ସବୁ ସମୟ ଖବର ସାଥିରେ

health tips- ଆପଣଙ୍କ ର ଅର୍ଶ ହୋଇଛି କି ? ନିଶ୍ଚୟ ଜାଣନ୍ତୁ ଏହାର କାରଣ ଓ ଏହାର ନିରାକରଣ ବିଷୟରେ।

0 79

ସାଧାରଣତଃ ଯେଉଁ ମାନେ ଝାଡା ଯିବାରେ କଷ୍ଟ ଅନୁଭବ କରନ୍ତି ଓ ଜୋର ଲଗାନ୍ତି ସେମାନଙ୍କ ଠାରେ ଅର୍ଶ ସମସ୍ୟା ଦେଖା ଦେଇ ଥାଏ। ଏହା ଆମର ଝାଡା ଯିବାର ଅଭ୍ୟାସ ଉପରେ ସମ୍ପୂର୍ଣ ନିର୍ଭରଶୀଳ ଅଟେ। ଯେତେବେଳେ ଅଆମେ ଜୋର ଲଗାଉଛେ। ସେଠାରେ ତିନୋଟି ରକ୍ତ ନଳୀ ରହିଥାଏ। ଏହି ରକ୍ତ ନଳୀ ଗୁଡିକ ଧୀରେ ଧୀରେ ବଢି ବାକୁ ଲାଗି ଥାଏ ଓ ବାହାରକୁ ବାହାରି ଆସିଥାଏ। ଏହା ଦ୍ୱାରା ଝାଡା ଯିବା ଦ୍ୱରା ସେଠାରେ ଘର୍ଷଣ ହୋଇଥାଏ ଓ କ୍ଷତ ହୋଇ ସେଠାରୁ ରକ୍ତ ବାହାରିବା ଆରମ୍ଭ ହୋଇ ଯାଇଥାଏ।

ତେବେ ଅର୍ଶ ଏକ ବଡ ରୋଗ ନୁହେଁ। ଚିକିତ୍ସା କରିବା ଦ୍ୱାରା ଏହା ସମ୍ପୂର୍ଣ୍ଣ ଭଲ ହୋଇ ଯାଇଥାଏ। ଯେଉଁ ମାନଙ୍କ ର ସବୁଦିନ ରକ୍ତ ସ୍ରବ ହଉଥାଏ ଯେତେ ଔଷଧ ଖାଇଲେ ବି ରକ୍ତ ବହାରିବା ବନ୍ଦ ହୁଏ ନାହିଁ ସେମାନଙ୍କୁ ଯଥା ଜଲଦି ସର୍ଜରି ର ଆବଶ୍ୟକତା ରହିଛି। ତେଣୁ ଯେଉଁ ମାନଙ୍କ ର ଅର୍ଶ ହୋଇଛି ଯେଉଁ ଦିନ ହେଲେବି ତାଙ୍କୁ ନିଶ୍ଚୟ ସର୍ଜରି କରିବାକୁ ହେବ।

ଯଦି ଆପଣ ନିଜର ଖାଦ୍ୟ ସହିତ ଜୀବନ ଶୈଳୀ କୁ ବଦଳାଇ ପାରିବେ ତାହାଲେ ହୁଏତ ଆପଣ ଆପଣଙ୍କ ର ସର୍ଜରି କୁ କିଛି ସମୟ ଘୁଞ୍ଚାଇ ପାରିବେ। ବିନା କୌଣସି ଅପେରେଶନ ରେ ଅର୍ଶ ଚିକିତ୍ସା କରା ଯାଇ ପାରିବ ନାହଁ।

ଯେତେବେଳେ ଆପଣଙ୍କ ର ରକ୍ତ ଅଧିକା ମାତ୍ର ରେ ବାହାରିବ ଓ ଆଓଅନଙ୍କୁ ର ରକ୍ତ ନଳି ଗୁଚ୍ଛ ଆକାର ରେ ବାହାରକୁ ବାହାରି ଆସିବ ସେତେବେଳେ ଆପଣଙ୍କୁ ନିଶ୍ଚିତ ଭାବରେ ଅପେରେସନ କରିବା କୁ ହେବ। ନଚେତ ପରବର୍ତୀ ଅବସ୍ଥାରେ ଏହା ବହୁତ ଭୟଙ୍କର ହୋଇ ପାରେ।

 

ଆପଣ ଚାହିଁଲେ ବି ଅପେରେସନ ପାଇଁ ମନା କରି ପାରିବେ ନାହିଁ। ଆପଣ ଙ୍କୁ ଏହି ରୋଗ ପାଇଁ ନିଜର ଖାଦ୍ୟ ପେୟ ଓ ନିଜର ଜୀବନ ଶୈଳୀ କୁ ବଦଳାଇବାକୁ ହେବ। ଯଦି ଆପଣ ଅର୍ଶ ପାଇଁ ସର୍ଜରି କରିଛନ୍ତି ତାହାଲେ ଆପଣଙ୍କୁ ଫାଷ୍ଟ ଫୁଡ଼ ଠାରୁ ଦୂରରେ ରହିବାକୁ ହେବ। କାରଣ ସେଥିରେ ଫାଇବାର ନଥାଏ। ଏହା ସହ ମଇଦା ଜାତୀୟ ଖାଦ୍ୟ ଠାରୁ ମଧ୍ତ ଆପଣଙ୍କୁ ଦୂରରେ ରହିବାକୁ ହେବ।

ଯଦି ସର୍ଜରି ପରେ ମଧ୍ୟ ଆପଣ ଏହି ରୋଗ ପ୍ରତି ସଚେତନ ନ ହୁଅନ୍ତି ଓ ନିଜର ଖାଦ୍ୟ ପେୟ ପ୍ରତି ଧ୍ୟାନ ନ ଦିଅନ୍ତି ତାହାଲେ ଏହା ପାଇଁ ଆପଣଙ୍କୁ ଭବିଷ୍ୟତ ରେ ବହୁତ ରୋଗ ମାନଙ୍କ ର ଶିକାର ହେବାକୁ ପଡ଼ିବ।

ତେବେ ଆପଣ ଯଦି ଏହି ସମସ୍ୟା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହାଲେ ଆପନଙ୍କୁ ସର୍ଜରି ପରେ ମଧ୍ୟ ସାବଧାନ ହୋଇ ରହିବାକୁ ହେବ। ଖାଇବା ପିବା ଉପରେ ଅଧିକ ମାତ୍ରାରେ ଧ୍ୟାନ ଦେବାକୁ ପଡ଼ିବ। ତେବେ ଯାଇ ଆପଣ ଏହି କସ୍ତରୁ ସମ୍ପୂର୍ଣ ମୁକ୍ତି ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।