବନୀୟ ଘଟଣା ବିଷୟରେ ସମ୍ପୂର୍ଣ ଖବର ଜାଣିବା |

ପତଙ୍ଗା ଗ୍ରାମର ଜ୍ୟୋତ୍ସ୍ନା ସାହୁ ନାମକ ଜଣେ ମହିଳା ରାଣୀଗୁଡା ଗ୍ରାମର ମାନସ ବାରିକଙ୍କୁ ପ୍ରେମ ବିବାହ କରିଥିଲେ |ପୁଅ ଘରେ ଝିଅକୁ ଗ୍ରହଣ ନକରିବାରୁ ସେମାନେ ନବ ଦମ୍ପତି ଉଭୟ ଭଡା ଘରେ ରହୁଥିଲେ, ବାହାଘର ତିନି ମାସ ପରେ ପୁଅ ଘରେ ସେମାନଂକୁ ଘରକୁ ଆଣିଥିଲେ ଏବଂ ସେମାନଙ୍କ ସ୍ୱାଗତମ ମଧ୍ୟ ବହୁତ ଭଲରେ କରିଥିଲେ |ବୋଧେ ଜ୍ୟୋତ୍ସ୍ନାର ଖୁସିରେ କାହାର ନଜର ଲାଗିଗଲା, ଜ୍ୟୋତ୍ସ୍ନା ତାର ଶାଶୂଘର ଲୋକଙ୍କ ସହିତ ତିନି ମାସ ଯାଏଁ ବହୁତ ଭଲରେ ରହିଥିଲେ |ତିନି ମାସ ପରେ ତାର ଶାଶୁ ଶଶୁର ସହିତ ତାଙ୍କ ସ୍ୱାମୀ ମଧ୍ୟ ମିଶି ତାଙ୍କ ଉପରେ ଶାରୀରିକ ନିର୍ଯାତନା ଦେବା ପାଇଁ ଲାଗିଲେ |

ଘରୁ ଦୁଇ ପଟରୁ କବାଟ ଭିତରୁ ଲଗାଇ ନିଧୂମ ମାଡ଼ ମାରୁଥିଲେ ଜ୍ୟୋତ୍ସ୍ନାଙ୍କୁ, ଏହିପରି ନିର୍ଯାତନା ସହି କିଛି ଦିନ ପରେ ଜ୍ୟୋତ୍ସ୍ନା ତାରା ବାପା ଘରକୁ ମଧ୍ୟ କହିଲେ |ପରେ ତାଙ୍କ ସ୍ୱାମୀଙ୍କୁ ଜେଲ ମଧ୍ୟ ହୋଇଥିଲା, କିଛିଦିନ ପରେ ତାଙ୍କ ବେଲରେ ଆସିଥିଲେ ଏବଂ ନିଜ ସ୍ତ୍ରୀ ସହ ଏପରି କିଛି ଅତ୍ୟାଚାର କରିବେନି ବୋଲି ମଧ୍ୟ ସ୍ୱୀକାର କରିଥିଲେ |ମାନସ ଜେଲରୁ ଆସିବା ପରେ ନିଜ ସ୍ତ୍ରୀ ସହିତ ଏକ ମାସ ପ୍ରଯ୍ୟନ୍ତ ମିଶିକି ଥିଲେ ପରେ ସେ ନିଜ ଜ୍ୟୋତ୍ସକୁ ଏକୁଟିଆ ଛାଡି ଲୁଚି ପଳେଇ ଆସିଥିଲେ |

ଦୀର୍ଘ ତିନି ମାସ ହେଲାନି ଜ୍ୟୋତ୍ସ୍ନା ମାନସ କୁ ଖୋଜି ସେ ମାଇଧର ପୁର ମହାଲୁଣ୍ଡା ଗ୍ରାମରେ ଥିଲେ, ପୁଣି ସେଠାରୁ ଆସି ମାନସ ନିଜ ଘରେ ସାତ ଦିନ ହେଲାନି ରହୁଛନ୍ତି |ଏହି ଖବର ପାଇ ଜ୍ୟୋତ୍ସ୍ନା ନିଜର ଅଧିକାର ସାବ୍ୟସ୍ତ ପାଇଁ ଶାଶୁଘର ଆଗରେ ଧାରଣାରେ ବସିଛନ୍ତି |ଭଲ ପାଇ ବାହା ହୋଇ ମାନସ ତାଙ୍କ ସହିତ ପ୍ରତାରଣା କରିବାର ଅଭିଯୋଗ ମଧ୍ୟ ସେ ଥାନାରେ ଦେଇଛନ୍ତି |ମାନସ ଓ ଜ୍ୟୋସ୍ନାଙ୍କ ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।