ସବୁ ସମୟ ଖବର ସାଥିରେ

ବଦହଜମିରୁ ଉପଶମ( Cause and treatment )ପାଇବା ପାଇଁ ଜାଣି ରଖନ୍ତୁ ଏହି ଉପାୟ ଗୁଡିକ..Dr. Bhagyalekshmi N

0 11

ଅଧିକାଂଶ ଲୋକଙ୍କ ଠାରେ ଆଜିକାଲି ଦେଖା ଯାଉଛି ବଦହଜମି | ଯୋଉଁଥିରେ କୌଣସି ଲୋକ ଯଦି ଠାରେ ପୀଡିତ ହୋଇଛନ୍ତି ତାହେଲେ ବହୁତ କଷ୍ଟ ଦାୟକ ଜୀବନ ଭିତରେ ଗତି କରିଥାନ୍ତି | ବିଭିନ୍ନ ସମୟରେ ଅଧିକ ଖାଦ୍ୟ ଖାଇ ଦେଲେ ବଦହଜମି ହୋଇଥାଏ | ଆଜି ଆମେ ଆପଣଙ୍କୁ ବଦହଜମିର କାରଣ ଓ ଏହାର ନିରାକାରଣ ବିଷୟରେ ଜଣାଇବୁ |

ବଦହଜମି ହେଉଛି ବହୁତ ସାରା ରୋଗର ଲକ୍ଷଣ |ବଦହଜମିରେ ବିଶେଷ କରି ପେଟ ଉପରେ ସମସ୍ତ ଲକ୍ଷଣ ଦେଖାଯିବ |ଏହା ସହିତ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଅସୁବିଧା ହୋଇପାରେ କାରଣ ଏହି ସମୟରେ ଭିଟାମିନ, ମିନେରାଲ, କ୍ୟାଲସିୟମ ଆଦି ଠିକ ଭାବେ ଯାଇ ପାରି ନ ଥାଏ |

ବଡହଜମିର ଲକ୍ଷଣ :-
ଏହାର ଲକ୍ଷଣ ଗୁଡିକ ହେଲା ପେଟ ଭାରି ଭାରି ଲାଗିବ ଓ କଷ୍ଠକାଠିନ୍ୟ ହେବା ସହ କେତେ ଜଣଙ୍କୁ ଝାଡା ଲାଗିଥାଏ | କେତେଜଣଙ୍କୁ ବାନ୍ତି ଲାଗିବା ସହ ବାୟୁ ମଧ୍ୟ ବାହାରିଥାଏ |ବେଳେ ବେଳେ ଦଶରୁ ପନ୍ଦର ଥର ପତଳା ଝାଡା ହୋଇଥାଏ | ଶରୀର ବାହାରେ ମଧ୍ୟ କିଛି ଲକ୍ଷଣ ଦେଖା ଯାଇଥାଏ ଯେମିତି କି ଓଜନ କମିବ ଏବଂ ତ ସହିତ ବ୍ଲଡ଼ କମିଯିବ | ବ୍ଲଡ଼ କମିଯିବ ହେତୁ ପାଦ ଫୁଲି ଯାଇଥାଏ | ଯଦି ଆପଣଙ୍କର ଫେଟ ଇନଡ଼ାଇଯେସନ ହେଉଛି ତାହେଲେ ଆପଣଙ୍କ ସ୍କିନରେ କଳା ଦାଗ ଦେଖାଯିବ ଏବଂ ପ୍ଲାଟିଲେଟର ଲେଭେଲ କମିଯିବ |

ଦରକାର ଠାରୁ ଅଧିକ ଖାଇବା ଅବା ଶୀଘ୍ରଶୀଘ୍ର ଖାଇବା ଅଭ୍ୟାସ କିମ୍ବା ଅଧିକ ଦିନ ଧରି ମସଲା ଯୁକ୍ତ ଖାଦ୍ୟ ଖାଇଲେ ବଦହଜମି ହୋଇଥାଏ |ଏହା ସହିତ ଅଧିକ ମଦ, ଚକଲେଟ ବା କାର୍ବୋନେଟଡ଼ ପାଣି ଅଧିକ ପିଇଲେ ମଧ୍ୟ ହୋଇଥାଏ | ଧୁମ୍ରପାନ କରିବା, ଆଣ୍ଟିବାଓଟିକସ ଏବଂ ପେନ କିଲ୍ଲର ଇତ୍ୟାଦି ଔଷଧ ସେବନ କରିବା ଦ୍ୱାରା ବା ଅଧିକ ଚିନ୍ତାଗ୍ରସ୍ତ ରହିବା ଦ୍ୱାରା ମଧ୍ୟ ବଦହଜମି ହୋଇଥାଏ |
ବଦହଜମିର ଚିକିତ୍ସା :-
ଆପଣ ଏହା ପାଇଁ ଘରୋଇ ଉପଚାରରେ ମଧ୍ୟ କିଛି ଚିକିତ୍ସା କରି ପାରିବେ |ପ୍ରତ୍ୟେକ ଦିନ କାକୁଡି, ତରଭୁଜ, କଦଳୀ ଆଦି ଫଳ ଗୁଡିକ ଖାଇଲେ ବେଶ ଉପଶମ ମିଳିଥାଏ |ତରଭୁଜ ଜୁସ ପେଟ ପାଇଁ ସବୁଠାରୁ ଉପାଦେୟ | ତ ଛଡା କିଛି ପୋଦିନା ପତ୍ରକୁ ପାଣିରେ ସିଝାଇ ତାର ରସକୁ ପିଇଲେ ବଦ ହଜମିରୁ ମୁକ୍ତି ମିଳିଥାଏ |
ପେଟକୁ ଆମର ଦ୍ୱିତୀୟ ବ୍ରେନ ବୋଲି କୁହା ଯାଇଥାଏ |କାରଣ ପେଟ ଭିତରେ ବହୁତ ସାରା ନର୍ଭ ଅଛି ଯାହାକୁ ମୋର୍ଟିଲିଟି ଡ଼ିଜଅର୍ଡର କୁହା ଯାଉଛି ଯୋଉଁଥିରେ ଆପଣଙ୍କ ଷ୍ଟୋ୍ମକ ଠିକ ଅଛି କିନ୍ତୁ ଖାଦ୍ୟ ହଜମ ହୋଇ ପାରୁ ନ ଥିବ, ଏହା ବିଶେଷ କରି ନର୍ଭର ପ୍ରୋବ୍ଲେମ ପାଇଁ ହୋଇଥାଏ |ଯଦି ଆପଣଙ୍କର ଷ୍ଟୋ୍ମକ, ଲିଭର ଠିକ ଅଛି ତାପରେ ବି ଖାଦ୍ୟ ହଜମ ନା ହୋଇ ବଦହଜମି ହେଉଛି ତାହେଲେ ସେହି କ୍ଷେତ୍ରରେ ଆପଣଙ୍କର ଇନଟେସଷ୍ଟାଇନର ଅସୁବିଧା ହେଉଅଛି |ଏହି ସବୁ ଅସୁବିଧା ଦେଖା ଗଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।