ସବୁ ସମୟ ଖବର ସାଥିରେ

ବାପା-ମା ଛେଉଣ୍ଡ ଦୁଇ ଭାଇ ଭଉଣୀଙ୍କ ଦାୟିତ୍ୱ ବହନ କଲେ “ollywood”chocolate ହିରୋ ସ୍ୱରାଜ ବାରିକ…..ଦେଖନ୍ତୁ ଭିଡିଓ “ସ୍ୱରାଜ ଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ”

0 33

ମହାମାରୀ ସମୟରେ କରୋନାର ଏଭଳି ଏକ କରୁଣ କାହାଣୀ ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳରୁ। ଯେଉଁଠି କରୋନା ଆଗପଛ କରି ଛଡେଇ ନେଇଛି ମା ଆଉ ବାପାକୁ। ଆଉ ବାପା ମା ଛାଡି ଦେଇ ଯାଇଛନ୍ତି ସାତ ବର୍ଷର ଝିଅ ଓ ଦେଢ଼ ମାସର କଅଁଳ ଶିଶୁ ପୁତ୍ରକୁ। ଦୁନିଆ କଣ ଦେଖିବା ଆଗରୁ ଏହି ଦୁଇ ଭାଇ ଭଉଣୀ ହୋଇ ଯାଇଛନ୍ତି ବାପା ମା ଛେଉଣ୍ଡ। ଆଉ ଯାହାକୁ ନେଇ ପ୍ରଶ୍ନ ଉଠୁଛି କୁନି ଝିଅ କ୍ରିଷ୍ଣା ଓ ଦେଢ ମାସର ଶିଶୁ ଏବେ କେମିତି ରହିବେ, କଣ ହେବ ସେମାନଙ୍କ ଭବିଷ୍ୟତ।କିନ୍ତୁ ହାର ମାନି ନାହିଁ ଝିଅ କ୍ରିଷ୍ଣା।ଏହାରି ଭିତରେ ସେ ତା ସାନ ଭାଇକୁ ବଡ ମଣିଷ କରିବ ବୋଲି କଥା ଦେଇଛି।

ତେବେ ଦୁଃଖରେ ଭାଙ୍ଗି ପଡିଥିବା ଏହି ଦୁଇ ଭାଇ ଭଉଣୀଙ୍କ ସାହସ ଦେବା ପାଇଁ ସେମାନଙ୍କ ସାହାରା ହେବା ପାଇଁ ଆଗେଇ ଆସିଛନ୍ତି ଓଲିଉଡ଼ ଅଭିନେତା ସ୍ବରାଜ ବାରିକ୍। ଆଉ କହିଥିଲେ ଆଜିଠୁ ମୁଁ ତୁମର ବଡ ଭାଇ। ତମର ଯାହା ବି କିଛି ଦୁଃଖ ରହିଲା ଆଜିଠୁ ସବୁ ଦୁଃଖ ମୋର। ଆଉ ମୁଁ ମଲା ପର୍ଯ୍ୟନ୍ତ ତୁମକୁ ସାହାଯ୍ୟ ସହଯୋଗ କରିବେ ବୋଲି କୁନି ଝିଅ କ୍ରିଷ୍ଣା ଓ ଦେଢ ମାସର ଶିଶୁ ପୁତ୍ରକୁ କଥା ଦେଇଛନ୍ତି।

ଆଉ ଏହି ସମୟରେ ଓଡିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଅଭିନେତା ସ୍ବରାଜ ବାରିକ ଏହି ଭାଇ ଭଉଣୀ ଙ୍କ ପାଇଁ ଲାଇଭ ଭିଡିଓ ରେ ଆସି ତାଙ୍କର ମହାନତା ପ୍ରଦର୍ଶନ କରିଛନ୍ତି। ସେ କହିଛନ୍ତି କି କ୍ରିଷ୍ଣାର ଘର ମୋ ଘର ଠୁ ମାତ୍ର ୧୦୦ କିଲୋମିଟର ଦୂରରେ। ସେ ଝିଅଟି ବର୍ତ୍ତମାନ ନିଜ ସାନ ଭାଇକୁ ନିଜେ ସମ୍ଭାଳୁଚି। ଦୁଃଖ ପଡ଼ିଛି ବାପା ମାଙ୍କୁ ହରାଇଛି ତଥାପି ସେ ନିଜର ସାହସ କୁ ହରାଇ ନାହିଁ।

ସେଥି ପାଇଁ ମୁଁ ଶ୍ରୀ ଜଗନ୍ନାଥଙ୍କୁ କାମନା କରୁଛି ପ୍ରଭୁ ତାଙ୍କୁ ଶକ୍ତି ଦିଅନ୍ତୁ ସେ ଏମିତି ହିଁ ନିଜର ଆଉ ତା ସାନ ଭାଇର ଯତ୍ନ ନେଉ। କରୋନା ସିନା ତା ବାପା ମାଙ୍କୁ ଛଡେଇ ନେଲା କିନ୍ତୁ ତା ଆଶା ଓ ସ୍ୱପ୍ନକୁ କେବେ ଛେଡେଇ ନେଇ ପାରିବ ନାହିଁ। ମାତ୍ର ସାତ ବର୍ଷର ହୋଇ ମଧ୍ୟ ସେ ତା ଦାୟିତ୍ଵକୁ ବୁଝି ପାରୁଛି।

ସ୍ଵରାଜ କହିଛନ୍ତି ମୁଁ ପ୍ରତିଶ୍ରୁତି ଦେଉଛି ସେମାନେ ଆଜିଠୁ ମୋର ନିଜର ସାନ ଭାଇ ଭଉଣୀ। ଏବଂ ତାର ପ୍ରତିଟି ସୁବିଧା ଅସୁବିଧାରେ ମୁଁ ତାଙ୍କ ସହିତ ଛିଡା ହେବି। ଏବଂ ଭୋଗରାଇ ଗଲେ ମୁଁ ନିଶ୍ଚିତ ସେମାନଙ୍କୁ ଭେଟିବି। ଏବଂ ମୁଁ ଯେତେ ପାରିବି ସେତିକି ମୁଁ ସେମାନଙ୍କ ପାଇଁ ନିଶ୍ଚିତ ଭାବେ କରିବି। ତେବେଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।