
jotisha sastra – ବାଛନ୍ତୁ ନିଜର ଜନ୍ମ ବର୍ଷ, ଆଉ ଜାଣନ୍ତୁ ନିଜର ଚମକ୍ତାର ଭବିଷ୍ୟତ ବିଷୟରେ…
ମନୁଷ୍ୟ ଜନ୍ମ ନେବା ବେଳେ ନିଜର ଭାଗ୍ୟରେଖାକୁ ନେଇ ଏ ସଂସାରକୁ ଆସିଥାଏ। ଆଉ ଏହାପରେ ଗ୍ରହ ନକ୍ଷତ୍ର ମାନଙ୍କର ଅବସ୍ଥିତି କୁ ଅନୁଧ୍ୟାନ କରି କୁଣ୍ଡଳୀ ତିଆରି କରା ଯାଇଥାଏ। ତେବେ ବ୍ୟକ୍ତିର ଜନ୍ମ ସମୟ, ଜନ୍ମ ତାରିଖ,ଜନ୍ମସ୍ଥାନ ଓ ଜନ୍ମ ମସିହାର ବହୁତ୍ ମହତ୍ତ୍ୱ ରହିଛି।ଜ୍ୟୋତିଷ ଶାସ୍ତ୍ର ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ସମୟ, ଜନ୍ମ ତାରିଖ,ଜନ୍ମସ୍ଥାନ ଓ ଜନ୍ମ ମସିହା ସେହି ବ୍ୟକ୍ତି ବିଷୟରେ କିଛି ଗୁପ୍ତ ରହସ୍ୟ ଜଣାଇ ଥାଏ।ତେବେ ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିର ଜନ୍ମ ମସିହାକୁ ଆଧାର କରି ବ୍ୟକ୍ତିର ଚରିତ୍ର ଓ ତାର ସ୍ଵଭାବ ବାବଦରେ ଆକଳନ କରାଯାଇ ଥାଏ। ତେବେ ଆଜି ଆମେ ଜଣାଇବୁ ଆପଣଙ୍କ ଜନ୍ମ ମସିହା ଆପଣଙ୍କ ବିଷୟରେ କଣ କହୁଛି। ଜଣାନ୍ତୁ ଯଦି ଆପଣ ୧୯୮୧ ରୁ ୨୦୦୦ ମସିହା ମଧ୍ୟରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣଙ୍କର ଭବିଷ୍ୟତ ବାବଦରେ କିଛି ଖାସ କଥା ଜାଣନ୍ତୁ।
୧.୧୯୮୧ ଓ ୧୯୯୪:-ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ଦେଖିବା ପାଇଁ ଖୁବ୍ ଆକର୍ଷଣୀୟ ଏବଂ ସୁନ୍ଦର୍ ହୋଇଥାନ୍ତି କିନ୍ତୁ ସ୍ୱଭାବରେ ଟିକିଏ ରାଗି ହୋଇଥାନ୍ତି।୨.୧୯୮୨ ଓ ୧୯୯୮:-ଏମାନେ ଖୁବ୍ କଠିନ ପରିଶ୍ରମ କରିଥାନ୍ତି ଏବଂ ଆତ୍ମବିଶ୍ବାସୀ ହୋଇଥାନ୍ତି। ପରର ଉପକାର କରିବାକୁ ଚାହିଁଥାନ୍ତି। କିନ୍ତୁ ଏମାନଙ୍କ ଚାରି ପାଖରେ ଶତ୍ରୁ ମାନେ ଘେରି ରହିଥାନ୍ତି।୩.୧୯୮୪ ଓ ୧୯୮୫:-ଆପଣଙ୍କ ସ୍ଵଭାବ ସମସ୍ତଂକ ଠାରୁ ଅଲଗା ହୋଇଥାଏ। ଏମାନେ ଖୁବ୍ ଚାଲାକ୍ ହୋଇଥାନ୍ତି। ସବୁ ପରିସ୍ଥିତିକୁ ଖୁବ୍ ସହଜରେ ସାମ୍ନା କରିପାରନ୍ତି।୪.୧୯୮୩ ଓ ୧୯୮୭:-ଏହି ମସିହାରେ ଜନ୍ମ ନେଇଥିବା ବ୍ୟକ୍ତିମାନେ ନିଜ ଜୀବନସାଥୀକୁ ଖୁବ୍ ଭଲ ପାଇଥାନ୍ତି। ଆଉ ସେମାନଙ୍କ ଜୀବନରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ।
୫.୧୯୮୬ ଓ ୧୯୯୯:-ଏମାନେ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାନ୍ତି। ଏବଂ ଟିକିଏ ରାଗି ସ୍ୱଭାବର ହୋଇଥାନ୍ତି। ଯେଉଁଥି ପାଇଁ ବେଳେବେଳେ ସେମାନେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି୬.୧୯୮୮ ଓ ୧୯୯୩:-ଏମାନେ ଭଗବାନଙ୍କ ଉପରେ ଖୁବ୍ ବିଶ୍ଵାସ ରଖିଥାନ୍ତି। ଏଥି ସହ ଖୁବ୍ ଦୟାଳୁ ସ୍ୱଭାବର ଅଟନ୍ତି। ଏମାନେ ନିଜେ ପରିଶ୍ରମ କରି ବଞ୍ଚିବାକୁ ପସନ୍ଦ କରନ୍ତି।୭.୧୯୮୯ ଓ ୧୯୯୦:-ଏମାନେ ସବୁ ସମୟରେ ନିଜ ଇଚ୍ଛା ମୁତାବକ କାମ କରିଥାନ୍ତି। ଏମାନେ କାହା କଥା ଶୁଣିବାକୁ ପସନ୍ଦ କରନ୍ତି ନାହିଁ।
୮.୧୯୯୬ ଓ ୧୯୯୭:-ଏମାନେ ଖୁବ୍ ବୁଦ୍ଧିମାନ ଅଟନ୍ତି। ସମାଜରେ ମାନସମ୍ମାନର ଅଧିକାରୀ ହୋଇଥାନ୍ତି। ଜ୍ଞାନୀଗୁଣୀ ମାନଙ୍କ ମେଳରେ ରହିବା ପାଇଁ ଅଧିକ ପସନ୍ଦ କରନ୍ତି।୯.୧୯୯୨-୧୯୯୫:-ଏମାନେ ତାଙ୍କ ଜୀବନରେ ଖୁବ୍ ଉନ୍ନତି କରିଥାନ୍ତି। ଏମାନଙ୍କର ବୁଦ୍ଧି ପାଇଁ ସମାଜରେ ଉଚ୍ଚ ସ୍ଥାନର ଅଧିକାରୀ ହୋଇଥାନ୍ତି।୧୦.୧୯୯୧ ଓ ୨୦୦୦ :-ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ଶାନ୍ତ ଓ ସରଳ ସ୍ୱଭାବର ଅଟନ୍ତି। ଏମାନେ ଖୁବ୍ ଧୋର୍ଯ୍ୟବାନ୍ ମଧ୍ୟ। କଠିନ ପରିଶ୍ରମ କରୁଥିବାରୁ ଏମାନଙ୍କ ଜୀବନରେ ଅର୍ଥର ଅଭାବ ନଥାଏ।