
Health Tips – ଜୀରା ପାଣି ( Jeera Pani ) ପିଇବାର ଉପକାରିତା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ …୧୦୦% ଗ୍ୟାରେଣ୍ଟି
ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ବିଭିନ୍ନ ଫାଷ୍ଟ ଫୁଡ, ଜଙ୍କ ଫୁଡର ସେବନ କରି ବାରେ ଅଭ୍ୟସ୍ତ ହୋଇ ଗଲୁଣି | ଯାହା ପାଇଁ ଅତି କମ ବୟସରୁ ଲୋକ ମାନଙ୍କ ଭିତରେ ଗ୍ୟାସ, ଏସିଡ଼ିଟି, ଆସ୍ମା ହାର୍ଟ ଏବଂ ଲିଭର ପ୍ରୋବ୍ଲେମ ଇତ୍ୟାଦି ଦେଖିବାକୁ ମିଳୁଛି | ତେଣୁ ଏହି ସବୁର ପ୍ରାଥମିକ ଅବସ୍ଥାରେ ପ୍ରଥମେ ଘରୋଇ ଉପଚାର ବ୍ୟବହାର କରନ୍ତୁ | ଆଜିର ଉପଚାର ଦ୍ୱାରା ଆପଣ ପାଚନ କ୍ରିୟା ଜନିତ ସମସ୍ତ ରୋଗକୁ ଦୂରୀଭୂତ କରି ପାରିବେ |
ତେବେ ଆଜି ମୁଁ ଆପଣ ମାନଙ୍କୁ କହିବାକୁ ଯାଉଛି ଜିରା ବିଷୟରେ | ତେବେ ଆମେ ମାନେ ଜାଣିବା ଆବଶ୍ୟକ କି ଜିରା ରେ ଥାଇମୋନ ନାମକ ପୋଷକ ତତ୍ତ୍ୱ ରହିଥାଏ ଯାହା ଆମର ଲାଲ ଗ୍ରନ୍ଥି ରେ ଲାଲ କ୍ଷରଣ କରିବା ସହିତ ଅନେକ ହଜମ କାରୀ ଉପାଦାନ ଯଥା ପିତ୍ତ ରସ ମାନଙ୍କର କ୍ଷରଣ ରେ ମଧ୍ୟ ସାହାଯ୍ୟ କରିଥାଏ ଯାହା ଆମର ପାଚନ କ୍ରିୟା ରେ ସାହାଯ୍ୟ କରିଥାଏ ଓ ଖାଦ୍ୟ ହଜମ ହୋଇଥାଏ ଓ ଯାହା ଆମ ଶରୀରରେ ଗ୍ଲୁକୋଜ, କାର୍ବ ହାଇଡ୍ରେଡ଼ ଓ ପ୍ରୋଟିନ ଜାତୀୟ ଖାଦ୍ୟ ର ହଜମ ରେ ମଧ୍ୟ ସାହାଯ୍ୟ କରିଥାଏ | ଯାହା ଆମ ଶରୀରରେ ବଢୁଥିବା ଫେଟ କୁ ମଧ୍ୟ କଣ୍ଟ୍ରୋଲ କରେ ତାହା ବ୍ୟତୀତ ଜିରାକୁ ଆମେ ଖାଦ୍ୟ ବା ତରକାରୀ ତିଆରିରେ ମସଲା ଭାବରେ ମଧ୍ୟ ଗ୍ରହଣ କରିଥାଉ |
ଜିରା ପାଣି ବ୍ୟବହାର ର ଉପକାରିତା :-ଜିରା ପାଣି ଆମର ଖାଦ୍ୟ ହଜମ କରେଇଥାଏ , ୱେଟ ଲସ କରେଇବାରେ ସାହାଯ୍ୟ କରେ ପେଟରେ ବଢୁଥିବା ଚର୍ବି କୁ ମଧ୍ୟ କମେଇଥାଏ ,ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହିତ ଆମର ଲିଭର ଓ ତ୍ୱଚା କୁ ମଧ୍ୟ ସୁସ୍ଥ ରଖିଥାଏ |ଜିରା ପାଣି ଆମର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇ ଥାଏ |
ଜିରାରେ ଭିଟାମିନ C ଆଉ ଭିଟାମିନ A ରହିଥାଏ ଯାହା ଆମର ରକ୍ତ କୁ ସଫା ରଖିଥାଏ , ଜିରା ଆମର ରକ୍ତ ହୀନତା ଳୁ ମଧ୍ୟ ରୋକିଥାଏ |ଏଥିରେ ଆଇରନ ଅଧିକ ଥିବାରୁ ପ୍ରେଗ୍ନେଣ୍ଟ ମହିଳା ମାନଙ୍କୁ ଖାଇବାକୁ ଦିଆଯାଏ |ଏହା ବ୍ୟତୀତ ଜିରା ପାଣିର ସେବନ ଫଳରେ ଅନେମିଆ, ଆଉ ହୃତ ରୋଗ ଭଲ ହୋଇଥାଏ |ଜିରା ଆମର ଶରୀରରେ କଫ ଜମା କରିବାକୁ ଦିଏ ନାହିଁ ଓ ଏହା କଫ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ |
ଏହା ବ୍ୟତୀତ ଆଜ୍ମା ଭଳି ରୋଗ ରୁ ରକ୍ଷା ପାଇବା ପାଇଁ ଜିରା ର ବ୍ୟବହାର କରାଯାଏ |ଏହା ଆମର ଏସିଡିଟି ଭଳି ସମସ୍ୟାକୁ ଦୂର କରିଥାଏ , ଫୁସଫୁସ ରୁ ଖରାପ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ | ଏହା ସୁଗାର ର ପରିମାଣକୁ ବାଲାନ୍ସ କରିବା ସହିତ ଭୋକ ଲାଗିବାରେ ମଧ୍ୟ ସାହାଯ୍ୟ କରିଥାଏ |
ଯଦି ଆପଣ ଜିରାକୁ ପ୍ରତ୍ୟେକ ଦିନ ସକାଳେ ଗରମ ପାଣିରେ ଫୁଟାଇ ଏହାର ସେବନ କରିବେ ତାହେଲେ ଆପଣଙ୍କର ପେଟ ଜନିତ ସମସ୍ୟା ରହିବ ନାହିଁ | ଠିକ ସମୟରେ ଭୋକ ଲାଗିବା ସହିତ ଝାଡା ମଧ୍ୟ ଠିକ ହୋଇ ଥାଏ | ଏହା ଏକ ପ୍ରାକୃତିକ ଜିନିଷ ହୋଇ ଥିବାରୁ ଏହାର କୌଣସି ସାଇଡ ଏଫେକ୍ଟ ନାହିଁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।