
Odia Sad Song – ଝିଅ ଵିଦାବେଳ କାନ୍ଦଣା ବାପା ବାପ ବୋଲି କିଏ ଡ଼ାକିବ ଆଉ,ନିଜ ଝିଅ ପାଇଁ ଥରୁଟିଏ ଦେଖନ୍ତୁ ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ବିବାହ ଏକ ପବିତ୍ର ବନ୍ଧନ। ବିବାହକୁ ନେଇ ସମସ୍ତେ ସ୍ଵପ୍ନ ଦେଖିଥାନ୍ତି। ଝିଅ ଟିଏ ବାପ ଘର ଛାଡ଼ି ଶାଶୁ ଘରକୁ ଯାଇଥାଏ।ବାହାଘର ଆଗରୁ ଝିଅ ଶାଶୂ ଘର ବାବଦ ରେ କିଛି ବି ଜାଣି ନଥାଏ। ଶାଶୂ ଘରେ ସିଏ କେମିତି ଚଳିବ ଶାଶୁ ଘର ର ପରିବେଶ ସହିତ ସେ ଖାପ ଖୁଆଇ ଚଳି ପାରିବ କି ନାହିଁ ତାକୁ ନେଇ ସେ ବହୁତ୍ କିଛି ଭାବି ଥାଏ।
ତେବେ ସବୁ ଠାରୁ ବଡ କଥା ହେଉଛି ଝିଅ ଟିଏ ତା ବାପା ମା ପୁରା ପରିବାରକୁ ଛାଡ଼ି ସବୁ ଦିନ ପାଇଁ ତା ଶାଶୁ ଘରକୁ ଚାଲି ଯାଏ ଯେଉଁଠି ସମସ୍ତେ ତା ପାଇଁ ଅଚିହ୍ନା। ଆଉ ସେହି ସବୁ କଥା ଚିନ୍ତା କରି ଝିଅ ଟି ଯେତେବେଳେ ବାହାଘର ସରିବା ପରେ ବାପ ଘରୁ ବିଦା ହୁଏ ସେତେବେଳେ ସିଏ କେତେ କଣ କହି କାନ୍ଦି ପକାଏ ଯାହାକୁ ଆମେ ବିଦାୟୀ ଗୀତ କାନ୍ଦଣା ଗୀତ ବା ବାହୁନା ଗୀତ ବୋଲି କହିଥାଉ। ଯେଉଁ ଗୀତ ଶୁଣିଲେ ଆଖିରେ ଲୁହ ଆସିଯାଏ।
ତେବେ କାନ୍ଦଣା ଗୀତ ବା ବାହୁନା ଗୀତ ହେଉଛି ଓଡ଼ିଆ ବାହାଘରର ବିଭିନ୍ନ ସମୟରେ ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଧରି କନିଆଁ ଦ୍ୱାରା ବୋଲାଯାଉଥିବା ରୋଦନ ସଙ୍ଗୀତ। ଯେଉଁଥିରେ ପରିବେଶଟି ଇମୋସନ୍ ଭରପୁର ହୋଇଯାଏ। ତେବେ ଆଜିର ଦିନରେ ବିବାହ ସମୟରେ ସେହିଭଳି ଇମୋସନ୍ ଆଉ ଦେଖିବା ପାଇଁ ମିଳୁ ନାହିଁ। ଝିଅ ମାନେ ହସ ଖୁସିରେ ବିବାହ କରୁଥିବାର ଦେଖିବା ପାଇଁ ମିଳୁଛି। ଆଉ ଏହି ସମୟରେ ବିବାହ ସମୟର ଏକ ଇମୋସ୍ନାଲ୍ ବିଦାୟୀ ଗୀତ ସାମ୍ନାକୁ ଆସିଛି।ଝିଅ ବିବାହ ର ଶେଷ ମୁହୂର୍ତ୍ତ କୁ ନେଇ ତିଆରି ହୋଇଛି ଏହି ସୁନ୍ଦର୍ ଗୀତଟି ଯାହାକୁ ଶୁଣିଲେ ଆପଣ ମଧ୍ୟ କାନ୍ଦି ପକାଇବେ।
ତେବେ ଏହି ସୁନ୍ଦର୍ ଗୀତଟି ହେଉଛି “ବାପା ବାପା ବୋଲି କିଏ ଡାକିବ ଆଉ ,ମୋ ଝିଅ ସାଜିବ ଆଉ କା ବୋହୂ ପିନ୍ଧି ସିନ୍ଦୂର ଶଙ୍ଖା ଯିବ ତା ଶାଶୂ ଘର… ଆଉ ଏହି ଗୀତକୁ ଗାଉଛନ୍ତି ଓଡ଼ିଶାର ଲୋକପ୍ରିୟ ସିଙ୍ଗର ହ୍ୟୁମାନ ସାଗର। ତେବେ ଏହି ଭିଡିଓରେ ଦେଖିବା ପାଇଁ ମିଳୁଛି କିପରି ଜଣେ ଝିଅ ଶାଶୁ ଘରକୁ ବିଦା ହେବା ସମୟରେ ପରିବାରର ସଦସ୍ୟ ମାନଙ୍କୁ ଧରି ବାହୁନୀ ବାହୁନୀ କାନ୍ଦୁଛି।
ଯାହା ଦେଖିଲେ ଆପଣ ମଧ୍ୟ ଇମୋସ୍ନାଲ୍ ହୋଇ ଯିବେ। ଆପଣଙ୍କ ଆଖିରୁ ଲୁହ ଝରି ଆସିବ।ତେବେ ଏହି ଗୀତଟି ସୁନ୍ଦର୍ ଗୀତଟି ଏବେ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି। ଆପଣ ମଧ୍ୟ ଏହି ଇମୋସ୍ନାଲ ଗୀତକୁ ଶୁଣନ୍ତୁ ଦେଖନ୍ତୁ। ଆଶା କରୁଛୁ ଆପଣଙ୍କୁ ଏହା ଖୁବ୍ ପସନ୍ଦ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।