ସବୁ ସମୟ ଖବର ସାଥିରେ

Exclusive – ବାହାଘରରେ ଭାଇ ଦେଲା ଭଉଣୀକୁ ଏଭଳି ଉପହାର..ଖୁସିରେ କାନ୍ଦିପକାଇଲା ଭଉଣୀ..ସମସ୍ତେ ହେଲେ ଆଶ୍ଚର୍ଯ୍ୟ..?

0 11

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ଅନେକ ସେସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଦେଖୁଥିବେ , କିନ୍ତୁ ଏହି ଭାଇରାଲ ଭିଡିଓଟି ଦେଖିଲେ ଆପଣଙ୍କ ଆଖିରେ ପାଣି ଆସିଯିବ ଓ ଭାଇ ଭଉଣୀ ଙ୍କର ଏପରି ଭଲ ପାଇବା ଦେଖିଲେ ଆପଣ ମାନେ ମଧ୍ୟ ଇର୍ଷା କରିବାକୁ ଲାଗିବେ | ସାଧାରଣତଃ ଭଉଣୀର ବାହା ଘରରେ ଭାଇ ଭଉଣୀକୁ ବିଭିନ୍ନ ପ୍ରକାରର ଉପହାର ହେଇଥାଏ କିନ୍ତୁ ଏହି ଭିଡିଓରେ ଭଉଣୀ ଜଣଙ୍କୁ ଭାଇ ଏପରି ଉପହାର ଦେଇଥିଲେ ଯାହାକୁ ଦେଖିବା ପରେ ବିବାହ ମଣ୍ଡପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇ ଯାଇଥିଲେ |

ତେବେ ଆସନ୍ତୁ ଜାଣିବା କଣ ସେ ଗିଫ୍ଟ ସେହି ଭାଇ ଜଣଙ୍କ ଭଉଣୀ ଙ୍କୁ ଦେଇଥିଲେ ଆସନ୍ତୁ ତାହେଲେ ସେହି ବିଷୟରେ ଜାଣିବା |ୱାରଙ୍ଗ ରେ ଏପରି ଏକ ନିଆରା ବାହାଘରେ ଦେଖା ଯାଇଥିଲା ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ |ତେବେ ସେସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଭଉଣୀ ଜଣଙ୍କର ବାହା ଘର କରାଉଛନ୍ତି ଭାଇ ଜଣଙ୍କ |ଆଉ ଆପଣ ମାନେ ଜାଣିଥିବେ କି ଝିଅ ମାନେ ବିଶେଷ କରି ବାପା ଙ୍କୁ ଅଧିକ ଭଲ ପାଇଥାନ୍ତି, କିନ୍ତୁ ଏହି ବାହାଘରରେ ବାପା ଜଣଙ୍କ ଅନୁପସ୍ଥିତ ଥିଲେ | କାରଣ ତାଙ୍କର ବାପା ସ୍ୱର୍ଗ ବାସୀ ହୋଇ ଯାଇଥିଲେ ଆଉ ଭଉଣୀ ଜଣଙ୍କ ମଧ୍ୟ ନିଜ ବାହାଘରରେ ତାଙ୍କ ବାପା ଙ୍କୁ ମିସ କରୁଥିଲେ |

କାରଣ ପ୍ରତେକ ଝିଅର ଗୋଟିଏ ଆଶା ଥାଏ କି ତାର ବାହାଘରରେ ତାଙ୍କର ବାପା ତାଙ୍କର କନ୍ୟା ଦାନ କରିଥାଏ | କିନ୍ତୁ ତାଙ୍କର ବାପା ନଥିବାରୁ ଭଉଣୀ ଜଣଙ୍କ ମନ ଦୁଃଖ କରିଥିଲେ ଆଉ ଯାହାକୁ ଭାଇ ଜଣଙ୍କ ଜାଣି ପାରିଥିଲେ | ଆଉ ଭଉଣୀ ଙ୍କ ମନକୁ ଖୁସି କରିବା ପାଇଁ ଗୋଟିର ଉପହାର ବିବାହ ମଣ୍ଡପରେ ଦେଇଥିଲେ ଭାଇ ଜଣଙ୍କ ଭଉଣୀ ଙ୍କୁ |
ତେବେ ସେହି ଉପହାର ଯାହା ଭାଇ ଜଣଙ୍କ ଭଉଣୀ ଙ୍କୁ ଦେଇଥିଲେ ତାହା ହେଉଛି ତାଙ୍କର ସ୍ୱର୍ଗ ବାସୀ ବାପାଙ୍କୁ, ଅର୍ଥାତ ମହମରେ ତିଆରି ବାବାଙ୍କର ପ୍ରତିମୂର୍ତ୍ତି କୁ ଭାଇ ଜଣଙ୍କ ଭଉଣୀ ଙ୍କୁ ଉପହାର ସ୍ୱରୂପ ଦେଇଥିଲେ | ଯାହାକୁ ଦେଖିକି ଭଉଣୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ତାହା ସହିତ ସେଠି ଉପସ୍ଥିତ ଥିବା ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଭାଇଙ୍କର ଏପରି ଉପହାର କୁ ଦେଖିକି |ଆଉ ସେହି ଉପହାର କୁ ପାଇଁକି ଭଉଣୀ ଜଣଙ୍କ ମଧ୍ୟ ଅନେକ ଖୁସି ହୋଇଯାଇଥିଲେ ଆଉ ସେହି ମୂର୍ତକୁ ପ୍ରଣାମ କରି ଆଶ୍ରିବାଦ ମଧ୍ୟ ଗ୍ରହଣ କରିଥିଲେ |

 ତେବେ ଏହି 3 ମିନିଟ ର ଭିଡିଓ ଟି ଭାଇରାଲ ହେବା ପରେ ଇଉଜର୍ସ ମାନଙ୍କ ପାଖରୁ ବିଭିନ୍ନ ପ୍ରକାରର କମେଣ୍ଟ ଆସିଛି | କିଏ ଭାଇ ର ଭଉଣୀ ପ୍ରତି ଏହି ପରି ଉପହାର ଦେଖି ଭାଇ ଓ ଭଉଣୀ ଙ୍କ ଭଲ ପାଇବାକୁ ପ୍ରଶଂସା କରୁଥିବା ବେଳେ, ଆଉ କିଏ ବିବାହ ଭଳି ଶୁଭ କାର୍ଯ୍ୟରେ ଏହିପରି ମୂର୍ତ୍ତି କୁ ଅଶୁଭ ବୋଲି କହିଛନ୍ତି | ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।