ସବୁ ସମୟ ଖବର ସାଥିରେ

Life Style – ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ ଆପଣଙ୍କର ସବୁଠୁ ବଡ କମଜୋରି

0 10

ଦର୍ଶକ ବନ୍ଧୁ ଯେମିତିକି ଆପଣମାନେ ଜାଣିଛନ୍ତି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମର ଭାଗ୍ୟ ଫଳ ଆମର ରାଶି ଫଳ ଉପରେ ନିର୍ଭର କରିଥାଏ | ସେଥିପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସର୍ବଦା ରାଶି କୁ ଗୁରୁତ୍ୱ ଦିଆଯାଏ | ତାହେଲେ ସେହି ଗ୍ରହ ଓ ନକ୍ଷତ୍ର କାରଣ ରୁ ଆମର ରାଶିର ଭାଗ୍ୟ ଫଳ ନିର୍ଧାରିତ ହୋଇଥାଏ ବୋଲି କୁହାଯାଉଛି |ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ସେହି ରାଶି ଗୁଡିକ ବିଷୟରେ ଆଲୋଚନା କରିବା ଯାହା ଆପଣଙ୍କ ଭବିଷ୍ୟତ ଓ ଦୁର୍ବଳତା ବିଷୟରେ କହିଥାଏ |

1-ମେଷ ରାଶି :- ଦର୍ଶକ ବନ୍ଧୁ ଏହି ରାଶି ର ବ୍ୟକ୍ତି ମାନେ ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ପାଇବା କଷ୍ଟକର ହୋଇପାରେ | ଏହି ରାଶିର ବ୍ୟକ୍ତିମାନେ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି |

2-ବୃଷ ରାଶି :-ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ସମାଧାନ ପୂର୍ବକ କାମ ହାସଲ କରିବାରେ ସମର୍ଥ ହେବେ | ସାଙ୍ଗ ସାଥିଙ୍କ କାର୍ଯ୍ୟକଳାପ କୁ ଅସନ୍ତୋଷଜନକ ମନେ ହେଲେ ମଧ୍ୟ ତାଙ୍କର ସମ୍ମୁଖରେ କିଛବିି କହି ପାରିବେ ନାହିଁ |

3-ମିଥୁନ ରାଶି :-ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ହଠାତ୍‌ କୌଣସି ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ | ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ପାଇବା ତେଣେଥାଉ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ |

4-କର୍କଟ ରାଶି :- ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ | ଅସନ୍ତୁଷ୍ଟ ରହିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ଉଚିତ ମନେ କରିପାରନ୍ତି |

5-ସିଂହ ରାଶି :-ଏମାନଙ୍କୁ ମନର ଭାବନାକୁ ମନରେ ରଖି ଅନ୍ୟମାନଙ୍କର ନିକଟତର ହେବାକୁ ଚେଷ୍ଟା କରିବେ | ଏହା ସହିତ ଏମାନେ ସବୁବେଳେ ନିଜର ଭବିଷ୍ୟତ ପାଇଁ ଚିନ୍ତିତ ଥାନ୍ତି | ଏମାନେ ନିଜର ଖୁସି ଛଡା ଅନ୍ୟ ଖୁସି ଦେଖି ପାରନ୍ତି ନାହିଁ |

6-କନ୍ୟା ରାଶି :-ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ନିଜର ସ୍ୱାର୍ଥ ଦେଖିଥାନ୍ତି, ଅନ୍ୟ କାହା ଉପରେ ବିଶ୍ୱାସ କରନ୍ତି ନାହିଁ | ଏହି ରାଶିର ବ୍ୟକ୍ତିମାନଙ୍କର ଉପରେ ପଡି କହିବାର ଅଭ୍ୟାସ ରହିଛି |

7-ତୁଳା ରାଶି :-ଲକ୍ଷ୍ୟ ହାସଲ ପରିପ୍ରେକ୍ଷୀରେ ମିଠା କଥା କହି ଅନ୍ୟମାନଙ୍କୁ ଆପଣେଇ ନେବାର ଶକ୍ତି ରହିଛି ଅନ୍ୟମାନଙ୍କ ଉପରେ ପୂର୍ଣ୍ଣ ଭରଷାକରି ନୀରବରେ ବସି ରହିଲେ ସମସ୍ୟା ଭିତରେ ଛନ୍ଦି ହେବାକୁ ପଡିପାରେ ଏମାନେ ବହୁତ ଶୀଘ୍ର ଅନ୍ୟ ମାନଙ୍କୁ ବିଶ୍ୱାସ କରିଥାନ୍ତି , ଯାହା ସେମାନଙ୍କୁ ବହୁତ କ୍ଷତି କରିଥାଏ |

8-ବିଛା ରାଶି :-ଏମାନେ କର୍ମକ୍ଷେତ୍ରରେ ଜଣେ ବିଶ୍ୱସ୍ତ ଲୋକ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡିପାରେ | ଦୀର୍ଘଦିନରୁ ଅଟଳି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇ ପାରନ୍ତି |

9-ଧନୁ ରାଶି :-ଏମାନେ ଜୀବନରେ ସର୍ବଦା ପଛରେ ରହିଥାନ୍ତି ଏବଂ କୌଣସି କଥାକୁ ସହଜରେ ଭୁଲନ୍ତି ନାହିଁ | ସବୁବେଳେ ପ୍ରତିଶୋଧ ନେବାକୁ ଚିନ୍ତା କରିଥାନ୍ତି |

10-ମକର ରାଶି :-ପରିବାରର ଆର୍ଥିକ ଅନଟନ କାରଣରୁ କେତେକ ସ୍ଥଗିତ କାମ କରିବାରେ ଅସମର୍ଥ ହୋଇ ଚିନ୍ତିତ ରହିପାରନ୍ତି | ଏମାନେ ବହୁତ ଜିଦିଆ ମଧ୍ୟ ହୋଇଥାନ୍ତି,ଭୁଲ କାର୍ଯ୍ୟ ଆଡକୁ ଅଧିକ ଆକର୍ଷିତ ହୋଇଥାନ୍ତି |

11-କୁମ୍ଭ ରାଶି :- ସମସ୍ୟା ଓ ପ୍ରତିବନ୍ଧକ କାରଣରୁ ବିଭିନ୍ନ ପ୍ରକାରର ନକାରାମତ୍କ ଚିନ୍ତାଧାରା ମନକୁ ବ୍ୟତିବ୍ୟସ୍ତ କରାଇପାରେ | ଅନ୍ୟ କଥାରେ ପଡି ସବୁକିଛି ହରାଇ ବସିଥାନ୍ତି ଏବଂ ପରେ ଅନୁତାପ କରିଥାନ୍ତି |

12 -ମୀନରାଶି :-ଏହି ରାଶି ର ବ୍ୟକ୍ତି ମାନେ ସବୁବେଳେ ନିଜର ରାଗ ପାଇଁ ନିଜର କ୍ଷତି କରିଥାନ୍ତି | ସବୁକଥାକୁ ବଢେଇକି କହିବା ଏମାନଙ୍କର ଅଭ୍ୟାସ ଅଟେ ଏବଂ ଏହି ବ୍ୟକ୍ତିମାନେ ବହୁତ ସ୍ୱାର୍ଥୀ ମଧ୍ୟ ହୋଇଥାନ୍ତି |

ଏହା ଥିଲା ସମସ୍ତ ରାଶି ମାନଙ୍କ ବିଷୟରେ ସୂଚନା ଯାହା ଆପଣ ଙ୍କର ରାଶିର ଭାଗ୍ୟ ରେ ଘଟୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।