
New Twist – ଆଠ ଦିନ ହେଲାଣି ମୁଁ ଏଠି ବସିଛି ..ମୋ ଛୋଟ ଛୁଆର ବାପା କିଏ ହେବ : ଏ ନେଇ କଣ କହୁଛନ୍ତି ଦୀପିକା… ଦେଖନ୍ତୁ Video
ପ୍ରବଳ ବର୍ଷା ହେବା ସତ୍ୱେ ନିଜର ହକ ପାଇଁ ସେମିତି ଧାରଣା ଜାରି ରଖିଛନ୍ତି ଦୀପିକା ତାଙ୍କ ବୟଫ୍ରେଣ୍ଡଙ୍କ ଘର ସାମ୍ନାରେ |ଆଠ ଦିନ ବିତି ଯାଇଥିଲେ ମଧ୍ୟ ସମାଧାନର କୌଣସି ରାସ୍ତା ଏତେ ପର୍ଯ୍ୟନ୍ତ ବାହାରି ପାରି ନାହିଁ | ଏବଂ ସେହି ଗୋଟିଏ ସ୍ଥାନରେ ଖାଉଛନ୍ତି, ପିଉଛନ୍ତି ଏବଂ ଶୋଉଚନ୍ତି |ତାଙ୍କର ଦାବି ରହୁଛି ଯ ତାଙ୍କୁ ସ୍ତ୍ରୀର ମାନ୍ୟତା ମିଳୁ ଏବଂ ତାଙ୍କ ପିଲାକୁ ବାପାର ମାନ୍ୟତା ମିଳୁ | ସା କହିଛନ୍ତି କି ତାଙ୍କର କିଛି ଧନ ସମ୍ପତ୍ତି ଦରକାର ନାହିଁ | କେବଳ ତାଙ୍କ ସ୍ୱାମୀ ଦରକାର |
ଏହାକୁ ନେଇ ପ୍ରମିଳା ତ୍ରିପାଠୀ ମଧ୍ୟ ଦୀପିକାଙ୍କୁ କିଛି ଦିନ ଆଗରୁ ସପୋର୍ଟ କରିଥିଲେ | ପ୍ରମିଳା ମାଆ ଆ ନେଇ କହିଛନ୍ତି କି ଝିଅଟି ଆଠ ଦିନ ହେଲା ବର୍ଷାରେ ବସିଛି | ସେମାନେ ପୋଲିସ ଉପରେ ଭରସା କରିଥିଲେ କିନ୍ତୁ ପୋଲିସ ପକ୍ଷରୁ କୌଣସି ସନ୍ତୋଷ ଜଣକ ଖବର ଜାଣିବାକୁ ପାଇ ନାହାନ୍ତି | ଆଜି ପ୍ରମିଳା ଷଡ଼ଙ୍ଗୀ ଶୁଣିବାକୁ ପାଇଛନ୍ତି କି ସେଠାକାର ବାସିନ୍ଦା ମାନେ ଏକଜୁଟ ହୋଇ ଏହି ଖବରକୁ ବୁଝିବେ ବୋଲି ଆସି ତାଙ୍କ ସହ ଦେଖା କରିଛନ୍ତି | କିନ୍ତୁଏ ପର୍ଯ୍ୟନ୍ତ ଏଭଳି କିଛି ହୋଇ ନାହିଁ | ଏବଂ କହିଛନ୍ତି କି ଦୀପିକାର ମାଙ୍କ ଉପରେ ଦୀନେଶଙ୍କ ପରିବାର ଏକ କେସ କରିଛନ୍ତି |
କିନ୍ତୁ ଯେତେବେଳେ ଦୀପିକାଙ୍କ ମାଆଙ୍କୁ ଦିନେଶଙ୍କ ପରିବାର ମାଡ ମାରି ତାଙ୍କ ବ୍ଲାଉଜ ଛିଣ୍ଡି ଦେଇଥିଲେ ସେତେବେଳେ କିଛି କେସ ହୋଇ ନ ଥିଲା | ଏବଂ କେତେକ ଗୁଣ୍ଡା ଓ ମଦୁଆ ମାନଙ୍କୁ ଦୀପିକାଙ୍କୁ ତଡିବା ପାଇଁ ପଠାଉଥିବା ବେଳେ ପରିସ୍ରା ଗଲା ବେଳେ ଭିଡିଓ କରୁଛନ୍ତି ବୋଲି କହିଛନ୍ତି ପ୍ରମିଳା ଦେଵୀ | ଦୀପିକାଙ୍କର ଯଦି କିଛି ହୁଏ ସେଥିପାଇଁ ଦୀନେଶଙ୍କ ପରିବାର ଦାୟୀ ହେବେ ଓ ନ୍ୟାୟ ନ ମିଳିଲେ ଦୀପିକା ସେଇଠୁ ଉଠିବେନି ବୋଲି କହିଛନ୍ତି |
ଦୀପିକା ଏହି କ୍ଷେତ୍ରରେ କହିଛନ୍ତି କି କୋର୍ଟରେ ଦୁଇ ଜଣଙ୍କ ପାଇଁ ସମାନ ଭାବରେ ନ୍ୟାୟ ମିଳିବ | ଦୀନେଶଙ୍କ ଅନ୍ୟତ୍ର ବାହାଘରକୁ ରୋକିବା ପାଇଁ ଓ ତାଙ୍କ ପିଲାକୁ ବାପାର ପରିଚୟ ଦେବା ପାଇଁ ସେ ଏଠାକୁ ଆସିଛନ୍ତି ବୋଲି କହିଛନ୍ତି |ସେ ଦୀନେଶଙ୍କ ଘରେ ରହିଥିଲା ବେଳେ ତାଙ୍କ ପରିବାର ତାଙ୍କୁ ବାହାରକୁ ବାହାର କରି ଦେଇଥିଲେ | ଡ଼ି ଏନ ଏ ଟେଷ୍ଟରେ ରିପୋର୍ଟ ପଜିଟିଭ ଆସିଥିଲା ପରେ ବି ତାଙ୍କ ଘରେ ଗ୍ରହଣ କରି ନ ଥିଲେ | ଏହା ସହିତ ଦୀପିକା କହିଛନ୍ତି କି ଖାଲିଟାରେ ତାଙ୍କ ମାଆଙ୍କ ନାମରେ ଏକ କେସ ଦିଆ ଯାଇଛି | ତାଙ୍କ ମାଆ କେବଳ ଆସି ଦୀପିକାଙ୍କୁ ଦେଖିବାକୁ ନ ପାଇବାରୁ ପାଖରେ ଥିବା କନେଷ୍ଟବଳଙ୍କୁ ପଚାରିଥିଲେ ଏବଂ ଏଥି ପାଇଁ ମିଛରେ ଦୁର୍ବ୍ୟବହାର ନେଇ ଥାନାରେ ଏକ କେସ ଦିଆ ଯାଇଛି ବୋଲି କହିଛନ୍ତି |
ଦୀପିକାଙ୍କୁ ଯେତେବେଳେ ତାଙ୍କ ଘର ଭିତରେ ଅଶ୍ଳୀଳ ଭାଷାରେ ଗାଳିବା ସହ ତାଙ୍କ ମାଙ୍କୁ ଖରାପ ବ୍ୟବହାର କରା ଯାଇଥିଲା ଏବଂ ସେତେବେଳେ ଆଇ ଆଇ ସି ସାର ନିଜେ ଉପସ୍ଥିତ ଥିଲେ କିନ୍ତୁ ସେ ନେଇ କିଛି ବି କେସ ହୋଇ ନ ଥିଲା ବୋଲି ଦୀପିକା କହିଛନ୍ତି | ଏବେ ଦେଖିବାକୁ ରହିଲା ଏହି ଘଟଣା ଆଉ କେତେ ମୋଡ ନେଉଛି ଓ ଦୀପିକାଙ୍କୁ କେବେ ନ୍ୟାୟ ମିଳୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।