ସବୁ ସମୟ ଖବର ସାଥିରେ

ପୁଅ ହେବ ତ ଏମିତି ! ବାସନ ମାଜିଲେ ଅନୁଭବ ( Anubhav Mohanty ) ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ…

0 14

ଆପଣମାନେ ଓଡ଼ିଆ ସିନେମା ଦେଖିବା ପାଇଁ ଖୁବ୍ ଭଲ ପାଉଥିବେ।ଆଉ ଏହି ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ଅଭିନେତ୍ରୀ ଓ ଅଭିନେତା ମାନଙ୍କୁ ଖୁବ୍ ଭଲ ଭାବରେ ଜାଣିଥିବେ।ସେମାନଙ୍କ ରିଲ ଲାଇଫ ଓ ସେମାନଙ୍କ ରିଅଲ ଲାଇଫ କଣ ସବୁ ଘଟଣା ଘଟି ଯାଉଛି ତାହା ଜାଣିବା ପାଇଁ ଅନେକ ଦର୍ଶକ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତାଙ୍କ ବାବଦରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଲୋକପ୍ରିୟତା ହାସଲ କରି ସାରିଛନ୍ତି ତେବେ ସେ ଅଭିନେତା ଜଣକ ହେଉଛନ୍ତି ଲୋକପ୍ରିୟ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି।

ତେବେ ଆପଣ ମାନେ ସମସ୍ତେ ଓଡ଼ିଆ ସିନେମା ଜଗତର ସବୁଠାରୁ ଚର୍ଚ୍ଚାରେ ରହିଥିବା ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଖୁବ୍ ଭଲ ଭାବରେ ଜାଣିଥିବେ। ନିଜ ରାଜନୈତିକ ଜୀବନ ଓ ନିଜ ଅଭିନୟ ଜୀବନକୁ ନେଇ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି।କେବଳ ସେତିକି ନୁହେଁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି ଏହି ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି।

ତେବେ ଆପଣ ଅନୁଭବ ମହାନ୍ତିଙ୍କୁ ଅନେକ ସିନେମାରେ ଦମଦାର ଅଭିନୟ କରୁଥିବାର ଦେଖିବା ପାଇଁ ପାଇଥିବେ। ନିଜର ଜବରଦସ୍ତ ଅଭିନୟ ଓ ସବୁଠାରୁ ଅଲଗା ଷ୍ଟାଇଲ ପାଇଁ ସେ ଦର୍ଶକ ମାନଙ୍କ ହୃଦୟରେ ରାଜ କରୁଛନ୍ତି। ସେ କେବଳ ଜଣେ ଭଲ ଅଭିନେତା ନୁହଁନ୍ତି ସେ ଜଣେ ସଫଳ ରାଜନୀତିଜ୍ଞ ମଧ୍ୟ। ଦୁଇ ଦୁଇଥର ବିଜେଡି ଦଳରେ ସାଂସଦ ରୂପେ ନିର୍ବାଚିତ ହୋଇ କାର୍ଯ୍ୟ କରୁଛନ୍ତି ।

ତେବେ ଗତ କିଛବର୍ଷ ହେବ ଅଭିନେତା ଅନୁଭବ ମହାନ୍ତି ନିଜ ପାରିବାରିକ ବିବାଦ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅନୁଭବ ଓ ବର୍ଷା ଦୁହେଁ ଦୁହିଁଙ୍କୁ ପ୍ରେମ ବିବାହ କରିଥିଲେ କିନ୍ତୁ ତାଙ୍କ ସମ୍ପର୍କ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠି ରହି ନଥିଲା। ଦୁହେଁ ଦୁହିଁଙ୍କ ଠାରୁ ଦୂରେଇ ଯାଇଥିଲେ। ଆଉ ଅନୁଭବ ବିଚ୍ଛେଦ ପାଇଁ ଆବେଦନ କରିଥିଲେ। କିନ୍ତୁ ବିଚ୍ଛେଦ ପାଇଁ ବର୍ଷା ରାଜି ନଥିଲେ। ଏବେ କିନ୍ତୁ ବର୍ଷା ମଧ୍ୟ ବିଚ୍ଛେଦ ପାଇଁ ରାଜି ହୋଇ ଯାଇଛନ୍ତି ଓ ଉଭୟଙ୍କ ମାମଲା କୋର୍ଟରେ ବିଚାରଧିନ ହୋ ରହିଛି।

ତେବେ ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଅନୁଭବ ନିଜେ ଖାଇସାରି ନିଜ ଅଇଁଠା ବାନସ ନିଜେ ଧୋଇଛନ୍ତି। ଏବଂ ସେ କହିଛନ୍ତି ସମସ୍ତେ ନିଜେ କାମ ନିଜେ କରିବା କଥା ଆଉ ସେ ମଧ୍ୟ କାହାକୁ କଷ୍ଟ ନଦେଇ କାହା ଉପରେ ନିର୍ଭର ନକରି ସବୁଦିନ ନିଜ କାମ ନିଜେ କରିବା ପାଇଁ ଚାହିଁବେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।